ଆପଣ ତ ଭଉଁରୀ, ଟିକେ ଅଡୁଆ ହେଉଛି ପ୍ରଶଂସା ସୂଚକ ମତାମତ ଦେବାକୁ।

Share it

Mo Lekha
My Facebook Post: 11th August 2021

ମତେ ଏବେ ଜଣେ ବନ୍ଧୁ ଟେଲିଫୋନ କରି କହିଲେ, ଆଜ୍ଞା ଆପଣ ବି ହୀରାଲାଲ ବରିହାଙ୍କ ଚିତ୍ର ପରିକା ସକାରାତ୍ମକ କଥା ଲେଖନ୍ତୁ , ବହୁ ପ୍ରଶଂସା ପାଇବେ ।

ଆପଣ ସିନା ସୁଅ ହେଲେ କେହି ଆପଣଙ୍କୁ ଫଲୋ କରିବ, ଆପଣ ତ ଭଉଁରୀ, ଟିକେ ଅଡୁଆ ହେଉଛି ପ୍ରଶଂସା ସୂଚକ ମତାମତ ଦେବାକୁ।

ଆଜ୍ଞା
ମୋ ଜାଣିବାରେ ମୁଁ ତ କେବଳ ସକାରାତ୍ମକ ମଙ୍ଗଳଦାୟୀ କଥା ହିଁ ଲେଖେ ।

କାରଣ ବ୍ୟକ୍ତିଗତଭାବେ ମୁଁ ତ କାହାକୁ ମୋର ଶତୃ ବିଚାର କରି ପାରେନି କି କାହାର ଶତୃତା ମୋର ବେଶି କ୍ଷଣ ମନେ ବି ରହେନି |

ମୋ ଲେଖାରେ ତ ମୁ ବୋଧହୁଏ କେବେ ବି କାହାର ଅମଙ୍ଗଳ ଚିନ୍ତା କରି ନଥିବି, ବରଂ କେହି ଭୁଲ୍ ବାଟରେ ଯାଉଥିବାର ନଜରରେ ପଡିଲେ, ଈଶ୍ୱର ମୋତେ ଯେତିକି ବୁଝିବା ଶକ୍ତି ଦେଇଛନ୍ତି, ସେହି ଅନୁପାତରେ ମୁଁ ସେମାନଙ୍କର ବିଚ୍ୟୁତି ଦର୍ଶାଇବା ସହ ଯଥା ସମ୍ଭବ ପ୍ରତିକାର ବି କହିଥାଏ, ମୋତେ ଯେତିକି ଜଣା ବା ମୋ ମନକୁ ଯେତିକି ଆସେ |

ହଁ
ମୋ ସ୍ୱାର୍ଥ ସାଧନ ପାଇଁ ମୁଁ କେବେ କାହାକୁ ମିଛ ପ୍ରଶଂସା କରି, କାହାକୁ ଅବାଟରେ ଚଲାଇ ଝୁଣ୍ଟେଇ ପକେଇବାର ମାନସିକତା ପୋଷଣ କରିପାରେନି |

କଞ୍ଚାଲଙ୍କା ଲୁଣ ମହା ପ୍ରସାଦରେ ଗଣ୍ୟ ନହେଉ ପଛେ, ମହାପ୍ରସାଦ ସହ ଟିକେ ରାଗୁଆ କଞ୍ଚା ଲଙ୍କା ଓ ଲୁଣର ଆବଶ୍ୟକତା ତ ଅନେକ ଅନୁଭବ କରନ୍ତି, ଅବଶ୍ୟ ଛୋଟ ପିଲାଙ୍କ ବ୍ୟତୀତ |

ଯଦି ବେଶି ରାଗ ହେଇ ଯାଉଛି କହିବେ
ବରଂ ପଖାଳ ବ୍ୟବସ୍ଥା କଥା ଚିନ୍ତା କରିବା ।

ମୋ ପାଇଁ କାହିଁକି କାହାର ପାଟି କାନ ପୋଡାଜଳା ହେଇ ଆଖିରୁ ଲୁହ ନାକରୁ ଶିଂଘାଣି ବୋହିବ

କଣ ମିଳିବ କି ଆମକୁ ସେଥିରୁ ?

ଆଜ୍ଞା ସୁଅ ନଦୀ କୂଳ ଖାଇ ନଦୀକୁ ଅଗଭୀର ବାଲି ଚଢା କରିଦିଏ, ଫଳରେ ବର୍ଷା ଋତୁ ପରେ ପାଣି ଧାର ଛିଡି ଯିବାର ସମ୍ଭାବନା ସୃଷ୍ଟି ହୁଏ,

ଭଉଁରୀ କିନ୍ତୁ କୁଳ କ୍ଷୟ କରେନି, ବରଂ ନଦୀକୁ ଗଭୀର କରି ଦିଏ, ଖରା ଦିନରେ ବି ସେଠାରେ ଅକାତ କାତ ପାଣି ରହେ, ଅନେକଙ୍କ ପାଇଁ କାମରେ ଲାଗେ | ତୃଷାର୍ତ୍ତକୁ ପାଣି ଯୋଗାଉଥିବାରୁ ନଦୀ ବି ପ୍ରଶଂସା ପାଏ |
ଭଉଁରୀ ବରଂ ଗାଳି ଶୁଣିଲେ ଶୁଣୁ |

ଭଉଁରୀ ଦେଖିବାକୁ ସୁନ୍ଦର , କିନ୍ତୁ ପକ୍କା ପହଁରାଳି ନହେଲେ ଭଉଁରୀ ଭିତରୁ ବାହାରିବା ଟିକେ କଷ୍ଟକର ଅବଶ୍ୟ | ହା ହା ହା

ଏମିତିରେ ମନ ଭଲ ନାହିଁ, କିଛି ଲେଖିବାକୁ ମନ ବି ନାହିଁ,
ଆଜି କାହିଁକି କେଜାଣି ଲେଖୁ ଲେଖୁ ଗୁଡାଏ ଇଆଡୁ ସିଆଡୁ ଲେଖି ହୋଇଗଲା |

ଦେଖିବା କାଲିଠୁ ନ ଲେଖିବାକୁ ଚେଷ୍ଟା କରିବା |
କିଛି କୁଣ୍ଡ ମାଟି ଖତ ଯୋଗାଡ କରି ଛାତ ଉପରେ ସେଥିରେ ଲଙ୍କା ଟମାଟୋ ଭେଣ୍ଡି କଲରା କାକୁଡି ଲଗାଇଲେ ବି ଟାଇମ୍ ପାସ୍ ହେଇଯିବ |

ଲେଖିବ କିହିଁକି ନା କାହା ମନର ଏତେ ଗରର୍ ଗରର୍ ର କାରଣ ବନିବ କାହିଁକି , କି ଗରଜ ପଡିଛି କି ଆମର

ଟାଇମ ପାସ୍ କରିବା କଥା , କୋଉ ଜ୍ଞାନ ନା ଗୁଣ ନା ଗାରିମା ଗୁଡା ଉଛୁଳି ପଡୁଚି ଯେ ଏତେ ବ୍ୟସ୍ତ !

ନମସ୍କାର

ଲକ୍ଷ୍ମୀଧର ନାୟକ
My Facebook Post: 11th August 2011


Share it

Leave a comment

Your email address will not be published. Required fields are marked *

Verified by MonsterInsights