“ ଆପୁ ଗଂଜାଇ କାଲୁ
ଇବି ଡିଅର କାବାଡି ଗିନୁ “
( ଅଫିମ ଗଂଜେଇ ମଦ
ଏ ତ ବଡ ପରମାଦ )
ଏ କଥା ମୁଁ କହୁ ନାହିଁ, କୁଇ ଆଦିବାସୀ ମହିଳାମାନେ କହୁଛନ୍ତି । ଆଜି ନୁହେଁ, କେଉଁ ଆଦି କାଳରୁ ଏ ଢଗ ଢମାଳି କୁଇ ଲୋକ କଥାରେ ପ୍ରଚଳିତ । ଆମର ଗୋଟାଏ ଧାରଣା ଯେ, ଆଦିବାସି ସଂସ୍କୃତିରେ ମଦ ଅପରିହାର୍ଯ୍ଯ, ଏପରି ଏକ ଧାରଣା ଆଦିବାସି ମଂତ୍ରୀମାନେ ବି ଦେଇ ଥାନ୍ତି ତାଂକ ବକ୍ତବ୍ଯରେ ।କିନ୍ତୁ ସତ କଥାଟି ଠିକ୍ ତାର ବିପରୀତ ।
କୁଇ ଭାଷାରେ ଗାଁ ଗହଳିର କୁଇ ମହିଳାମାନେ ଏ ଯେଉଁ ସୁନ୍ଦର ଢଗ ଟି କହନ୍ତି, ତାହାର ଅର୍ଥ –
ଅଫିମ ଗଂଜେଇ ମଦ
ଏ ତ ବଡ ପରମାଦ
ଏ କଥାରୁ ସରକାର ଆଦିବାସୀ ମହିଳାର ମନ କଥାକୁ ଆକଳନ କରନ୍ତୁ, ତା’ର ଇଚ୍ଛାକୁ ସମ୍ମାନ ଦେଇ ସମଗ୍ର ଓଡିଶାରୁ ମଦ ବନ୍ଦ କରନ୍ତୁ ।
ଆସନ୍ତା ଜାନୁଆରୀ ପହିଲାରୁ ପ୍ରଥମ ପର୍ଯ୍ଯାୟ ସ୍ୱରୁପ ପ୍ରଥମେ ସମସ୍ତ ଗ୍ରାମାଂଚଳରୁ ମଦ ବନ୍ଦ କରାଯାଉ । କେହି ଯଦି ନିଜ ଘରେ କାଂଜି କିମ୍ୱା ହାଣ୍ଡିଆ ତିଆରି କରି ଖାଦ୍ଯଭାବେ ବ୍ଯବହାର କରୁଛି ତ କରୁ, ସେଥିରେ ବାରଣ ନ ରହୁ, କିନ୍ତୁ କେହି ଏହାକୁ ମଦ ହିସାବରେ ବିକ୍ରୟ କରି ପାରିବ ନାହିଁ, ଅନ୍ଯାନ୍ଯ ମଦକୁ ସଂପୁର୍ଣ ନିଷିଦଧ କରାଯାଉ ।
ଦ୍ୱୀତିୟ ପର୍ଯ୍ଯାୟରେ ଏପ୍ରିଲ୍ ପହିଲାଠାରୁ ନୂଆ ଆର୍ଥିକ ବର୍ଷରୁ ସମଗ୍ର ସହରାଂଚଳରୁ ସମସ୍ତ ପ୍ରକାର ମଦ ନିଷିଦ୍ଧ କରାଯାଉ ।
ସରକାରଂକର ଏଥିରେ ରାଜସ୍ୱ ହାନି ହେବନି । ମଦରେ ଖର୍ଚ ହେଉଥିବା ଟଂକା ଯେଉଁ ଉପାୟରେ ଖର୍ଚ ହେଲେ ବି ଏପରିକି ଭିଟାମିନ୍ ଟନିକ୍ କିଣିବାରେ ଖର୍ଚ ହେଲେ ବି ସରକାର ହାରାହାରି ୧୮% ଜି ଏସ୍ ଟି ପାଇବେ । ରାଜ୍ଯ ସରକାର ଓ କେଂଦ୍ର ସରକାର ଏହାକୁ ତ ଅଧା ଅଧା ବାଣ୍ଟିକରି ନିଅନ୍ତି, ସେପରି ନେବେ ।
ଏପରିକି କେଂଦ୍ର ସରକାର ସମଗ୍ର ଦେଶରୁ ମଦ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେବାରେ ବି ବେଶୀ କିଛି ଅସୁବିଧା ନାହିଁ , ଇଚ୍ଛା କଲେ ତାହା ବି ସମ୍ଭବ ।
– ଲକ୍ଷ୍ମୀଧର ନାୟକ
୨୭.୧୦.୨୦୧୮
My Facebook Post