16th April 2024
ଓଡିଶାରେ 200 ୟୁନିଟ୍ ମାଗଣା ବିଜୁଳି ଦାବିର ଅର୍ଥ କଣ ?
1. ବିଜୁଳି ଉତ୍ପାଦକ କମ୍ପାନୀ ଯଥା NTPC, OHPC, OPGC, IMFA, NALCO ….. ଇତ୍ୟାଦି ବାବୁମାନେ 200 ୟୁନିଟ୍ ବିଜୁଳି ମାଗଣା ଦେବେ, ଭାଗ ଅନୁପାତରେ ?
2. ବିତରକ କମ୍ପାନୀ ଟାଟା, ଯିଏ ଏମାନଙ୍କ ଠୁ ବିଜୁଳି କିଣି ଗ୍ରାହକଙ୍କୁ ବିକୁଛି, ସିଏ 200 ୟୁନିଟ୍ ଛାଡ କରିଦେବ, ବିଲ୍ କରିବ ନାହିଁ ?
3. ସରକାର ଲୋକଙ୍କୁ ମାଗଣା ଦେବା ପାଇଁ ଏ 200 ୟୁନିଟ୍ ର ବିଲ୍ ପଇସା ଟାଟାକୁ ପେମେଣ୍ଟ କରିବେ ?
ଯଦି ସରକାର 200 ୟୁନିଟ୍ ର ପଇସା ଟାଟାକୁ ଦେଇ ଲୋକଙ୍କୁ ମାଗଣା ଦେବେ, ତାହେଲେ ସବୁଠୁ ଖୁସି ହେବ ଟାଟା ପାୱାର , ପେମେଣ୍ଟରେ ଧୁଳିମଳି ଲାଗିବନି, ସିଧା ବଜେଟରୁ ଟାଟା ପାୱାର ଆକାଉଣ୍ଟକୁ ପଇସା ଯିବ
ବିଜୁଳି 200 ୟୁନିଟ୍ ମାଗଣା କରିବାକୁ ଦାବୀ କରିବାକୁ ଆନ୍ଦୋଳନ କରିବାକୁ ଯଦି ଜିଲ୍ଲା ପିଛା କୋଟିଏ ହିସାବରେ 30 କୋଟି ଆବଶ୍ୟକ ହୁଏ ଟାଟା ଦେଇଦେବା ଲାଭଜନକ,
ଏପରିକି 500 ୟୁନିଟ ପର୍ଯ୍ୟନ୍ତ ମାଗଣା ଦାବୀକୁ ଜେରଦାର୍ କରିବାକୁ ଯଦି ଆଉ ଅଳପ କିଛି ମାନେ 100 କୋଟି ଖଣ୍ଡ ଦରକାର ହୁଏ ବି ଟାଟା ପାୱାର କରଜ କରିକି ବି ଦେଇ ଦେବା ଟାଟା ପାଇଁ ହିତକର |
ପ୍ରସ୍ତାବ – 1
ମୋ ମତରେ ଟାଟା ପାୱାର 50 ୟୁନିଟ୍ ଖଣ୍ଡ ମାଗଣା ଦେଇ ବିଦ୍ୟୁତ ଚୋରୀ କଟକଣା ଓ ବିଲ୍ ଆଦାୟକୁ କଡାକଡି କରିଦେଲେ ଟାଟାର ଲାଭ ଭଦ୍ର ଲୋକଙ୍କର ବି ଲାଭ ହୁଅନ୍ତା |
ମନେକର ଜଣେ ଲୋକ ମାସକୁ 300 ୟୁନିଟ୍ ବିଜୁଳି ବ୍ୟବହାର କରୁଛି
ସେଥିରୁ ପାଖାପାଖି 33% ବା 100 ୟୁନିଟ୍ ଟ୍ରାନସମିସନ ଲସ୍ ବା ବାଟରେ ଆସୁ ଆସୁ ଉଡିଗଲା ବୋଲି ଯାହା କୁହାଯାଉଛି ପ୍ରକୃତରେ ସେଥିରୁ ଅତିକମ୍ ରେ 25% ବା 75 ୟୁନିଟ୍ ହେଉଛି ବିଦ୍ୟୁତ ଚୋରୀ
ଟାଟା ଯଦି 50 ୟୁନିଟ୍ ମାଗଣା ବିଦ୍ୟୁତ ଦେଲା, ଲୋକେ ହୁଏତ ବିଦ୍ୟୁତ ଠକେଇ କରିବେ ନାହିଁ, 75 ୟୁନିଟ୍ ଚୋରୀ କରୁଥିବା ଲୋକଟିକୁ 50 ୟୁନିଟ୍ ମାଗଣା ଦେଇଦେଲେ ତାର ବିଦ୍ୟୁତ ବିଲ୍ ହାଲକା ହୋଇଯିବ, ସେ ଆଉ ସେଆଡକୁ ଧ୍ୟାନ ଦେବନି, ଯେଉଁ ବଡ ବଡ ବ୍ୟବସାୟୀ ଶିଳ୍ପପତିମାନେ ବିଦ୍ୟୁତ ଚୋରୀ କରି ଟ୍ରାନସମିସନ ଲସ୍ ଓ ସାଧାରଣ ଲୋକଙ୍କ ମୁଣ୍ଡରେ ଅଠା ବୋଳୁଛନ୍ତି , ସେମାନଙ୍କ ମୁଖା ଖୋଲିଯିବ ।
ପ୍ରସ୍ତାବ – 2
ସରକାର ବଜେଟ୍ ରୁ ଲୋକଙ୍କ ବିଜୁଳି ବିଲ୍ ପୈଠ କରିବା ଆଦୌ ଉଚିତ ହେବନି | ଏହା ଏକ ରେକରିଙ୍ଗ ଏକ୍ସପେନସ ହେବ , ମାନେ ପ୍ରତି ବର୍ଷ ବଜେଟ୍ ରୁ ଏହା ଦେବାକୁ ପଡିବ, ରାଜ୍ୟ ଅର୍ଥନୀତି ପାଇଁ ଏହା ଭଲ ନୁହେଁ , ଅସୁବିଧା ହେବ |
ବରଂ ସରକାର ସମସ୍ତେ କେମିତି ନିଜ ପରିବାର ପାଇଁ ମାସକୁ 200/ 300 ୟୁନିଟ୍ ସୋଲାର ଏନର୍ଜି ଉତ୍ପାଦନ କରି ପାରିବେ, ସେ ଖର୍ଚ୍ଚ ବହନ କରନ୍ତୁ ସରକାର |
a) ମାସକୁ 60 ହଜାରରୁ ଅଧିକ ଦରମା ପାଉଥିବା /ରୋଜଗାର କରୁଥିବା ଲୋକଙ୍କୁ ସୋଲାର ପାନେଲ ବସେଇବା ପାଇଁ ସିଧା ସହଜ ଲୋନ୍ ବ୍ୟବସ୍ଥା କରି ଦିଅନ୍ତୁ ସରକାର, ଲୋନ୍ ଇଣ୍ଚରେଷ୍ଚ ଫ୍ରି ହେଲେ କିଛି ଆପତ୍ତି ନାହିଁ, ବରଂ ଭଲ, କାରଣ ଏ ପରିବେଶ ସୁରକ୍ଷାକାରୀ ଅର୍ଥନୀତି ସୁଦୃଢକାରୀ କାର୍ଯ୍ୟଟି ଶୀଘ୍ର କରିବାକୁ ଏ ସୁଧ ଛାଡ ସେମାନଙ୍କୁ ପ୍ରୋତ୍ସାହିତ କରିବ
b) ଅନ୍ୟମାନଙ୍କର ସୋଲାର ଏନର୍ଜୀ ଉତ୍ପାଦନର ସବୁ ଖର୍ଚ୍ଚ ସିଧା ବଜେଟରୁ ଦିଆଗଲେ ବି ତାହା ମଙ୍ଗଳକାରକ ସାବ୍ୟସ୍ତ ହେବ ଓ ଲାଭଜନକ ସାବ୍ୟସ୍ତ ହେବ ମଧ୍ୟ, ଖୁବ୍ ଅଳ୍ପ ଅବଧି ସମୟରେ | ଆବଶ୍ୟକ ପଡିଲେ ସରକାର ଏଥିପାଇଁ ଋଣ କଲେ ବି କିଛି କ୍ଷତି ନାହିଁ |
c ) କୃଷି କାର୍ଯ୍ୟପାଇଁ ଯଥା ଜଳସେଚନ, ବିଭିନ୍ନ କୃଷି ଯନ୍ତ୍ରପାତି ଚଳାଇବା ପାଇଁ ବିଜୁଳି ବ୍ୟବହାର ଏପରିକି ଗାଁ ମୁଣ୍ଡରେ ବସିନପାରୁଥିବା ଭଳି ଛୋଟ ଛୋଟ ଶୀତଳଭଣ୍ଡାର, ଛୋଟ ଛୋଟ ବାଦମ ସେରିଷ … ତେଲ କଳ – ଏସବୁ ପାଇଁ କୃଷି ବଜେଟ୍ ରୁ ସିଧା ଖର୍ଚ୍ଚ କରାଯାଇ ପାରିବ, ଏବଂ ସାହସ କରି 3 ବର୍ଷ ଖଣ୍ଡେ କୃଷି ବିକାଶ ବଜେଟ୍ ର 90% ସିଧା ଏଇଥି ପାଇଁ ଖର୍ଚ୍ଚ କରିଦେଲେ ବି ଖୁବ୍ ଭଲ |
କଥା ନମାନି ଭୁଲଭାଲ୍ କାମ କଲେ ଫଳ ଓଲଟା ରାମ ବାଣ ପରିକା କାମ କରିବ
ମାନେ ସିଧା ରାମବାଣ ମାଇଲେ ରାବଣ ରାଜ୍ ଧ୍ୱଂସ ହେଇ ରାମ ରାଜ୍ୟ ହେବ,
ଓଲଟା ରାମବାଣ ମାଇଲେ ରାମରାଜ୍ୟ ଧ୍ୱଂସ ହେଇ ରାବଣ ରାଜ୍ୟ ଚାଲିବ,
କେବଳ ଧନୁ ଧରିପକେଇଲେ କାହାକୁ ଧନୁର୍ଧାରୀ କୁହାଯାଏନି,
ତୀର ଚଳେଇ ଶିଖିଥିବା ଲୋକକୁ ଧନୁର୍ଧାରୀ କହିଲେ ହୁଏତ କୁହାଯାଇପାରେ
ଅର୍ଥନୀତି ନଜାଣି ଅର୍ଥମନ୍ତ୍ରୀ ଚେୟାରରେ ବସିଥିବା ଲୋକକୁ ଲୋକେ ନିୟମ ବଶରେ ଅର୍ଥମନ୍ତ୍ରୀ କହିବା ଯେମିତି ଏକ ଭ୍ରମାତ୍ମକ କଥା, ତୀର ଓଲଟା ଚଳେଇବାରେ ଧୁରନ୍ଧର ବ୍ୟକ୍ତିଙ୍କୁ ଗାଣ୍ଡିବଧାରୀ ଭାବିବା ମଧ୍ୟ ସେହି ପରି କଥା ହେବ କି ନାହିିଁ ?
ସେଥିପାଇଁ କହୁଛି
ସିଧା ରାମବାଣ ମାଇଲେ ରାବଣ ରାଜ୍ ଧ୍ୱଂସ ହେଇ ରାମ ରାଜ୍ୟ ହେବ,
ଓଲଟା ରାମବାଣ ମାଇଲେ ରାମରାଜ୍ୟ ଧ୍ୱଂସ ହେଇ ରାବଣ ରାଜ୍ ଚାଲିବ।
ଆମେ ତ ଆଦିବାସୀ ତୀର ଚଳେଇବା ସମ୍ପର୍କରେ ଯେତିକି ମନକୁ ଆସିଲା କହିଲୁ ଅର୍ଥନୀତି, ଆପଣମାନେ ଯଦି ଆଉ କିଛି ଭଲ କଥା କହିବାକୁ ଚାହୁଁଛନ୍ତି ତ କୁହନ୍ତୁ
ଲକ୍ଷ୍ମୀଧର ନାୟକ
My facebook post: 16th April 2024