ଅବସର ପରେ ଗାଁ କୁ ପଳା ଗାଁ କୁ ପଳା

Share it

ଅବସର ପରେ ଗାଁ କୁ ପଳା
ଭୁବନେଶ୍ବର ରେ କାହିଁକି ଗହଳି କରୁଚ ,
ଗାଁ ଗନ୍ଧୋଉଛି କି ?

ଖାଲ, ବିଲ, ଗଡିଆ, ଜୋର, ନାଳ, ନଈ ସବୁ ତ ପୋତିକି କୋଠା ବାଡେଇଚ,
ଶା ପାଣି କଣ ହୋଲିକାପ୍ଟରରେ ଉଡିକି ସମୁଦ୍ରକୁ ଯିବ ?

ଯୋଉ … ନିଜ ମାଆ ର ନୁହଁ କି ନିଜ ଗାଁ ର ନୁ୍ହଁ, ସେ …. କାହାର ନୁ୍ହଁ

କେଇଟା ଓରିଜିନାଲ ଭୁବନେଶ୍ଵରିଆଙ୍କ ଗାଁ ଘର ପାଣିରେ ବୁଡି ଯାଇଛି ? ଯଦି ବୁଡିଥିବ ତମ ଭଳିଆ କେଇଟା ଗାଁ ବେଇମାନଙ୍କ ପାଇଁ ବୁଡିଥିବ

ତମେ ଗାଁ ଛାଡି ଆସି ଭୁବନେଶ୍ଵରରେ ରହିବ, ତମ ପାଇଁ ସରକାର ବଜେଟରୁ ପଇସା ଖର୍ଚ୍ଚ କରି ସ୍ମାର୍ଟ ସିଟି କରିବ , ରାସ୍ତା କରିବ, ପାର୍କ କରିବ, ଡ୍ରେନ କରିବ, ଫ୍ଲାଇ ଓଭର କରିବ,

ସେପଟେ ତମ ଗାଁ ନିଜ ମା ପେଟ ଭାଇ ଘର ପ୍ରସୂତି ବହୁ ଖଟିଆରେ ମେଡିକାଲ ବୁହା ହେଲେ ବି ତମର କିଛି ମୁଣ୍ଡ ଖେଳେଇବାର ନାହିଁ, କାରଣ ସେ ଟା ମୁଲିଆର ବହୁ, ତମେ ଶଲେ ତ ଅଫିସର

ଏଣିକି ଯିଏ ସବୁ ସହରରେ ରହୁଛ ଗୋଟେ କାମ କର , ନିଜ ରାସ୍ତା, ନିଜ ଫ୍ଲାଇ ଓଭର, ନିଜ ଡ୍ରେନ୍ ନିଜ ନିଜ ଭିତରେ ଚାନ୍ଦା ଭେଦା କରି ତିଆରି କର

ଗାଁ ଲୋକ ମୁଢି ଖାଇଲେ ବି ଜିଏସଟି ଦେବ, ତମେ କେଇଟା ସେ ପଇସାରେ ଲଜ୍ଜା ସରମହୀନ ମଉଜ କରିବ ?

ତମେ କହିବ ଆମେ ବି ଟିକସ ଦେଉଛୁ,
ମୁଁ କହୁଛି ହିସାବ ଦିଅ,
ତମେ ଦିଅ କେତେ ନିଅ କେତେ

ତମେ ସବୁ ଯାକ ମିଶି ଯେତିକି ଦିଅ ସେଥିରେ କୋଡିଏ ବର୍ଷ ରେ ରସୁଲ ଗଡରୁ ବାଣୀବିହାର ରାସ୍ତା ଚାଖଣ୍ଡେ ହେଇ ପାରିବ ?

ତମ କଲୋନୀ ସାରା ମିଶିକି ତମ ଚାନ୍ଦା ପଇସାରେ ତମ ଘର ଗଳି ରାସ୍ତା ଟା କେବଳ କରିକି ଦେଖା ତ

ଭଲ ଗତି ଅଛି ଯଦି ଅବସର ପରେ ଗାଁ କୁ ପଳା, ନାତି ଅଣ ନାତି ମଣିଷ ହେଇ କି ରହିବେ,

ନହେଲେ ଅଣ ନାତି ପଣ ନାତି ଅମଣିଷ ହେଇ ଚାଖୁ ଛୁରି ଧରି ଚୋରୀ କରିବେ ପେଟ ପୋଷିବାକୁ, କାରଣ ମୁଠାଏ ଫଳେଇବାର କଳା ହରେଇ ସାରିଥିବେ ସେମାନେ ଦି ତିନି ପୁରୁଷ ପରେ

ସବୁ ଯଦି ନିର୍ମୁଳି ହେବେ, ମାଡିବାକୁ ଗଛ କୋଉଠୁ ଆସିବ ?

ଗାଁ କୁ ପଳା, ଗାଁ କୁ ପଳା

ନହେଲେ ତମ ଶବ ବୋହିବା ପାଇଁ ପୁଅ ନାତି ତ ଦୂରର କଥା ମୁନିସିପାଲିଟି ମେହେନ୍ତର ବି ରାଜି ହେବେନି, ହୁଏତ ଜେସିବିରେ ଫୋପଡ଼ା ହେବ ଅଳିଆ ପରିକା

ଗାଁ କୁ ପଳା ଗାଁ କୁ ପଳା

ଗାଁ ଲୋକ ଆଜି ଗାଳି ଦେଲେ ବି କାଲି ମନ ବୁଝିଗଲେ ଚୁନା ମାଛ ତରକାରୀ, ଶାଗ ଭଜା କରି ତାଟିଆରେ ପୁରେଇ ଆଣି ଥୋଇ ଦେଇଯିବ,

ଗାଁ ହେଉଛି ମା , ଗାଁ ଲୋକ କେହି ଆଗରେ ଫୁଟାଣି ଦେଖେଇ ଗାଳି ଦେଲେ ବି ପଛରେ ଲୁଚେଇ ଲୁଚେଇ କାନ୍ଦେ, କାହିଁକି ଗାଳି ଦେଲି ବୋଲି ଭାବିକି,
ମମତା ତାର ଅମୁଲ ମୂଲ,
କାରଣ ଗାଁ ହେଉଛି ମା

ଗାଁ କୁ ପଳା ଗାଁ କୁ ପଳା

Laxmidhar Nayak
2021 : ଖରାବେଳେ, ଆମ ଗାଁ ବ୍ରାହ୍ମଣୀ ନଈକୂଳେ, ବରଗଛମୂଳେ

ଲକ୍ଷ୍ମୀଧର ନାୟକ
My Facebook Post:1st August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights