ଅଭଙ୍ଗା ମୋଦିଗ୍ୟାରେଣ୍ଟି …

Share it

ପିଲାଦିନେ ଏହା ପଢିବା ପରେ ମୁଁ ମୋ ଘର ପାଖ “ବିଲୁଆଖାଇ ନଦୀ” କୂଳରେ ଯଥେଷ୍ଟ ବୁଲିଥିଲେ ମଧ୍ୟ କୌଣସି ଦେବୀଙ୍କ ଦର୍ଶନ ପାଇନଥିଲି । ଏହା କଳିଯୁଗ ହୋଇଥିବାରୁ ଏପରି ବୋଧେ ।

ଦ୍ୱାପରଯୁଗର କଥା । ହସ୍ତିନାପୁରର ରାଜା ଶାନ୍ତନୁ ଗଙ୍ଗାନଦୀ କୂଳରେ ବୁଲୁଥିବା ସମୟରେ ଅପାର ରୂପଲାବଣ୍ୟଭରା
ନାରୀରୁପରେ ବୁଲୁଥିବା ଦେବୀ ଗଙ୍ଗାଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ତାଙ୍କୁ ବିବାହ କରିବାକୁ ଇଛା ପ୍ରକାଶ କରିଥିଲେ।

ଗଙ୍ଗାଙ୍କ ସର୍ତ୍ତ – “ମୁଁ ଯାହା କଲେ ବି ସେଥିରେ ତୁମେ ବାଧାନଦେଲେ ମୁଁ ରାଜି” ରେ ଶାନ୍ତନୁ ରାଜି ହୋଇ ତାଙ୍କୁ ବିବାହ କରିଥିଲେ।

ଏହାକୁ ଓଡିଆମାନେ
” ଗଙ୍ଗା କହିଲେ ଥିବି , ଗାଙ୍ଗି କହିଲେ ଯିବି” ସର୍ତ୍ତ ରୁପେ ଜାଣନ୍ତି।

ପିଲାଦିନେ ଏହା ପଢିବା ପରେ ମୁଁ ମୋ ଘର ପାଖ “ବିଲୁଆଖାଇ ନଦୀ” କୂଳରେ ଯଥେଷ୍ଟ ବୁଲିଥିଲେ ମଧ୍ୟ କୌଣସି ଦେବୀଙ୍କ ଦର୍ଶନ ପାଇନଥିଲି । ଏହା କଳିଯୁଗ ହୋଇଥିବାରୁ ଏପରି ବୋଧେ ।

ବିବାହପରେ ଜନ୍ମ ହେଉଥିବା ପ୍ରତ୍ୟେକ ଛୁଆଙ୍କୁ ଗଙ୍ଗା, ଗଙ୍ଗାନଦୀରେ ଭସାଇ ଦେଉଥିଲେ ମଧ୍ୟ ସର୍ତ୍ତ ମୁତାବକ ଶାନ୍ତନୁ କିଛି କହୁନଥିଲେ କିନ୍ତୁ ଅଷ୍ଟମପୁତ୍ର ‘ଦେବବ୍ରତ’ କୁ ଭସାଇବାକୁ ଗଙ୍ଗା ଉଦ୍ୟତ ହୁଅନ୍ତେ ଶାନ୍ତନୁ ବିରକ୍ତହୋଇ “ଗଙ୍ଗା ତୁମେ ଏହା କଣ କରୁଛ” ବୋଲି କୁହନ୍ତେ, ଗଙ୍ଗାଦେବୀ ପୁଅକୁ ଭସେଇ ନଦେଇ ଶାନ୍ତନୁଙ୍କୁ ଛାଡି ପଳେଇଥିଲେ ।

ଦେବବ୍ରତ ଯୁବକ ହେବାବେଳକୁ ଶାନ୍ତନୁ, ଅପୂର୍ବସୁନ୍ଦରୀ ନିଷାଦ ରାଜକନ୍ୟା “ସତ୍ୟବତୀ” ଙ୍କୁ ଦେଖି ତାଙ୍କୁ ବିବାହ କରିବା ନିମନ୍ତେ ଇଛା ପ୍ରକାଶ କରନ୍ତେ ନିଷାଦରାଜା କହିଥିଲେ “ତୁମ୍ଭର ଦେବବ୍ରତ ନାମକ ପୁଅ ବଡରାଜକୁମାର ହୋଇଥିବାରୁ ତୁମ୍ଭ ପରେ ରାଜା ହେବ। ମୋ ଝିଅର ପୁଅ ରାଜା ହୋଇପାରିବ ନାହିଁ । ତେଣୁ ମୁଁ ରାଜି ନୁହେଁ “।

ଶାନ୍ତନୁ କିନ୍ତୁ ସତ୍ୟବତୀଙ୍କୁ ଝୁରି ଝୁରି ଅସୁସ୍ଥ ହୋଇପଡିବାରୁ
ଦେବବ୍ରତ ତାହାର କାରଣ ଜାଣିପାରି ନିଷାଦ ରାଜାଙ୍କ ଆଗରେ ପ୍ରତିଜ୍ଞା କରିଥିଲେ ଯେ ” ମୁଁ ତ ରାଜା ହେବି ନାହିଁ, ମୁଁ ମଧ୍ୟ ବିବାହ କରିବି ନାହିଁ ଯଦ୍ୱାରା କି ମୋର କୌଣସି ପୁତ୍ର ନଥିବ ସିଂହାସନ ଦାବୀ କରିବାକୁ”।

