ଆଜି ଦିନରେ ଦୁର୍ନୀତି ଖୋଜା

Share it

ଆଜି ଦିନରେ ଦୁର୍ନୀତି ଖୋଜା

ଏମାନଙ୍କପାଇଁ
ମୁଁ ଦୁର୍ନୀତି କଲି
ତାଙ୍କ ମାଧ୍ଯମରେ କଲି
ତୁମ ଜାଣତରେ କଲି
ତା’ହେଲେ ଲୁଚେଇଲି କେଉଁଠି
କାହାକୁ ବା ଲୁଚେଇଲି ଯେ
ତୁମେ ଖୋଜୁଛ
ଅନୁସନ୍ଧାନ କରୁଛ

ଏମାନେ, ତୁମେ ଓ ସେମାନେ
ସବୁକୁ ମିଶେଇ ଦେଲେ ତ ସମୁଦ୍ର
ସମୁଦ୍ର ପାଣିରେ କୋଉଠି
ଲୁଣ ଗୋଦାମଟା ଲୁଚିଛି ଯେ
ତମେ ପାଇବ
ସିଜ୍ କରିବ
ଲାଜ ନାହିଁ
କାଗଜ ଡଙ୍ଗାରେ ବସି
ସମୁଦ୍ର ମନ୍ଥିବ !!

ଲକ୍ଷ୍ମୀଧର ନାୟକ
My Facebook Post:10th September 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights