ଆଉ କଣ କହିଲେ ବୋଉ ?

Share it

ନିଶିଗନ୍ଧା

ବିଜୟ କୁମାର ଜେନା

ରାତ୍ର ପ୍ରାୟ ଗୋଟାଏ ହେବ। ବାହାରେ ନିଶା ଗରଜୁଛି, ମେଘୁଆ ରାତି, ବିଜୁଳି ଚମକୁଛି। ଶେଯରେ ଶୋଇ ଥିଲେ ବାବୁ ଧିରେନ୍ୟ କୁମାର। ହଠାତ୍ ଉଠି ପଡ଼ି ନଶିଗନ୍ଧା ନିଶିଗନ୍ଧା ବୋଲି ବଡ ପାଟିରେ ଚିତ୍କାର କଲେ। ପାଖ କୋଠରୀରୁ ପୁଅ ଓ ବୋହୂ ଧାଇଁ ଆସି ବାପାଙ୍କ ପାଖରେ ବସି ମୁଣ୍ଡ ଓ ପିଠି ଆଉଁସି ଦେଉ ଦେଉ ପଚାରିଲେ, ବାପା, କଣ ହେଲା?

ନାହିଁରେ ପୁଅ, ତୋ ମାଆ କଥା ଏବେ ମୋ ସ୍ୱପ୍ନରେ ଦେଖିଲି ଓ ଦୁଇ ପଦ କଥା ହେଉଥିଲି, ତ, ବଡ ପାଟି କରି ଉଠି ପଡ଼ିଲି।

ହଁ, ତେବେ ବୋଉ କଣ କହିଲେ କି ବାପା?

ନାଇଁରେ ପୁଅ ସେ କିଛି ନୁହେଁ। ତୋ ବୋଉ କେବଳ ଏତିକି କହିଲେ, ରାତିରେ ଶୋଇବା ବେଳେ ପାଣି ବୋତଲ ଟିଏ ପାଖରେ ରଖିବ। ପୁଅ ବୋହୂଙ୍କୁ ବେଶୀ ରାତିରେ ଡାକିବ ନାହିଁ। ଶୋଷ ହେଲେ ନିଜେ ପିଇ ନେବ। କାହାକୁ କଟୁ ଭାଷାରେ କିଛି କହିବ ନାହିଁ।

ଆଉ କଣ କହିଲେ ବୋଉ?

ହଁ, ମନେ ପଡୁଛି, ତୋ ବୋଉ କହିଲେ, ତୁମେ ପ୍ରତି ମାସରେ ମୋତେ କିଛି ଟଙ୍କା ଘର ଖର୍ଚ୍ଚକୁ ଦେଉଥିଲ। ତାହାକୁ ଜମା କରି ପନ୍ଦର ଲକ୍ଷ ଟଙ୍କା କରିଛି। ସେଥିରୁ ଝିଅକୁ ପାଞ୍ଚ ଲକ୍ଷ ଦେବ, ପୁଅ ବୋହୁଙ୍କୁ ଦଶ ଲକ୍ଷ ଦେବ ଏବଂ ପ୍ରତିମାସରେ ପେନସନ ଟଙ୍କାରୁ ଅଳ୍ପ କିଛି ଟଙ୍କା ରଖି ବାକି ପୁଅ ଓ ବୋହୂ ହାତକୁ ଦେଇ ଦେବ। ତମର ଆଉ କିଏ ଅଛି। ମୁଁ ତ ତୁମକୁ ଛାଡ଼ି ଆସିବାର ବର୍ଷ ଟିଏ ହେଲାଣି। ଜମାରୁ ଲୋଭ କରିବ ନାହିଁ। ଯେତିକି ସମୟ ବଞ୍ଚିବ ଭଲରେ ବଞ୍ଚିବ, ମୋତେ ଆଦୌ ଝୁରି ହେବ ନାହିଁ।

ଅବସରପ୍ରାପ୍ତ ପ୍ରାଧ୍ୟାପକ
ଶାମୁକା ସାହି ରଣପୁର ନୟାଗଡ଼


Share it

Leave a comment

Your email address will not be published. Required fields are marked *

Verified by MonsterInsights