ଆପଣା ହସ୍ତେ ଜିହ୍ବା ଛେଦି …

Share it

Mo Lekha
My Facebook Post: 30th August 2023

ଆପଣା ହସ୍ତେ ଜିହ୍ବା ଛେଦି ….
ଚାହୁଁ ଚାହୁଁ ସମ୍ପଦଶୂନ୍ଯ ହୋଇଯିବ ଓଡିଶା ରାଜ୍ଯ
**** **** **** **** ****

ଗାଁ ଗହଳିର ସରଳ ମାଆ ମାନଙ୍କୁ ସାହାଯ୍ଯ କରିବା ନାଁ ରେ, ସେମାନଙ୍କୁ ସ୍ବାବଲମ୍ବୀ ନକରି କେବଳ ସ୍ୱାବଲମ୍ବନ ନାଁ ରେ ଭୁଲେଇ, କଳେ ବଳେ କୌଶଳେ ସେମାନଙ୍କ ଭୋଟ୍ ଖଣ୍ଡିକ ହାତେଇ, ସେଇ ଭୋଟ୍ ଖଣ୍ଡିକ ମାଧ୍ୟମରେ ରାଜ୍ୟର ଓ ଦେଶର ଶାସନ କ୍ଷମତାଟିକୁ ଅକ୍ତିଆର କଲା ପରେ

କେଇ ଜଣ ଦୟାମାୟା ହୀନ ମୁଦ୍ରା ରାକ୍ଷସ, ରତ୍ନଗର୍ଭା ଉତ୍କଳ ଜନନୀର ଗର୍ଭ ବିଦାରଣ/ଗର୍ଭପାତ କରେଇ,

ଉତ୍କଳ ଜନନୀ ତାର ଉତ୍କଳ ସନ୍ତାନ ମାନଙ୍କ ପାଇଁ ତା ଗର୍ଭରେ ସାଇତି ରଖିଥିବା ଅମୁଲ୍ଯ ମଣି ମାଣିକ୍ଯ ବକ୍ସାଇଟ କ୍ରୋମାଇଟ୍ ଗ୍ରାଫାଇଟ୍ ଲୁହାପଥର ମାଙ୍ଗାନିଜ କ୍ରୋମ୍ ଡୋଲୋମାଇଟ୍, ଏପରିକି ନଦୀ ମାଆର ଗର୍ଭକୁ ଜେସିବି ଲଗେଇ ଖିନ୍ ଭିନ୍ କରି ରାମ୍ପି ବିଦାରୀ
ଉତ୍କଳ ଜନନୀର ଅକାଳ ଗର୍ଭପାତ କରେଇ ଉତ୍କଳ ମାତାକୁ କାଳ କାଳକୁ ବାଞ୍ଝ ବା ବନ୍ଧ୍ଯା କରିଦେଇ ଓଡିଶା ମାଆର ସବୁ ସାଇତା ଧନକୁ ଗଣ୍ଠୁଲିବାନ୍ଧି କିଛି ଲୋକ ରାଜ୍ଯଛାଡି ପଳେଇବାର ଯେଉଁ ପ୍ରଚ୍ଛନ୍ନ ମସୁଧା ରଖିଛନ୍ତି ସେକଥା ଗାଁ ର ସରଳ ମାଆ ମାନଙ୍କୁ କେହି ବୁଝେଇ କହୁ ନାହାନ୍ତି,

ନା ବିଜେଡି, ନା ବିଜେପି ନା କଂଗ୍ରେସ ନା ଅନ୍ଯ କୌଣସି ଦଳ ଓ ନେତାଏ ଏ କଥା କହିବେନି, କାରଣ ସବୁ ରାଜନୈତିକ ଦଳର ପ୍ରାୟ ପ୍ରାୟ ନେତାମାନେ ଭଦ୍ରମୁଖା ପିନ୍ଧା ମାତୃ ନିର୍ଯାତନାକାରୀ/ ହରଣକାରୀ/ମାତୃଦ୍ରୋହୀ ପିଶାଚ ହିଁ ଅଟନ୍ତି, ବୋଧହୁଏ ସେମିତି ।

ଏମାନେ ମାତୃ ସ୍ତନରୁ କ୍ଷୀର ପିଇ ପୁଷ୍ଟ ହେବା ପରିବର୍ତ୍ତେ ମାତୃ ସ୍ତନକୁ ଝୁଣି ବିଦାରୀ ରକ୍ତ ଶୋଷି ଉନ୍ମତ୍ତ ଆନନ୍ଦ ଉପଭୋଗ କରିବା ଚରିତ୍ରର ମୁଦ୍ରା ରାକ୍ଷସ ହିଁ ଅଟନ୍ତି,

ଟଙ୍କା ବ୍ଯତୀତ ଏମାନେ ଆଉ କିଛି ଦେଖି ପାରନ୍ତି ନାହିଁ କି ବୁଝି ପାରନ୍ତି ନାହିଁ, ଏମାନେ ଧନ ଅନ୍ଧ ପିଶାଚ ହିଁ ଅଟନ୍ତି

ଏ ମୁଦ୍ରା ରାକ୍ଷସମାନଙ୍କ କବଳରୁ ଉତ୍କଳ ମାତାର ଅକାଳ ଗର୍ଭପାତ ଓ ଗର୍ଭ ବିଦାରଣକୁ ରୋକିବାର ଏକମାତ୍ର ଉପାୟ ହେଉଛି
ଓଡିଶା ଜନନୀର ସ୍ବାଧୀନ ଚେତା ସୁସନ୍ତାନ ମାନଙ୍କୁ ଭୋଟ୍ ଦେବା ଓ ଉତ୍କଳ ମାତାର ସେହି ସ୍ବାଧୀନ ଚେତା ବିଧାୟକ, ସାଂସଦ ମାନଙ୍କ ହାତରେ ଓଡିଶା ଜନନୀର ସୁରକ୍ଷା ଓ ଶାସନ ଦାୟିତ୍ବ ଅର୍ପଣ କରିବା

ଓଡିଶାର କୋଟି କୋଟି ନିରୀହ ସରଳ ମାଆ ମାନଙ୍କୁ ଏ ସତ ଟି କେହି ବୁଝେଇ ଦେଇ ପାରିଲେ ହୁଏ

ହେଲେ ସେକଥା କରୁଛି କିଏ ??

Laxmidhar Nayak
My Facebook Post: 30th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights