ଅଖା ଧୋଉଥା ଗୁଣ ଗାଉଥା

Share it

ପୁଋଣାକାଳିଆ କଥାଟିଏ । ସହଧର୍ମିଣୀଙ୍କୁ ନଆଣି ଶଶୁରଘରକୁ ରାତିଟିଏପାଇଁ ଏକୁଟିଆ ଆସିଥିବା ଜଣେ ଜ୍ୱାଇଁଙ୍କ ପାଇଁ ଭୁରିଭୋଜନର ବ୍ୟବସ୍ଥା ହୋଇଥିଲା । ବିଚରା ଲୋଭରେ ଟିକେ ଅଧିକ ଖାଇଦେଇଥିବାରୁ ରାତିରେ ଦୁଇନମ୍ବର ଲାଗିବାରୁ ଅନ୍ଧକାରରେ କିଛି ବାଟନପାଇ ସେ ରହିଥିବା ବଖରାରେଥିବା ଅଖାଟିଏରେ କାମସାରିଦେଇ ସକାଳୁ ସକାଳୁ ପଳେଇ ଆସିଥିଲେ । ଅଖାଟି ଗନ୍ଧାଇବାରୁ ଘରଲୋକ ସେଇଟିକୁ ଦୀର୍ଘସମୟଧରି ଧୋଉଥିବାବେଳେ ଜ୍ୱାଇଁଙ୍କ ଗୁଣ ଗାଉଥିଲେ।

ଅନ୍ତରଙ୍ଗମାନଙ୍କ ଭିତରେ ବିଶ୍ୱାସଘାତକତାକୁ ଏଭଳି ଲୋକକଥାଟି
ଜରିଆରେ ପରିପ୍ରକାଶ କରାଯାଇଥାଏ । ଅଖା ଧୋଉ ଥା, ଗୁଣ ଗାଉ ଥା ।

ଥରେ ହିଟଲର ଜର୍ମାନ ସଂସଦ (Bundestag)କୁ କୁକୁଡାଟିଏ ଆଣି ତାର ସବୁ ପରଗୁଡିକୁ ଓପାଡି ଦେବାପରେ କୁକୁଡାଟି ଗୁରୁତର କ୍ଷତାକ୍ତ ହୋଇ ଜୀବନ ମରଣ କଷ୍ଟ ପାଉଥିବା ସମୟରେ ସେ ଆଉ କେଇପାଦ ଆଗେଇଯାଇ ନିଜ ଗୋଡପାଖରେ ପକେଟରୁ କୁକୁଡା ଖାଉଥିବା କିଛି ଦାନା କାଢି ପକେଇବାପରେ କଷ୍ଟ ପାଉଥିବା କୁକୁଡାଟି ତାଙ୍କ ଗୋଡପାଖକୁ ଆସି ଖୁସିରେ ଦାନାଗୁଡିକୁ ଖାଇଥିଲା ।

ଏହାପରେ ଗୃହର ଅଧ୍ୟକ୍ଷଙ୍କୁ ସମ୍ବୋଧନ କରି ହିଟଲର କହିଥିଲେ
“ଗଣତାନ୍ତ୍ରିକଦେଶର ଲୋକେ ଏହିପରି । ସେଠାର ନେତାମାନେ
ଲୋକଙ୍କୁ ଠକି ଠକି ସେମାନଙ୍କୁ କର୍ମଠରୁ ଅଳସୁଆ/ଅପଙ୍ଗ
କରିଦିଅନ୍ତି ଓ ତାପରେ ଟିକିଏ କଣ ଦେଇ ସେମାନଙ୍କର ଶୁଭାକାଂକ୍ଷୀ ବୋଲେଇ ହୁଅନ୍ତି” ।

ତା 16.01.1959ରିଖରେ ନାୟକୠପେ ରାଜ କପୁର ଓ
ନାୟିକାଋପେ ନୂତନ ଅଭିନୟ କରିଥିବା ହିନ୍ଦିସିନେମା “ଅନାଡି”ର
“ସମଝନେ ବାଲେ ସମଝ ଗୟେ ହେଁ, ଯୋ ନା ସମଝେ ନା ସମଝେ ୱୋହି ଅନାଡି ହୈ” ଗୀତଟି ସେତେବେଳର ତଥା ପରବର୍ତ୍ତୀ ପିଢୀର ଯୁବକମାନଙ୍କ ଭିତରେ ବେଶ ଆଦୃତ ହୋଇଥିଲା । (समझने वाले समझ गये हैं ना समझे ना समझे वो अनाड़ी हैं वो चाँद खिला वो तारे हांसे ये रात …)

ସ୍ଥଳ ବିଶେଷରେ “ସମଝଦାରୋଁ କୋ ଇସାରା କାଫି” ଭଳି ହିନ୍ଦି ମୋହାବରାଟି ବି ଆମ ରାଜ୍ୟରେ କୁହାଯାଇଥାଏ ।

ଅସ୍ୱୀକାର- Disclaimer:- ଏତଦ୍ୱାରା ମୁଁ ଘୋଷଣା କରୁଅଛି ଯେ , “ଏବେ ଓଡିଶା ସରକାରଙ୍କ ତରଫରୁ ମାଗଣାରେ ମିଳୁଥିବା ଦୁଇଟି ଝୋଟଅଖା, ଯାହା ହୁଏତ କେନ୍ଦ୍ର ସରକାରଙ୍କ ତରଫରୁ ମିଳୁଥିବା ମାଗଣାଦାନା ଆଣିବାକୁ ଉଦ୍ଦିଷ୍ଟ” ସହିତ ଏହି ଲେଖାରେ ଥିବା “ଅଖା”ର କୌଣସି ସଂପୃକ୍ତି ନାହିଁ । ସଂଯୋଗବଶଃତ ମେଳ ଖାଉଥିଲେ ମୁଁ ଦାୟୀନୁହେଁ ଯେହେତୁ ମୋର ଲେଖା ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ।
ନମସ୍କାର

ତୁଷାରକାନ୍ତ ଶତପଥୀ

ତୁଷାରକାନ୍ତର ମୁଣି ନିଅନ୍ତୁ ସେଥିରୁ ଛାଣି …


Share it

Leave a comment

Your email address will not be published. Required fields are marked *

Verified by MonsterInsights