ଅନ୍ତତ ଏତିକି ଅର୍ଥନୀତି କଥା ଚାହା ଦୋକାନୀ ବି ଜାଣେ

Share it

ମୋ ଲେଖା
10th August 2021

ବାବୁରେ
ତେଲକୁ ଅନ୍ତତଃ ତୁମ ପସନ୍ଦର ସେହି 100 ରେ ସ୍ଥିର ରଖ ହେ ସବ୍ ଜାନତା ମହା ବାହୁ / ମହା ଖା…

ସେଟାକୁ ଗୋଟାଏ ପଏଣ୍ଟରେ ସ୍ଥିର ରଖି , ସିଏ 100 ହେଉ କି 50, ଯାହା ତୁମର ପସନ୍ଦ, ସେହି ଅନୁସାରେ ଖର୍ଚ୍ଚ ଗୁଡାଙ୍କୁ ଆଗ ପଛ କରି ଆଡଜଷ୍ଟ କର ,

ଅର୍ଥନୀତି ଟାକୁ କୌଣସି ଏକ ବିନ୍ଦୁରେ ଯେକୌଣସି ପ୍ରକାରେ ଗୋଟାଏ ସ୍ଥିରତା ପ୍ରଦାନ କରିବା ଜରୁରୀ

ନ ହେଲେ ସମଗ୍ର ପ୍ରଜାକୁଳ ପ୍ରତି ମୁହୂର୍ତ୍ତରେ ଗୋଟାଏ ଅନିଶ୍ଚିତ ଆଶଙ୍କା ଜନିତ ହା ହୁତାସ ମଧ୍ୟରେ ଗତି କରିବେ, ଘୁଣ ଖାଇଲା ପରି ତାହା ସମଗ୍ର ବ୍ୟବସ୍ଥା ଓ ଜନ ମାନସିକତାକୁ ଦୁର୍ବଳ କରି ପ୍ରବଳ ଅସନ୍ତୋଷ ଉତ୍ପାଦନ କରିବ,

ଅନ୍ତତ ଏତିକି ଅର୍ଥନୀତି କଥା ଚାହା ଦୋକାନୀ ବି ଜାଣେ,

ତମେ ଅର୍ଥନୀତି ନ ପଢି କାହିଁକି ସେ ଏଣ୍ଟାୟାର ପୋଲ୍ ସାଇନ୍ସ ପଢିଲ ହେ ମହାବାହୁ, ଯାହା ତୁମର ଏ ମୌଳିକ ସାଧାରଣ ଜ୍ଞାନ ଟିକକୁ ମଧ୍ୟ “ଗୁଡ୍ ଡେ ” ବିସ୍କୁଟ ପରି ଚାହା ସହ ଖାଇଦେବାକୁ ସାହାଯ୍ୟ କଲା

ଶରଣବାଞ୍ଛିତ କାନ୍ଦି କାନ୍ଦି ଭକ୍ତ
ଗଡି ଗଲେଣି ସକଳ
ଦୋଷ ଅପରାଧ କ୍ଷମାକରି ପ୍ରଭୁ
ଜାଗ୍ରତରେ ପ୍ରତିପାଳ

– ଭୀମ ଭୋଇ<
ଲକ୍ଷ୍ମୀଧର ନାୟକ
My Facebook Post: 10th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights