ଅପରୂପା ସୌନ୍ଦର୍ୟମୟୀ କାଫୁଏ …

Share it

Jambia : 13th July 2024

ଏହାର ଜଳ ରାଶି ମଧ୍ୟରେ ଲୁକ୍କାୟିତ ନିଶ୍ଚିତ ମୃତ୍ୟୁ,
ଏସବୁକୁ ନିଷେଧ କରିଥାଏ

ଜାମ୍ବିଆ ଦେଶର ନଦୀମାନଙ୍କ ମଧ୍ୟରେ, ବଡ଼ ନଦୀ ହିସାବରେ କାଫୁଏ, ଲୁଂଗବା ଓ ଜ଼ମ୍ବେଜୀ ନଦୀକୁ ନିଆ ଯାଏ । କାଫୁଏ ଓ ଲୁଂଗବା ନଦୀ, ଜମ୍ବେଜି ନଦୀରେ ମିଶନ୍ତି ।

ଚାଲି ଚାଲି ନଦୀ କୂଳରେ ପହଞ୍ଚିଲି । ଏହି ସମସ୍ତ ନଦୀମାନଙ୍କରେ ବହୁତ କୁମ୍ଭୀର ଓ ଜଳ ହସ୍ତୀ ବାସ କରନ୍ତି । ନଦୀ କୁଳର ଦୁଇ ପାର୍ଶ୍ଵ ଘନ ଜଙ୍ଗଲ ଓ ମଣିଷେ ଉଚ୍ଚ ସାଭାନା ଘାସ ଦ୍ୱାରା ପରିପୂର୍ଣ । କାଳେ, କୁମ୍ଭୀର ବା ଜଳହସ୍ତୀ, ଘାସ ମଧ୍ୟରେ ଶୋଇ ଥିବେ, ତେଣୁ ସତର୍କତାର ସହିତ ଯାଉଥାଏ । ପଥର କାଟି ନଦୀ ବହୁଥିବା ଯୋଗୁଁ ଦୂରରୁ ପାଣିର ଶବ୍ଦ ଶୁଭୁଥାଏ ।

କାଫୁଏ ନଦୀରେ ଚାରି ହଜାରରୁ ଅଧିକ ଜଳହସ୍ତୀ ଅଛନ୍ତି । ନଦୀ ମଧ୍ୟରେ ଏମାନେ ବହୁ ହିଂସ୍ର ସ୍ୱଭାବର ହୋଇ ଥାଆନ୍ତି । କାରଣ ସେମାନେ ସେମାନଙ୍କ ଅଞ୍ଚଳରେ କାହାର ଅନୁପ୍ରବେଶ ବରଦାସ୍ତ କରନ୍ତି ନାହିଁ ।

ଜାମ୍ବିଆରେ ଲୋକେ ଡଙ୍ଗା ଉପରୁ ରାଇଫଲ ବା AK47 ଦ୍ୱାରା ଜଳହସ୍ତୀ ଶିକାର କରି ତାହାର ମାଂସ ଖାଇ ଥାଆନ୍ତି । ଏପରିକି କିଟୱେ ସହରରେ ଥିବା pick n pay ଦୋକାନରେ ଜଳହସ୍ତୀର ମାଂସ କିଲୋ ପ୍ରତି, ୧୦୦ ରୁ ୧୫୦ କ୍ଵାଚାରେ କିଣିବାକୁ ମିଳିଥାଏ । କାଫୁଏ ନଦୀରେ ହଜାର ହଜାର ବିରାଟକାୟ ମଗର ଜାତୀୟ କୁମ୍ଭୀର ରହିଛନ୍ତି ।

ଅପରୂପା ସୌନ୍ଦର୍ୟମୟୀ କାଫୁଏ ନଦୀର ନୀଳ ଓ ପରିଷ୍କାର, କାଚ କେନ୍ଦୁ ଭଳି ଜଳ ରାଶି ନଦୀ ମଧ୍ୟରେ ଲୁଗାପଟା ଧୋଇବା ବା ସନ୍ତରଣ କରିବା ନିମନ୍ତେ ପ୍ରଲୋଭିତ କରି ଥାଏ । କିନ୍ତୁ ଏହାର ଜଳ ରାଶି ମଧ୍ୟରେ ଲୁକ୍କାୟିତ ନିଶ୍ଚିତ ମୃତ୍ୟୁ, ଏସବୁକୁ ନିଷେଧ କରିଥାଏ । ଏମିତି କି ଡଙ୍ଗାରେ ଯିବା ମଧ୍ୟ ବିପଦ ପୂର୍ଣ ।

ମିହିର କୁମାର ସେନାପତି, ଭୁତତ୍ତ୍ବବିତ୍
କଟକ, ଓଡିଶା
ମୋ – 9437292816


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights