ଆଦିମ ଅଧିବାସୀ ବଣ୍ଡା ପରମ୍ପରାରେ ମଦ ଉପାଖ୍ଯାନ – ୧
ବହୁ କାଳ ପୂର୍ବରୁ ସଳପ ଗଛ ଗୁଡିକ ଅତି ଛୋଟ ଥିଲା । ମହାପ୍ରଭୁ ରାମଚଂଦ୍ର ବନବାସ କାଳରେ ପ୍ରତିଦିନ ଏହି ଗଛର ଚେରକୁ ଖୋଳି ଖାଉଥିଲେ । ଦିନେ ସଳପ ଚେର ଖୋଳୁ ଖୋଳୁ ସଳପ କନ୍ଦାରେ ଖଣତି ବାଜିଗଲା ।ଏଥିରୁ ଖଣ୍ଡେ ଆଣି ମହାପ୍ରଭୁ ଖାଇଲେ । ଭାରି ମିଠା ଲାଗିଲା । ଝୁମ୍ ଝୁମ୍ ନିଶା ବି ହେଲା । ମହା ପ୍ରଭୁ ସବୁଦିନ ଏହାକୁ ଖାଇ ଆନନ୍ଦରେ ଝୁମି ଝୁମି ଘର ସଂସାର ଭୁଲିଗଲେ ।
ଦିନେ ସୀତାଦେବୀ ମହାପ୍ରୁଂକୁ ଖୋଜି ବାହାରିଲେ । ମହାପ୍ରୁ ସୀତାଂକୁ ତାଂକ ଆଡକୁ ରାଗିକି ଆସୁଥିବାର ଦେଖି ଜଂଗଲ ବୁଦା ଉହାଡରେ ଲୁଚିଗଲେ ।
ସୀତା ସଳପ ମୂଳକୁ ଗଲେ । ମହାପ୍ରୁ ସବୁବେଳେ ଏହି ସଳପ ରସ ପାନରେ ବ୍ଯସ୍ତ ରହି ତାଂକୁ ମନେ ପକାଉ ନାହାନ୍ତି ଜାଣି ରାଗରେ ସଳପ ଗଛକୁ ଓପାଡି ଦେବାକୁ ଝିଂକି ଦେଲେ । ସଳପ ଗଛ ଉପୁଡିଲା ନାହିଁ, ବରଂ ଆକାଶ ପର୍ଯ୍ଯନ୍ତ ଡେଂଗା ହୋଇଗଲା । ସୀତା ସଳପ ଗଛ ମୂଳକୁ ରାଗରେ ଗୋଇଠାଏ ପକେଇଲେ । ସଳପ ଗଛର ଚେରଗୁଡା ପାତାଳ ପର୍ଯ୍ଯନ୍ତ ଲମ୍ୱିଗଲା ।
ସୀତାଦେବୀ ସଳପ ଗଛକୁ ଅଭିଶାପ ଦେଲେ – ଆଜିଠାରୁ ତୋ ରସ ଗଛ ଅଗରୁ ବାହାରିବ, ମୂଳରୁ ନୁହେଁ ।
ସେହି ଦିନଠାରୁ ସେପରି ହେଲା ।
ରାମ ଗଛ ଚଢା ଜାଣି ନଥିଲେ, ଗଛ ଅଗରୁ ଠେକି ବସେଇ ସଳପ ରସ ଆଣି ପାରିଲେନି । ତେଣୁ ବାଧ୍ଯ ହେଇ ସୀତାଂକ ସାଂଗରେ ଫେରିଗଲେ ।
ବଣ୍ଡାମାନେ ଗଛ ଚଢା ଜାଣନ୍ତି, ତେଣୁ ସେମାନେ ସଳପ ଗଛ ଅଗରୁ ରସ ସଂଗ୍ରହ କରି ପାନ କଲେ ଏବଂ ପରମାନନ୍ଦ ପାନ କରି ସଂସାର ମୋହମାୟା ଭୁଲି ଆନନ୍ଦରେ କାଳାତିପାତ କଲେ । ଆଜିଯାଏ ସେପରି ଚାଲିଛି । ବିନା ମଦରେ ବଣ୍ଡାର ଦିନ ସରେନି କି ରାତି ସରେନି ।
ଏ କଥା ଏଇଠି ଥାଉ
ମନକୁ ପ୍ରଶ୍ନ ଟେ ପଚରାଯାଉ ।
ଆଜ୍ଞା
ବଣ୍ଡା ଆଦିମ ଅଧିବାସୀ ।
ବଣ୍ଡାର ଗ୍ରାମ ଦେବତା ହେଲେ ଅଣ୍ଡି,
ମୁଖ୍ଯ ଦେବତା ହେଲେ ବୁରସଂ,
ଜଂଗଲ ଦେବତା ହେଲେ ମାଉଲି,
ଏ ଅଣ୍ଡି, ବୁରସଂ ଓ ମାଉଲିଂକର ଅଂଗ ରକ୍ଷକ ଦେବତା ହେଲେ କାରଣ୍ଡି, ଯିଏ ବଦମାସ ମାନଂକୁ ଶାସନ କରିବାକୁ ଏ ମୁଖ୍ଯ ଦେବତାଂକ ଆଜ୍ଞାରେ ସେମାନଂକ ଘରେ ନିଆଁ ଲଗେଇ ଜାଳି ପୋଡି ଦିଅନ୍ତି ।
ପ୍ରଶ୍ନ ହେଉଛି ବଣ୍ଡା ରାମାୟଣ ପଢିଲା କେତେବେଳେ?
ବଣ୍ଡା ଜନଜାତି ସହ ଏ ରାମକଥା ଯୋଡିଲା କିଏ, କେବେ ?
ଆଦିମ ଅଧିବାସୀ ଆଗ ନା ତ୍ରେତୟା ଯୁଗ ଆଗ ?
ଓଡିଶା ସରକାରଂକ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗର ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ତଥା ଜନଜାତିର ସାଂସକୃତିକ ଇତିହାସକୁ ଲିପିବଦ୍ଧ କରିବାପାଇଁ ଠିକା ନେଇଥିବା ଏହାର ପଇସା ନିଆ ଲେଖକମାନେ ଓଡିଶାର ଜନଜାତିର ମୂଳ ସାଂସକୃତିକ ଇତିହାସ ସହ ଏ ସବୁ ଯୋଡି ପରମାନନ୍ଦ ଲାଭ କରନ୍ତି କି ?
ଅବିକଳ ସଂସ୍କୃତି ଲିଖନ ସହ ଏ ସବୁ କଥାକୁ ଅବାଂଛିତ ବିକଳ ଯୋଡଣ କୁହାଯିବ କି ?
ବଣ୍ଡା ଜନଜାତି ଲୋକଙ୍କର ଶ୍ରୀମନ୍ଦିର ପ୍ରବେଶ ଅଧିକାର ଅଛି କି ନାହିଁ?
( କ୍ରମଶଃ )
Laxmidhar Nayak
My Facebook Post: 2nd October 2019