ଅଫିସରଙ୍କୁ କାଳି ମାଡ, ଅଣ୍ଡାମାଡ ପରି ହୀନ କର୍ମ କରନ୍ତୁ ନାହିଁ, ଦୁର୍ବଳ ହିଁ ଏପରି କରିଥାଏ, କ୍ଯାମେରା ସାମନାରେ ପ୍ରଶ୍ନୋତ୍ତର ହେଲେ ଏହାଙ୍କ ପାଟି ଆଫୁ ଆଫୁ ହେବ, ବୁଲିବେ ??

Share it

Mo Lekha
My Facebook Post: 22nd August 2023

ପିଲାମାନେ ତଥା ଓଡିଶାର ଲୋକମାନେ ସେ ମିଟିଙ୍ଗକୁ ଯାଇ ଜଣେ ଅଫିସରଙ୍କୁ କାଳି ମାଡ, ଅଣ୍ଡାମାଡ ପରି ହୀନ କର୍ମ କରନ୍ତୁ ନାହିଁ, ଦୁର୍ବଳ ହିଁ ଏପରି କରିଥାଏ ,

ବରଂ କିଛି ପ୍ରଶ୍ନ ପଚାରନ୍ତୁ, ଓଡିଶା ବିକାଶ ସମ୍ପର୍କରେ ଆଲୋଚନା କରନ୍ତୁ ,

ସେ ଜଣେ ଆଇ ଏ ଏସ୍ ଅଫିସର, ଜଣେ ବିଜ୍ଞ ଲୋକ, ସେ ଆପଣମାନଙ୍କର ସବୁ ପ୍ରଶ୍ନର ଉତ୍ତର ଦେବାକୁ ସମର୍ଥ ।

ଆପଣମାନେ କଠୋର ଭାଷାରେ ବି ପ୍ରଶ୍ନ ପଚାରି ପାରନ୍ତି, ସେଥିରେ ମନା ନାହିଁ, କିନ୍ତୁ ଜଣେ ବ୍ଯକ୍ତିଙ୍କୁ କାଳି ମାଡ କରିବା, ଅଣ୍ଡା ମାଡ କରିବା, ବିଲାତି ଟେକା ପଥର ମାଡ କରିବା ଅତ୍ଯନ୍ତ କାପୁରୁଷତାର ପରିଚାୟକ । ଏହା ଏକ ନିର୍ଲଜ ଦୁର୍ବଳ ବ୍ଯକ୍ତିତ୍ବର କର୍ମ ଅଟଇ । ଏପରି ଆଦୌ କରା ନଯାଉ ।

ଉଦାହରଣସ୍ବରୁପ ବରଂ ଆପଣମାନେ ନିମ୍ନ ପ୍ରକାରେ ପ୍ରଶ୍ନ ପଚାରି ପାରିବେ କିମ୍ବା ଏହାଠାରୁ ଆହୁରି କଠୋର ପ୍ରଶ୍ନ ବି ପଚାରି ପାରିବେ,
ଯଥା –

1. CM ଅଫିସ ତରଫରୁ ଆପଣ ଯାହା ସବୁ ଘୋଷଣା କଲେ ଇଏ ତ ସବୁ ଆମେ ଦେଇଥିବା GST ଟିକସ ପଇସାରେ ହେବ, ତେଣୁ ସାରେ ବରଂ ଆଗ କାନ ଧରି ପାଞ୍ଚ T ଥର ଉଠ୍ ବସ୍ ହେବା କଥା ଯେ, ପାଞ୍ଚଥର କ୍ଷମତା ଦେଲା ପରେ ବି ଆଜି ଯାଏ ଏହା କାହିଁକି ହୋଇ ନଥିଲା ? ଆମେ ଟିକସ ଦେବାରେ କେବେ ଡେରି କରିଛୁ କି ଗତ 24 ବର୍ଷ ଭିତରେ ?

2. ଆମ ଟିକସ ପଇସାରେ ତ ସ୍କୁଲ ହେବ କଲେଜ ହେବ, ରାସ୍ତା ହେବ, ଡାକ୍ତରଖାନା ହେବ, ଟଙ୍କାକିଆ ଚାଉଳ ଦିଆଯିବ, ବିଜୁ ସ୍ବାସ୍ଥ୍ଯ କାର୍ଡ ଦିଆଯିବ, ଇନ୍ଦିରା ଆବାସ ଦିଆ ଯାଉଛି, ଆଗକୁ ବି ଯୋଉ ସରକାର ବି ଆସୁ ଏ ସବୁ ମଧ୍ଯ ଦିଆଯିବ,
ହେଲେ ନବୀନବାବୁଙ୍କ ନାଁ ରେ କ୍ଷମତାକୁ ଆସି ଆପଣମାନେ ଆମ ରାଜ୍ଯର ଯେଉଁ ଲକ୍ଷ ଲକ୍ଷ କୋଟି ଟଙ୍କାର ଲୁହାପଥର ଖଣି, ବକ୍ସାଇଟ୍ ଖଣି , ପୋର୍ଟ ଇତ୍ଯାଦିକୁ ଆଦାନୀ, ବେଦାନ୍ତ .. ମାନଙ୍କୁ ଶାଗ ମାଛ ମୁଲରେ ବିକି ଦେଇଛନ୍ତି, ସେଥିରୁ ଯୋଉ ହଜାର ହଜାର କୋଟି ଟଙ୍କାର ହାତଗୁଞ୍ଜା ନେଇଛନ୍ତି ସେସବୁ ଟଙ୍କାକୁ କୋଉଠି ରଖିଛନ୍ତି ?

3. ଆଉ ଥରେ କ୍ଷମତା ପାଇଲେ ଆଗକୁ ଗନ୍ଧମାର୍ଦ୍ଦନ ଠୁ ଆରମ୍ଭ କରି କୋରାପୁଟ, ସୁନ୍ଦରଗଡ, କେଉଁଝର, ସୁକିନ୍ଦା ଅଞ୍ଚଳର ବାକିତକ ଖଣି ଖାଦାନ ବିକି ଦେଇ ରାଜ୍ଯ ଛାଡି ପଳେଇ ଯିବାକୁ ଆପଣ ଯେଉଁ ମସୁଧା କରୁଛନ୍ତି ତାହାକୁ ସାକାର କରିବାକୁ ଦିଆଯିବନି ଏଥର , କାରଣ ଆମେ କଲେଜ ପିଲା ଏତେ ବୋକା ନୋହୁ, ଆମରି ପଇସାରେ ସ୍କୁଲ ଗଢି ନିଜକୁ ଦାତା କହି ବୁଲିଲେ କୋଉ କଲେଜ ପଢୁଆ ପିଲା ତାହା ବିଶ୍ବାସ କରିବେ କି ?

4. ଆପଣମାନଙ୍କ ଭଳିଆ ଅଫିସରଙ୍କ ହାତରେ କ୍ଷମତା ଦେଇଛନ୍ତି ନବୀନ ସରକାର, ଗତ 23 ବର୍ଷ ଭିତରେ କୋଣାର୍କ ଟିଭି ବୁଡିଲା, ଓଟିଏମ୍ ବୁଡିଲା , ଚିନିକଳସବୁ ବନ୍ଦ ହେଲା, କାଗଜକଳ ସବୁ ବନ୍ଦ ହେଲା, ସୂତାକଳ ସବୁ ବନ୍ଦ ହେଲା, ଏମିତି ବୋଧେ 40 ହଜାର ଛୋଟ ବଡ ମଝିଆ ଶିଳ୍ପ କାରଖାନା ବନ୍ଦ ହେଇଗଲାଣି ଆମ ରାଜ୍ଯରୁ,

ଏବେ ଆମ ରାଜ୍ଯର ଲକ୍ଷ ଲକ୍ଷ ଯୁବକ ତାମିଲନାଡୁ, କେରଳ, ଗୁଜୁରାଟ, ବାଙ୍ଗାଲୋର, ହାଇଦ୍ରାବାଦ୍ ଦାଦନ ଖଟିବାକୁ ଯାଉଛନ୍ତି ,

ଆମ ଆଇ ଏ ଏସ ମାନେ ଆମ ରାଜ୍ଯ କ୍ଷମତାର ସର୍ବେସର୍ବା ହୋଇ ଗତ 23 ବର୍ଷ ଭିତରେ କେତେଟା କୁଟୀର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବସେଇଛନ୍ତି ? କେତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ?

5. ଆମେ ଭୋଟ୍ ଦେଇ ଆମ ପ୍ରତିନିଧି ବାଛିଲୁ, ଆପଣ ଜଣେ ସରକାରୀ ଚାକିରିଆ ଅର୍ଥାତ୍ ଆମମାନଙ୍କ ଦରମା ନିଆ ଚାକର, ଆପଣ ଆମ ପ୍ରତିନିଧି ନୁ୍ହଁନ୍ତି । ଆମ ପ୍ରତିନିଧି ଠାରୁ ଜଣେ ଚାକର ସମ୍ମାନରେ ବଡ କି ?

ଜଣେ ଚାକର ଗୋଟେ ରାଜ୍ଯର ମାଲିକ ପରି ଷ୍ଟେଜ୍ ଉପରେ ଯଦି ଏପରି ଘୋଷଣା କରିବେ ତାହେଲେ ଆମ ପ୍ରତିନିଧି କଣ କରିବେ ?

6. ଯେଉଁ ଦଳରେ ଲୋକ ପ୍ରତିନିଧିଙ୍କୁ ସରକାରଙ୍କ ଗୋଟେ ଚାକର ଆଙ୍ଗୁଠି ଦେଖାଇ ଉଠ୍ ବସ୍ କରାଏ, ଆମେ ସେ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେଇ ଆମର ପ୍ରତିନିଧି ବାଛିବୁ କେଉଁ ଅକଲରେ ? ଆମେ କଲେଜ ପିଲା, ଆମେ କଣ ଏଡେ ନିର୍ବୁଦ୍ଧିଆ ? ଆପଣ ଏକା ଚାଲାକ୍?

ଯଦି ଆପଣଙ୍କ ଅମଲାତାନ୍ତ୍ରିକ ସରକାରରେ ଆମ ଦ୍ବାରା ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଜଣେ ଜନନେତାର ମାନ୍ଯତା ବି ମିଳୁନି ତାହେଲେ ଆମେ ଏଥର ସ୍ବାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେବୁ, କୌଣସି ଦଳୀୟ ଚାକର, ବୁକୁଚାବୁହା, କ୍ରୀତଦାସଙ୍କୁ କାହିଁକି ଆମେ ଆମର ପ୍ରତିନିଧି ବାଛି ଆମରି ଟିକସ ପଇସାରୁ ଦରମା ନେଉଥିବା ଅଫିସରମାନଙ୍କ ଦ୍ବାରା ଲାଞ୍ଛିତ ହେବୁ ?

7. ସେମିତି ଆଇନ ଶୃଙ୍ଖଳା

8. ନାରୀ ନିର୍ଯାତନା

9. କୃଷି

19. ପିସି ଇତ୍ଯାଦି ଇତ୍ଯାଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇ ପାରିବ ଆପଣଙ୍କ ପାଖରେ ପହଞ୍ଚୁଥିବା ସି ଏମ୍ ଅଫିସ୍ ସହିତ

ଏକଥା ନକରି ଆପଣମାନେ କାଳିମାଡ ଅଣ୍ଡାମାଡ ଇତ୍ଯାଦି ଅତ୍ଯନ୍ତ ନିନ୍ଦନୀୟ ହୀନ କାର୍ଯ୍ୟମାନ କରୁଛନ୍ତି କେଉଁ ବିବେକରେ ??

CM office ଯଦି ଲୋକଙ୍କ ପାଖକୁ ଯାଉଛି ତାହେଲେ ଲୋକଙ୍କୁ ଆଲୋଚନା କରିବାର ସୁଯୋଗ ଦିଆଯାଉ , CM office ସେଠାରେ ପ୍ରେସ ମିଟ୍ କରୁ – ଏଭଳି ଦାବୀ କୋଉ ଦଳ କରୁ ନାହାନ୍ତି କାହିଁକି କେଜାଣି ?

ପାଣ୍ଡିଆନ ସାର୍ ଙ୍କ ସଭା ତ ଦଳୀୟ ସଭା ନୁହେଁ, ଚିଫ୍ ମିନିଷ୍ଟର ଆଉ ତାଙ୍କ ଅଫିସ ତ ସମସ୍ତ ଓଡ଼ିଶାବାସୀଙ୍କର, ତେଣୁ ସେଠାକୁ ଦଳ ମତ ନିର୍ବିଶେଷରେ ସବୁ ଲୋକ ଯାଉଥିବେ,

ବିରୋଧୀ ଦଳ ନେତାଏ ଭ୍ରାମ୍ୟମାଣ CM Office କୁ ଯାଇ ସି.ଏମ.ଓ. ଅଫିସ ସହ ସ୍ଥାନୀୟ ସମସ୍ଯା, ପାଞ୍ଚ ବର୍ଷର ବିକାଶ ଓ ପରବର୍ତ୍ତୀ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରୁ ନାହାନ୍ତି କାହିଁକି ? କଣ ସରମ ଲାଗୁଛି ନା କେନ୍ଦ୍ର ମାଲିକଙ୍କ ତେନ୍ତୁଳି ଛାଟ ଭୟ ??

ହ୍ଯାପ କ୍ଯାମେରା ସାମନାରେ ପ୍ରଶ୍ନୋତ୍ତର ହେଲେ ଏହାଙ୍କ ପାଟି ଆଫୁ ଆଫୁ ହେବ,

ବୁଲିବେ ??

https://fb.watch/mz7IMWmSGu/?mibextid=6aamW6

Laxmidhar Nayak
My Facebook Post:22nd August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights