ଅସୁସ୍ଥ ଗାଈଙ୍କୁ ଉଠାଇବା ପାଇଁ ଏକ ଘରୋଇ ସମାଧାନ – ପଶୁ ଉଠାଣ ଯନ୍ତ୍ର

Share it

ଅସୁସ୍ଥ ଗାଈଙ୍କୁ ବଞ୍ଚାଇବା ପାଇଁ ଏକ ଘରୋଇ ସମାଧାନ – ପଶୁ ଉଠାଣ ଯନ୍ତ୍ର

ସାଧାରଣତଃ ଗାଈଗୋରୁ ମାନେ ସ୍ନାୟୁ ଦୁର୍ବଳତା ଜନିତ ରୋଗରେ ପୀଡିତ ଥିଲେ କିମ୍ବା ବାର୍ଦ୍ଧକ୍ୟ ଅବସ୍ଥାରେ ସହଜରେ ଛିଡା ହୋଇପାରିନଥାନ୍ତି । ନିୟମିତ ତଳେ ଶୋଇରହିବା ଯୋଗୁଁ ସେମାନଙ୍କୁ ସଫାସୁତରା କରିବା, କ୍ଷତ ସ୍ଥାନରେ ମଲମ ଲଗାଇଦେବା, ସେମାନଙ୍କ ବାଛୁରୀ ମାନଙ୍କୁ କ୍ଷୀର ପିଆଇବା ଆଦି ସେବା କରିବା ପାଇଁ ପଶୁପାଳକ ମାନେ ନାହିଁନଥିବା ସମସ୍ୟାରେ ପଡ଼ିଥାନ୍ତି । ଗାଈ, ଗୋରୁ କିମ୍ବା ମଇଁଷି ଟିଏ ଅସୁସ୍ଥ ହୋଇ ପଡିଗଲେ ତାକୁ ଉଠାଇବା ପାଇଁ ଲୋକବଳର ସାହାଯ୍ୟ ହୋଇଥାଏ ହେଲେ ଆଜିକାଲି ଲୋକଙ୍କୁ ଡାକି ଏସବୁକାମ କାମକରିବା କାଠିକର ପାଠ । ଏପରିକି ପଶୁଚିକିତ୍ସକ ମାନେ ମଧ୍ୟ ଗାଈଗୋରୁ ମାନଙ୍କ ଚିକିତ୍ସା କରିବା ବେଳେ ଏହି ସମସ୍ୟା ରେ ପଡ଼ିଥାନ୍ତି ।

ଏହି ସମସ୍ୟାକୁ ଦୂର କରିବାପାଇଁ ଆଇଆଇଟି ବମ୍ବେର ରୁରାଲ ଟେକ୍ନୋଲୋଜି ଆକ୍ସନ ଗ୍ରୁପ୍ – Rural Technology Action Group (RUTAG)ର ଇଞ୍ଜିନିୟର ଟିମ୍ ସରଳ ଓ ସ୍ୱଳ୍ପ ଖର୍ଚ୍ଚରେ ଏକ ଚମତ୍କାର ପୋର୍ଟେବଲ୍ ଗାଈଗୋରୁ ଲିଫ୍ଟ ପ୍ରସ୍ତୁତ କରିଛନ୍ତି। ଏହା ଗାଈଗୋରୁ ମାନଙ୍କୁ ସହଜରେ ଛିଡା କରାଇପାରିବା ସହିତ ଦୁଗ୍ଧ ଚାଷୀଙ୍କ ପାଇଁ ବରଦାନ ସାଜିଛି।

ସାଧାରଣତଃ ପଶୁପାଳକ ଓ ପଶୁ ଚିକିତ୍ସକ ମାନେ ପଶୁ ମାନଙ୍କୁ ଛିଡା କରାଇବା ପାଇଁ ବ୍ୟୟବହୁଳ ହିପ୍ କ୍ଲାମ୍ପ୍ କିମ୍ବା ଫ୍ଲୋଟେସନ୍ ଟାଙ୍କି ବ୍ୟବହାର କରିଥାନ୍ତି କିନ୍ତୁ ଏହା ବହୁତ ବ୍ୟୟ ବହୁଳ ହୋଇଥାଏ । ଏହି ସରଳ ପଦ୍ଧତିରେ ସ୍ଥାନୀୟ ଅଂଚଳରେ ଉପଲବ୍ଧ ସାମଗ୍ରୀ କୁ ବ୍ୟବହାର କରି ଏହି ଲିଫ୍ଟ ନିର୍ମାଣ କରାଯାଇପାରିବ । ଏହାକୁ ଚାଷୀ ମାନେ ସହଜରେ ତିଆରି ଓ ବ୍ୟବହାର କରିପାରିବେ । ଏହାକୁ ଚାଷୀ ମାନେ ବ୍ୟକ୍ତିଗତ ଗୁହାଳରେ ବ୍ୟବହାର କରିବା ସହିତ ଗ୍ରାମସ୍ତରୀୟ ଦୁଗ୍ଧ ସମବାୟ ସମିତି, ଗୋଶାଳା କେନ୍ଦ୍ର ଏବଂ ପ୍ରାଣୀ ଚିକିତ୍ସାଳୟ ଗୁଡ଼ିକରେ ମଧ୍ୟ ବ୍ୟବାରହାର କରାଇପାରିବେ ।

୨୦୦୪ ମସିହାରୁ ଭାରତ ସରକାରଙ୍କ ପ୍ରଧାନ ବୈଜ୍ଞାନିକ ପରାମର୍ଶଦାତା (ପିଏସଏ) କାର୍ଯ୍ୟାଳୟ ଦ୍ୱାରା ରୁରାଲ ଟେକ୍ନୋଲୋଜି ଆକ୍ସନ ଗୃପ (ରୁଟାଗ) ପରିଚାଳିତ ହେବା ସହିତ; ଶିକ୍ଷାନୁଷ୍ଠାନ ଏବଂ ଗ୍ରାମୀଣ ସମୁଦାୟଙ୍କ ମଧ୍ୟରେ ବ୍ୟବହାରିକ, ସୁଲଭ ଜ୍ଞାନକୌଶଳ ବିକଶିତ କରିବା ପାଇଁ ପ୍ରୋତ୍ସାହିତ କରୁଛି ।

ମୂଳଲେଖା- Lifting hopes: A homegrown solution to save ill cows, villagesquare
_______________________________________
_______

ଏଭଳି ଉଦ୍ୟମ କାହିଁକି?
ବୈଜ୍ଞାନିକ ପଦ୍ଧତିରେ ଚାଷ କରିବା, ପଶୁପାଳନ କରିବା, ମାଛଚାଷ କରିବା କିମ୍ବା ଜଳ, ଜଙ୍ଗଲ, ଜମି ଓ ଜୈବବିବିଧତା ସୁରକ୍ଷା କରିବା ଆଦି କାମ ପାଇଁ ଆମ ଦେଶର କୋଣ ଅନୁକୋଣରେ ଅନେକ ଚାଷୀ, ଗବେଷକ, ବୈଜ୍ଞାନିକ ଓ ଗବେଷଣା ଅନୁଷ୍ଠାନ ନିରନ୍ତର ଉଦ୍ୟମ କରୁଛନ୍ତି I ନୁଆଁ ନୁଆଁ କୌଶଳର ଉଦ୍ଭାବନ କରୁଛନ୍ତି I ଅନେକ ଉଚ୍ଚକୋଟୀର ଲେଖା ପ୍ରକାଶିତ ହେଉଛି I ଅନେକ ୱେବ ପୋର୍ଟାଲରେ ଲେଖା ଓ ସୂଚନା ପ୍ରକାଶିତ ହେଉଛି I କିନ୍ତୁ ଅନେକ ସ୍ଥଳରେ ଏହା ଇଂରାଜୀରେ ଲେଖା ହୋଇଥାଏ ଓ ଏହାର କଳେବର ମଧ୍ୟ ବହୁତ ବଡ ହୋଇଥାଏ I ଏହାର ବ୍ୟବହାର ଯୋଗ୍ୟ ସଂକ୍ଷିପ୍ତ ସୂଚନା ଗାଁ ଲୋକଙ୍କ ପାଖରେ ପହଞ୍ଚି ପାରିନଥାଏ I ଅବଶ୍ୟ ଆଜିକାଲି ମୋବାଇଲ ଓ ୟୁଟୁବ ଚ୍ୟାନେଲରେ ମଧ୍ୟ ଖବର ଆସିଯାଉଛି ; କିନ୍ତୁ ସମସ୍ତ ଚାଷୀଙ୍କ ପାଇଁ ସହଜରେ ଉପଲବ୍ଧ ନୁହେଁ I କିଛି ବନ୍ଧୁ ଅନୁରୋଧ କରିଥିଲେ ଏପରି ଖବର ଅତି ସଂକ୍ଷିପ୍ତରେ ଏବଂ ଓଡ଼ିଆରେ ଅନୁବାଦ କରି ସୋସିଆଲ ମେଡିଆରେ ପ୍ରକାଶିତ କଲେ ସେମାନେ ଗାଁ ଲୋକଁକଙ୍କୁ ବୁଝାଇପାରିବେ I ତେଣୁ ଏହିଭଳି ଏକ ଛୋଟିଆ ପ୍ରୟାସ ଆରମ୍ଭ କରିଛି I ଏହି ଲେଖାରେ ମୂଳ ଲେଖାର ସାରାଂଶକୁ ଅକ୍ଷତ ରଖିବାକୁ ପ୍ରୟାସ କରିଛି I

ଅମର କୁମାର
ମୋ : 94372 33593


Share it

Join the Conversation

3 Comments

Leave a comment

Your email address will not be published. Required fields are marked *

Verified by MonsterInsights