ଆମ ଜନ୍ମ କିଛି କରିବା ପାଇଁ

Share it

ଆମ ବାଡିପଟ ଆମ୍ବ ଗଛ ଡାଳେ
ଫଗୁଣ ମାସରେ ବଉଳ ଧରେ
ସେଇ ଫଗୁଣରେ ତୁମ ବାଡିପଟ
ମହକ ଚହଟେ କୋଇଲି ସୁରେ॥

ଆମ ବାପା ଯାଇ ବିଲେ ଝୁଙ୍କିପଡି
ଯେମିତି ଫଳାନ୍ତି ଫଳ ଫୁଲୁରି
ସେଇପରି ତୁମ ବାପା କରୁଥିବେ
ତୁମ ପେଟ ପାଇଁ ଝାଳକୁ ମାରି॥

ଆମ ଅଗଣାରେ ଚାନ୍ଦକୁ ଦେଖେଇ
ବୋଉ କହୁଥାଏ ହାତରେ ଦେବ
ତୁମ ଅଗଣାରେ ସେଇମିତି କଥା
ତୁମ ବୋଉ ନିଶ୍ଚେ କହୁ ବି ଥିବ॥

ସକାଳ ସୁରୂଜ ଆମ ଆଡେ ଉଇଁ
ତୁମ ଆଡେ ଯିବା କରେନି ମନା
ପରାଗ ଗ୍ରହଣ ରାହୁ କେତୁଗଣ
ଚଳନ୍ତିନି କେବେ ଆମରି ବିନା॥

ବାପା ମୋ ଗଲେଣି ନିଜେ ଦିନେ ଯିବି
ସଭିଏଁ ଯୁଆଡେ ଯାଆନ୍ତି ଦିନେ
ତୁମ ବାପା ଯିବା ତୁମେ ଜାଣିଥିବ
ନିଜ କଥା ହେଜୁଥିବ ତ ମନେ॥

ଆସ ଭାଇ ତେବେ କାହିଁକି ଯୁଝିବା
କେଉଁଠି ଟିକିଏ ଫରକ ପାଇଁ
ଚାରିଆଡେ ପରା ଆବରା ଖାବରା,
ଆମ ଜନ୍ମ କିଛି କରିବା ପାଇଁ॥

=୦=୦=୦=୦=୦=୦=୦=୦=୦=୦=୦=


ତ୍ରିଲୋଚନ ପଣ୍ଡା
ମୋ – 9439197560


Share it

Leave a comment

Your email address will not be published. Required fields are marked *

Verified by MonsterInsights