Share it

ଭଲପାଉଥିଲି ଦିନେ
ଏକ ବନ ହରିଣୀ
ମନର ପରଶ ଯା’ର
ଆଜି ବି ମୁଁ ଭୁଲିନି

ଭଲପାଉଥିଲି ବୋଲି
କେବେ ତାକୁ କହିନି
କହିବି କହିବି ବୋଲି
କେବେ କହି ପାରିନି

ଶୁଣିଲା ଶୁଣିଲା ପରି
ଲାଗୁଥିଲା ମୋତେ ସେ
ବୁଝିଲା ବୁଝିଲା ପରି
ଚାହୁଁଥିଲା ମୋତେ ସେ

ହେଲେ ମୋ ମନର କଥାଟିଏ
ବୁଝି କି ପାରିଛି ସିଏ
ଆଜି ବି ମୁଁ ଜାଣିନି
ଆଜି ବି ମୁଁ ଜାଣିନି


ଲକ୍ଷ୍ମୀଧର ନାୟକ
My Facebook Post: 9th September 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights