ଅଇଁଠା ପତ୍ର ଚାଟିଲ ହେ ଭୁବନ ମୋହନ …

Share it

ତୁମ ପରା ବନ୍ଧୁ ବନ୍ଧୁ ଅଛି କି କେ ଜଗତେ
ଅଇଁଠା ପତର ଚାଟେ ବନ୍ଧୁ ଥିଲେ ଆରତେ
କି କଥା ନକଲ ବନ୍ଧୁ ରଖିବାକୁ ଜୀବନ
ଅଇଁଠା ପତ୍ର ଚାଟିଲ ହେ ଭୁବନ ମୋହନ

( ଚର ଅଚର କାଷ୍ଠ ପାଷାଣ ନଦୀ ପର୍ବତ ବାୟୁ ଆକାଶ ମଣିଷ ପଶୁ ପକ୍ଷୀ ସରାଚରରେ ଗୋଟେ ଶକ୍ତି ପ୍ରବାହ ବା ଈଶ୍ବର ସତ୍ତା ବିଦ୍ଯମାନ । ପ୍ରତ୍ଯେକ ସତ୍ତାର ଗୋଟେ ଜୀବନ ଥାଏ ଓ ଗୋଟେ ଜୀବନ କାଳ ଥାଏ । ତାହା ଚଳମାନ ମଣିଷ ହେଉ ଅଥବା ଅଚଳ ପର୍ବତ । ପ୍ରତ୍ଯେକ ଜୀବନର ପ୍ରାଣ ସତ୍ତା ହେଲେ ଈଶ୍ୱର ।

ଜୀବନ ବଞ୍ଚେଇବାକୁ ଭୋକରେ ଅଇଁଠା ପତ୍ର ଚାଟୁଥିବା ଏ ପିଲାଟି ଶରୀରରେ ମଧ୍ଯ ସେ ଶକ୍ତିସତ୍ତା ବା ଈଶ୍ୱରକଣିକା ବା ଈଶ୍ୱର ଏ ପିଲାର ଜୀବନ-ବନ୍ଧୁ ହିସାବରେ ବିଦ୍ଯମାନ ଅଛନ୍ତି ।

ମୋତେ ଦିଶିଲା ଏ ପିଲାଟିର ଜୀବନ ରକ୍ଷା କରିବାକୁ ସେ ଜୀବନ-ବନ୍ଧୁ ଈଶ୍ବର ଅଇଁଠା ପତ୍ର ଚାଟିବାକୁ ବି ଦ୍ବିଧା ପ୍ରକାଶ କରି ନାହାନ୍ତି, ନିଜକୁ ପଛେ ଅଇଁଠା ପତ୍ର ଚାଟିବାକୁ ପଡୁ କିନ୍ତୁ ବନ୍ଧୁଟିର ଜୀବନ ରକ୍ଷା ହେଇଯାଉ, ଯେତେ କ୍ଷଣ ସମ୍ଭବ । ସତରେ କେଡେ କରୁଣାମୟ ସେ ଈଶ୍ବର, ଜଗତର ବନ୍ଧୁ ଜଗବନ୍ଧୁ ! – ଲକ୍ଷ୍ମୀଧର ନାୟକ )

ଜୀବନରେ ଥିବି ଯେବେ ଯିବି ଶୀରି କ୍ଷେତର
ଦରଶନ ଦେବ ବନ୍ଧୁ କିଳିବନି ଦୁଆର

ତୁମେ ଯଦି ଲେଖି ଭାଗ୍ୟେ ଏ ଅଇଁଠା ପତର
ସେହି ମୋ ଅବଢା ଅନ୍ନ ଚଉଷଠି ବ୍ୟଞ୍ଜନ
ମୁଁ କିମ୍ପା ନିନ୍ଦିବି ଭାଗ୍ୟ ଯଦି ଏହା ବିଧାନ

ନିଶ୍ଚୟ ଯିବି ହେ ବନ୍ଧୁ ବଞ୍ଚିଥିଲେ ପରାଣ
ତୁମେ ମୋର ପ୍ରାଣପତି ମୁଁ ତ ତୁମ ଜୀବନ
ନିଶ୍ଚୟ ଯିବି ହେ ବନ୍ଧୁ କରିବାକୁ ଦର୍ଶନ

ତୁମ ପରା ବନ୍ଧୁ ବନ୍ଧୁ ଅଛି କି କେ ଜଗତେ
ଅଇଁଠା ପତର ଚାଟେ ବନ୍ଧୁ ଥିଲେ ଆରତେ
କି କଥା ନକଲ ବନ୍ଧୁ ରଖିବାକୁ ଜୀବନ
ଅଇଁଠା ପତ୍ର ଚାଟିଲ ହେ ଭୁବନ ମୋହନ

ରହୁ ତୁମ ମାନ ବନ୍ଧୁ ନଯାଉ ଏ ଜୀବନ
ନିଶ୍ଚୟ ଯିବି ହେ ବନ୍ଧୁ କରି ତୁମ ଦର୍ଶନ
କି କଥା ନକଲ ବନ୍ଧୁ ରଖିବାକୁ ମୋର ଜୀବନ
ଅଇଁଠା ପତ୍ର ଚାଟିଲ ହେ ଭୁବନ ମୋହନ

କେମନ୍ତେ ଭୁଲିବି ବନ୍ଧୁ ତୁମ ବନ୍ଧୁ ବେଭାର
ଜୀବନରେ ଥିବି ଯେବେ
ନିଶ୍ଚୟ ଯିବି ମୁଁ ବନ୍ଧୁ
ତୁମ ଶୀରିକ୍ଷେତର ।।

**** ***** ***** ******


– ଲକ୍ଷ୍ମୀଧର ନାୟକ
09.04.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights