ବିଚରା ଶାସ୍ତ୍ରଟି ବଦନାମ ହୁଏ ଏ ‘ଶାସ୍ତ୍ରକୂଟ’ ବୁଝି ନଥିବା କେଇଜଣ ମତଲବି ଅଥବା ଅଜ୍ଞାନୀ ଶାସ୍ତ୍ର ବ୍ୟାଖ୍ୟାକାରଙ୍କ ପାଇଁ
ମୁଁ କୌଣସି ଏକ ପ୍ରସଙ୍ଗରେ “ଶାସ୍ତ୍ରକୂଟ” ଶବ୍ଦ ଟି ବ୍ୟବହାର କରିଥିଲି।
ତାହା ପଢି ମୋତେ ଜଣେ ବନ୍ଧୁ ଫୋନ କଲେ,
ପଚାରିଲେ କି ହୋ ସେ ଶାସ୍ତ୍ରକୂଟ ଟା ପୁଣି କଣ ?
ତୁମେ କାହିଁକି ସେ ଭଣ୍ଡ ବାବା ଗୁଡାଙ୍କୁ ପ୍ରୋଟେକସନ୍ ଦେବାକୁ ଚେଷ୍ଟା କରୁଛ ?
ମୁଁ ତାଙ୍କୁ ଉତ୍ତର ଦେଲି – ମନେକର କୌଣସି ଶାସ୍ତ୍ର ବା ସଦ୍ ଗ୍ରନ୍ଥ ରେ ଲେଖା ହୋଇଛି –
“ପିତାର୍ ଧନେ ଆମାର୍
ପୂର୍ଣ୍ଣ ଅଧିକାର …”
ଏହାକୁ ଯଦି ଆମ ଫ୍ରେଞ୍ଚ୍ କଟ୍ ଦାଢ଼ି ବାଲା ବାବା ଅର୍ଥ କରି ବସିବେ ଯେ,- ଆମ ଶାସ୍ତ୍ରରେ ଲେଖାଯାଇଛି କି, ବାପର ଧନରେ, ବାପର ରୋଜଗାରରେ କେବଳ ପିଲାର ଅଧିକାର,ତା ଉପରେ ଆଉ କାହାର ଅଧିକାର ନାହିଁ,ଏପରିକି ସେ ଧନ ଉପରେ ମା ର ବି ଅଧିକାର ନାହିଁ,
ଖୋଦ୍ ବାପାର ବି ଅଧିକାର ନାହିଁ ।
ଏ କଥା ଆମ ଶାସ୍ତ୍ରରେ ଲେଖା ଅଛି, ତେଣୁ ବୁଢ଼ା ବୟସରେ ବାପ ମା ନିଜ ସମ୍ପତ୍ତିରୁ ଅଧିକାର ହରେଇ ବୃଦ୍ଧାଶ୍ରମରେ କି ଗଛମୂଳେ ପଡି ରହିଲେ ବି ତାହା ଦୋଷାବହ ନୁହେଁ । ସେ ପଇସାକୁ ପୁତ୍ର କନ୍ୟାମାନେ ଯେମିତି ଇଚ୍ଛା ସେମିତି ଖର୍ଚ କରି ପାରିବେ, ସୋମରସ ବି ପିଇ ଆନନ୍ଦ ପାଇ ପାରିବେ, ରାମ ରହୀମ ବାବାକୁ ଦେଇକି ପୁଣ୍ୟ ବି କରି ପାରିବେ, ପିତୃ ମାତୃ କଷଣ ଦୋଷରେ ଭାଗି ହେବେ ନାହିଁ।
କାରଣ ଆମର ଆଉ ଗୋଟାଏ ଶାସ୍ତ୍ର ଆଉ ଠାଏ କହିଛି ବୃଦ୍ଧାବସ୍ଥାରେ ବାପ ମା ପିଲା ମାନଙ୍କୁ ଆଶ୍ରା କରି ବଂଚିବେ । ଯେହେତୁ ଆମ ଶାସ୍ତ୍ର ବାକ୍ଯ ଅନୁସାରେ ଧନର ମାଲିକ ପିଲା, ତେଣୁ ମାଲିକ ତାର ନିଜ ଇଚ୍ଛାରେ ତାର ଧନ ବ୍ୟୟ କରିପାରିବ, ଏ କଥା ତ ଆମ ନ୍ୟାୟ ଶାସ୍ତ୍ର କହୁଚି ।
ଏଭଳି ଯଦି କେହି ଶାସ୍ତ୍ର ବାକ୍ୟର ଅର୍ଥ କରି ବସନ୍ତି, ତାହେଲେ ସଂସାରର ଗତି କୁଆଡେ ହେବ ଚିନ୍ତା କରନ୍ତୁ ।
ଯଦିଓ ଶାସ୍ତ୍ର ବାକ୍ୟର ଭାବାର୍ଥ ସମ୍ପୂର୍ଣ୍ଣ ଅଲଗା ।
ଶାସ୍ତ୍ର ଅର୍ଥରେ – ପିତା ଅର୍ଥ ଜଗତ ପିତା ବା ଈଶ୍ୱର । ଧନର ଅର୍ଥ ସେ ପରମପିତାଙ୍କର ସ୍ନେହ ପ୍ରେମ କଲ୍ୟାଣ ।
ଏଇ କଥାକୁ କୁହାଯାଏ ଶାସ୍ତ୍ର କୂଟ ।
ବିଚରା ଶାସ୍ତ୍ରଟି ବଦନାମ୍ ହୁଏ ଏ ‘ଶାସ୍ତ୍ରକୂଟ’ ବୁଝି ନଥିବା କେଇଜଣ ମତଲବି ଅଥବା ଅଜ୍ଞାନୀ ଶାସ୍ତ୍ର ବ୍ୟାଖ୍ୟାକାରଙ୍କ ପାଇଁ ।
ଲକ୍ଷ୍ମୀଧର ନାୟକ
FB Post : 18.02.2020
*** **** ****
ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”
(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।
https://play.google.com/store/apps/details?id=com.esulekha.magazine)
***** ***** ******
Super mamu