ଏହାପରେ ନିଷାଦରାଜା ଶାନ୍ତନୁଙ୍କ ସହ ନିଜ ଝିଅର ବିଭାଘର କରେଇଥିଲେ ।

ଦେବବ୍ରତ ତାଙ୍କର କଠୋର ପ୍ରତିଜ୍ଞାକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବାରୁ ଏହା “ଭୀଷ୍ମପ୍ରତିଜ୍ଞା” ରୁପେ ପରିଗଣିତ ହୋଇଥିଲା ଓ ସେ ” ଭୀଷ୍ମ, ଭୀଷ୍ମଦେବ, ଭୀଷ୍ମାଚାର୍ୟ, ପିତାମହଭୀଷ୍ମ” ଇତ୍ୟାଦି ନାମରେ ବିଖ୍ୟାତ ହୋଇଥିଲେ। ଦେବବ୍ରତ ନାମଟି କ୍ରମଶଃ ଲୁଚିଯାଇଥିଲା।

ସମୟର ପରିବର୍ତ୍ତନ ସହ ମୋ ମତରେ “ଭୀଷ୍ମପ୍ରତିଜ୍ଞା ଏବେ ମୋଦି କି ଗ୍ୟାରେଣ୍ଟି ” କୁ ରୁପାନ୍ତରିତ ହୋଇଯାଇଛି ।

କେହିଜଣେ
(କ) ଅବିବାହିତ ଓଡିଆଯୁବକ ଅଥବା
(ଖ) ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ” ନିଜ ସ୍ୱାର୍ଥ ଲାଗି ଜାତ ନୁହେଁ ହିନ୍ଦୁ- ବିଶ୍ବ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ” ବାଣୀଟିରେ ବିବାହ ପରେ ଉଦବୁଦ୍ଧ ତଥା ବିଶ୍ବ ବଦଳରେ ଓଡିଶାପାଇଁ ନିଜକୁ ଉତ୍ସର୍ଗୀକୃତ କରିବାକୁ ପାରିବାରିକ ଜୀବନକୁ ଜଳାଞ୍ଜଳି ଦେବାକୁ
ପ୍ରସ୍ତୁତ ଯୁବକ, “ମୋଦି କି ଗ୍ୟାରେଣ୍ଟି”ରେ ଉଦବୁଦ୍ଧ ହୋଇ ତଥା ପ୍ରତିଜ୍ଞାକରି “ମୋ ଦଳକୁ ଭୋଟ ଦେଇ ଜିତେଇଲେ ମୁଁ ସମସ୍ତଙ୍କ ପାଇଁ ଏକକ ଶିକ୍ଷା ଓ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କରାଇବା ସହିତ ବିଶେଷ ତାରତମ୍ୟ ନଥାଇ ପାଖାପାଖି ସମପରିମାଣର ରୋଜଗାର
ବ୍ୟବସ୍ଥା କରେଇବି ଯଦ୍ୱାରା କି ସଂରକ୍ଷଣ/ ଆରକ୍ଷଣ ଜନିତ ଦେଶର ଅତି ବଡସମସ୍ୟାଟି ହଟିଯିବ” ଭଳିଆ ପ୍ରତିଜ୍ଞାଟିଏ କଲେ ବଢିଆ ହୁଅନ୍ତା ।

କିନ୍ତୁ, ଯୁବକଟି ବାରମ୍ବାର ପ୍ରତିଜ୍ଞାଭଙ୍ଗକାରୀ ନେତା, ଏମାନଙ୍କୁ କୋଳାଉଥିବା ଆହୁରି ବଡ ବଡ ନେତା, ଏଭଳି ସମସ୍ତଙ୍କୁ ସହ୍ୟକରି
ପୁଣି ଭୋଟ ଦେଉଥିବା ଜନତା ତଥା “ଆୟାରାମ ଗୟାରାମ/ ମୌସୁମ ବୈଜ୍ଞାନିକ/ ପଲ୍ଟୁରାମ”ଙ୍କ ଭଳି ବାରମ୍ବାର ଦଳ/ ମତ/ ସଖା ବଦଳକାରୀଙ୍କ ଚରିତ୍ରର ଯେ ହେବେ ନାହିଁ, ମୋଦିଜୀଙ୍କର “ଅଭଙ୍ଗା ମୋଦିଗ୍ୟାରେଣ୍ଟି” ଭଳି, ତାହାର ଗ୍ୟାରେଣ୍ଟି କିଏ ଅବା ଦେଇ ପାରିବେ ! କିନ୍ତୁ “ମୂମକୀନ ହୈ”।

ତୁଷାରକାନ୍ତ ଶତପଥୀ
ଭୁବନେଶ୍ବର Mob : 88958 57318


Share it

Leave a comment

Your email address will not be published. Required fields are marked *

Verified by MonsterInsights