ଆଜି ମୋ ଚଷାପୁଅ ବଳଭଦ୍ରର ଜନମ ଦିନ

Share it

Mo Lekha
11th August 2022

ଆଜି ମୋ ଚଷାପୁଅ ବଳଭଦ୍ରର ଜନମ ଦିନ | ଯାଏ ଆଜି ତା ଜନମ ଦିନରେ କିଛି ଫୁଲ କୋବି, ବନ୍ଧା କେବି, ବାଇଗଣ, ଟମାଟୋ ଇତ୍ୟାଦି ମଞ୍ଜିକୁ ତଳି ପକେଇ ଦିଏ |

ଆଜି ମୋ ଚଷାପୁଅ ବଳରାମ ଜନମ ଦିନରେ ତଳି ପଡିଲେ ମୋ ଗାଈଆଳପୁଅ କୃଷ୍ଣର ଜନମ ଦିନକୁ ତଳିରେ ଚାରା ଗଛ ଉଠିଯିବ |

ଆନନ୍ଦ ଆହ୍ଲାଦିନୀ ରାଧାରାଣୀଙ୍କ ଜନମ ଦିନରେ ସେ ଚାରାକୁ ଲଗେଇ ଦେଲେ ମୋ ଗେହ୍ଲେଇ ସୁଭଦ୍ରା ଜନମଦିନକୁ ସେ ସବୁ ଫଳିବା ଆରମ୍ଭ କରିଦେଇଥିବେ |

ଯାଉଛି ଏମିତି ପାଳନ କରିବି ଆଜି ମୋ ହଳୀ ଶଙ୍କର୍ଷଣର ଜନମ ଦିନ, ଶ୍ରାବଣ ପୁନେଇଁର ଏ ଅପୂର୍ବ ମନୋହର ଦିନଟିକୁ |

ହଁ, ଏଇ ଫୁଲ ଗଛଟିର ନାଁ କଣ କେଜାଣି ମୁଁ ଜାଣିନି | କାହିଁକି କେଜାଣି ଆଜି ଏଥିରେ ବହୁତ ସୁନ୍ଦର ସୁନ୍ଦର ଫୁଲ ଫୁଟିଚି, ବହୁତ ଟଗର ତରାଟ ଫୁଲ ଓ ଗୋଟିଏ ହଳଦିଆ ମନ୍ଦାର ଫୁଲ ବି ଫୁଟିଛି | ଆଜି ଭୋଳା ମହେଶ୍ୱର ବଳଭଦ୍ରଙ୍କ ଜନ୍ମ ଦିନ ତ , ସେଥିପାଇଁ ସେମାନେ ଏମିତି ଖୁସିରେ ଫୁଲ ହୋଇ ଫୁଟି ହସି ହସି ଶ୍ରାବଣ ପୁନେଇଁର ଥିରି ଥିରି ଶୀତଳ ବାଆରେ ଦୋଳି ଖେଳୁଛନ୍ତି ମ ! ଆପଣମାନେ ବୁଝି ପାରୁ ନାହାନ୍ତି କେମିତି ଯେ !

ଏ ବାଇଗିଣି ଫୁଲର ନାଁ ଟା କଣ କିଏ ଜାଣିଥିଲେ ଟିକେ କୁହନ୍ତୁ ତ ।

ପଙ୍କଜଟିକୁ କେତେ ଥର କହିଲିଣି ମୋର ଅତି ପ୍ରିୟ ରାଧା ତମାଳ ଚାରା ଗଛଟିଏ ଆଣି ଦେଉନି ଆଜିଯାଏ, ଆଜି ଆଉଥରେ ମନେ ପକେଇ ଦିଏ |

ବାକି ରହିଲା ରାକ୍ଷୀ ବାନ୍ଧିବା କଥା, ଆମ ପିଲାଦିନେ ବଳଦ ମାନଙ୍କୁ ରାକ୍ଷୀ ବନ୍ଧା ହେଉଥିବା କଥା ମୁଁ ଦେଖିଚି |

ମୋ ବୋଉର ତ ସବୁ ପୁଅ | ଝିଅ ଲେଏଦୁ ।
ମୋତେ କେହି ରାକ୍ଷୀ ବାନ୍ଧନ୍ତିନି ବୋଧେ, କାହିଁକି କେଜାଣି ! ସେମାନଙ୍କୁ ମୁଁ ବଳଦ ପରିକା ସୁନ୍ଦର ଦିଶୁନଥିବି କି କଣ !! କେଜାଣେ !!!

ମୁଁ ଯାଏ ଗାଧୋଇ ପାଧୋଇ କଣ ଗଣ୍ଡେ ଖାଇ ଦେଇ ତଳି ପକେଇବା କାର୍ଯ୍ୟଟି ଆରମ୍ଭ କରିଦିଏ, ମୁଁ ଯାହା ଲଗେଇ ଦେଲେ ତ ଫଳେ, ଫଳୁଚି ତ , ତାହା କୁଣ୍ଡରେ ହେଉ କି ବିଲରେ | ତେଣୁ ଆଜି ପରି ସୁନ୍ଦର ଦିନରେ ତଳି ପକେଇବା କାମଟା ଆରମ୍ଭ କରିଦିଏ ଆପଣମାନଙ୍କ ଆଶୀର୍ବାଦ ସହ |

ଲକ୍ଷ୍ମୀଧର ନାୟକ
My Facebook Post: 11th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights