ଅମିତ ଶାହାଙ୍କ ୧୨୦ ଗଣିତ

Share it

Mo Lekha
My Facebook Post: 10th August 2018

ଅମିତ ଶାହାଙ୍କ ୧୨୦ ଗଣିତ କହୁଛି ନବୀନଂକୁ ୫୫ ବିଧାୟକଙ୍କ ଟିକେଟ୍ କାଟିବାକୁ ପଡିବ ।

କାହିଁକି !

ପ୍ରଥମେ ଅମିତଙ୍କ ହିସାବ ଶୁଣନ୍ତୁ –
ବିଗତ ଜିଲ୍ଲା ପରିଷଦ ନିର୍ବାଚନରେ ଲୋକେ ତାଂକ ନିଜ ବିଧାୟକଂକ ଉପରେ ରାଗିକି ପଦ୍ମ ଚିହ୍ନରେ ଯେତିକି ଭୋଟ୍ ଦେଲେ ସେ ହିସାବରୁ ଜଣାଗଲା ୫୫ ବିଧାନ ସଭା ନୀର୍ବାଚନ ମଣ୍ଡଳୀରେ ବିଜେପି ୧ ନମ୍ବର ହେଉଛି ।

ଅର୍ଥାତ୍ ଭୋଟର ମାନେ ବାଲଟ୍ ରେ ନବୀନଙ୍କୁ ଚିଠିଟିଏ ଦେଲେ –
ଆମେ ତମ ବିଧାୟକଙ୍କ ଉପରେ ସନ୍ତୁଷ୍ଟ ନୋହୁ, ଏମାନଙ୍କୁ ଯଦି ନ ବଦଳାଅ, ତା ହେଲେ ଆମେ ବିଜେପିକୁ ଭୋଟ୍ ଦେଇଦେବୁ ।

୪୫ ଟା ବିଧାନ ସଭାର ହିସାବ କହିଲା ବିଜେପି ସେଠି ୨ ନମ୍ବର ହେଉଛି । ତେଲ ସପ୍ଲାଇ ଟିକେ ବଢାଇଦେଲେ ଫ୍ଲୋଟିଂ ଭୋଟ୍ ଗୁଡା ସବୁ କାଗଜ ଡଙ୍ଗା ପରିକା ବିଜେପି ପୋଖରୀକୁ ଭାସିଯିବେ । ସାମାନ୍ଯ ଚେଷ୍ଟା କଲେ ଏ ୪୫ ବି ବିଜେପିର ହୋଇ ପାରିବ ।

ଅର୍ଥାତ୍ ୫୫ + ୪୫ = ୧୦୦

ହାୱା ଟା ୧୦୦ ସ୍ପିଡ୍ ରେ ବହିଲେ ଓ କେବିକେ ଦମ୍ ଟା ଟିକେ ଜୋର୍ କରି ଲଗେଇ ଦେଲେ ଅବଶିଷ୍ଟ ୪୭ ରୁ ୨୦ ଟା ଖଣ୍ଡେ ମନକୁ ପଳେଇ ଆସିବ ।

ଇଏ ହେଲା ଅମିତ୍ ଶାହାଙ୍କ ୧୨୦ ସ୍ୱପ୍ନର ଆଧାର ।

( ବି. ଦ୍ର. – କେବିକେ ଦମ୍ : କାୟସ୍ଥ + ବ୍ରାହ୍ମଣ + କ୍ଷତ୍ରୀୟ
ଏଇଟା ବିଜେପି ଶାସନର ଅଲ୍ ଇଣ୍ଡିଆ ସିକ୍ରେଟ୍ ଫର୍ମୁଲା । ସବୁ ବିଜେପି ଶାସିତ ରାଜ୍ଯର ମୁଖ୍ଯମନ୍ତ୍ରୀ ମାନଙ୍କ ନାଁ ଧରନ୍ତୁ, ଫର୍ମୁଲାଟା ସ୍ପଷ୍ଟ ବୁଝି ହୋଇ ଯିବ )

ସେଥିପାଇଁ ସେମାନେ ଧର୍ମେନ୍ଦ୍ର ଙ୍କୁ ଆଗରେ ରଖିଥିଲେ, ଓଡିଶାର କ୍ଷତ୍ରୀୟ ମାନଙ୍କର ଆଣ୍ଟି କରଣ ଅସନ୍ତୋଷକୁ ବିଜେପି ଖାଳେଇରେ ପୁରେଇବାକୁ । କଥାଟା ଠିକ୍ ବାଟରେ ଚାଲିଥିଲା । ସଂଯୋଗକୁ ପାଇକ କଥା ବି ଉଠିଥିଲା ।

ମୋଟାମୋଟି କଥାଟା ଠିକ୍ ବାଟରେ ଚାଲିଥିଲା ଓ ନବୀନ ଏ ଫର୍ମୁଲାର ବଳକୁ କଳି ଭୟଭୀତ ମଧ୍ଯ ହୋଇଯାଇଥିଲେ ଏକ ପ୍ରକାର। ନହେଲେ ଅଜଗର ପ୍ରାୟ ବେଧଡକ ବେପରୁଆ ରହୁଥିବା ଲୋକଟା ହଠାତ୍ ଚେଙ୍ଗ ମାଛ ଭଳିଆ ଡେଇଁ ଥାଆନ୍ତା କି !

ହେଲେ ଧର୍ମେନ୍ଦ୍ର କେଇଜଣ ଯାଜପୁରିଆ ନେତାଙ୍କ ବୁଦ୍ଧିରେ ପଡି ପଦ୍ମ ଧରି ଥାଉ ଥାଉ କଳା ଗୋଲାପ ମୋହରେ ପଡିଗଲେ । କଳା ଗୋଲାପ ପେଡି ଖୋଲି ଦେଲେ ମଧ୍ଯ । ସିଏ ଜାଣି ନଥିଲେ କଳା ଗୋଲାପ ପେଡି ଭିତରେ ଗଡକରୀଙ୍କ ଶାଳଗ୍ରାମ ଗରଡା ସାଇତା ଅଛନ୍ତି ବୋଲି । ଯେତେ ଯାହା କହିଲେ ବି ଓଡିଆ ପିଲା ସରଳ, ସେ କାହୁଁ ଜାଣନ୍ତା ଜାହାଜ ବେପାରୀଙ୍କ ଜଟିଳ ଖେଳ !

ହେଲେ ଜଟିଳମାନେ ଆଉ ଆମ ସରଳ ଓଡିଆ ପୁଅକୁ ବିଶ୍ୱାସକୁ ନେଉ ନାହାନ୍ତି । କରତ ଲଗାଇ କାଟିବା ଆରମ୍ଭ କରି ଦେଇଛନ୍ତି ବାବୁଙ୍କ ନାହାକା ଚେରକୁ । ମଉଳିବା ଆରମ୍ଭ କରିଛି ଓଡିଶାବାସୀଙ୍କ ବିକଳ୍ପ ମୁଖ୍ଯମନ୍ତ୍ରୀ ର ସ୍ୱପ୍ନ । ସେପଟେ ଶ୍ରୀକାନ୍ତଙ୍କ ଚେରକୁ ନିରଞ୍ଜନ କେମିତି ବନ୍ ସାଇ କଲମି କରିଦେଇଛନ୍ତି ସେ କଥା ତ ଓଡିଶାବାସୀ ସ୍ପଷ୍ଟ ଦେଖୁଛନ୍ତି ।

ଧର୍ମନ୍ଦ୍ରେଙ୍କ ଚେର କଟାରେ ନବୀନ ଆଶ୍ୱସ୍ତ ଓ ଉତ୍ ଫୁଲିତ ହେଉଥିବେ ନିଶ୍ଚୟ । ହେଲେ ନବୀନଙ୍କ ପାଇଁ ଦୁଇଟି ଅତି ଜଟିଳ ସମସ୍ଯା ଅଛି।

ପ୍ରଥମ ଟି ହେଲା ସେ ୫୫ ବିଧାୟକଙ୍କ ଟିକେଟ୍ କାଟିବା, ଯାହାଙ୍କ ଉପରେ ବିଜେଡି ମତଦାତା କ୍ଷୁବ୍ଧ
ଏବଂ ଦ୍ୱିତୀୟ ଟି ତହୁଁ ଜଟିଳ, ସେଇଟି ହେଲା – ନବୀନ କେନ୍ଦ୍ର ବିଜେପି ନେତାଙ୍କ ଶରଣରେ ରହିଲେ ଓଡିଶାର ସେକୁଲାର ଭୋଟରଙ୍କ ଆସ୍ଥା କେନ୍ଦ୍ର କେଉଁଠି ସ୍ଥାପିତ ହେବ, ତାକୁ ନେଇ ଦଳିତ, ଆଦିବାସୀ, ପଛୁଆବର୍ଗ, ସଂଖ୍ଯା ଲଘୁ ସଂପ୍ରଦାୟଙ୍କ ମଧ୍ଯରେ ଆରମ୍ଭ ହୋଇଥିବା ନୂଆ ଉଦ୍ ବେଳନ ।

କାରଣ ଦଳିତ, ଆଦିବାସୀ, ପଛୁଆବର୍ଗ, ସଂଖ୍ଯାଲଘୁ ମତଦାତା କଦାପି ଚାହିଁବେ ନାହିଁ ନବୀନ ତାଙ୍କ ମତକୁ, ତାଙ୍କ ବିଶ୍ୱାସକୁ ଠୁଳେଇ ନେଇ ମୋଦୀ ଶାହାଙ୍କ ପାଦ ପଦ୍ମରେ ପୁଷ୍ପାଞ୍ଜଳି ଦିଅନ୍ତୁ ।

ଏ ସବୁ କଥାର ପ୍ରଭାବର ଗଭୀରତାକୁ ମାପି ଯେଉଁ ଦଳ ଉପଯୁକ୍ତ କୌଶଳ ଆପଣେଇ ପାରିବ, ସେ ଦଳ ହିଁ କେବଳ ଆଗମୀ ବିଧାନ ସଭା ନୀର୍ବାଚନରେ ବହୁମତ ପାଇବ, ସାମାନ୍ଯ ଓଲମ ବିଲମ୍ ହେଲେ ରସାତଳକୁ ଯିବା ଥୟ ।

ମତଦାତାର ମାନସିକତାକୁ ମାପି ନପାରିଲେ ନୀର୍ବାଚନ ମହାସମୁଦ୍ରରେ ମତଦାତା ଏମାନଙ୍କୁ କେଉଁଠି ବୁଡେଇ ହଜେଇ ଦେବେ,
ପ୍ରି ପୋଲ୍ ସର୍ଭେ କ’ଣ ଇଣ୍ଟର୍ ପୋଲ୍ ଖୋଜିଲେ ବି
ଏମାନେ ତ ଏମାନେ, ଏମାନଙ୍କ ଜାତକ ବି ମିଳିବନି ।

କାରଣ ନୀର୍ବାଚନ ଟା mathematics ନୁହେଁ, ଏହା ପୁରାପୁରି chemistry.


ଲକ୍ଷ୍ମୀଧର ନାୟକ
My Facebook Post: 10th August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights