ଆମର ଦାବି ମାନି ନିଅ ….

Share it

Election Offer …..

ଏବେ ଆଉ 200/- ଟଙ୍କାରେ
ସଭା ରାଲିକୁ ଯାଇ ହେବନାହିଁ ।

ରାଲି ଓ ସଭାକୁ ଯିବାର MSP କୁ
2,000/- ଟଙ୍କାକୁ ବୃଦ୍ଧି କରିବାକୁ ଆମର ଦାବି …..

ଆମର ଦାବୀ ନାଯ୍ୟ ଦାବୀ
ନେତାମାନେ ତୁମେ ମାନି ନିଅ
ମାନି ନିଅ
ମାନି ନିଅ

ରାଲି ସଲାମି 2 ହଜାରକୁ ବଢେଇ ଦିଅ
ବଢେଇ ଦିଅ
ବଢେଇ ଦିଅ

ଯଦି ନମାନିବ ଲଢେଇ ହେବ ରେ ଲଢେଇ ହେବ
ଲଢେଇ ହବ
ଲଢେଇ ହବ

ଦାବୀ ନମାନିଲେ ତମ ପୋଷ୍ଟର ବ୍ୟାନରରେ
ନିଆଁ ଲାଗିବ ରେ ନିଆଁ ଲାଗିବ
ନିଆଁ ଲାଗିବ
ନିଆଁ ଲାଗିବ

ଆମର ଦାବୀ ନାଯ୍ୟ ଦୀବୀ
ନେତାମାନେ ତମେ ମାନି ନିଅ
ମାନି ନିଅ
ମାନି ନିଅ

ଆମ ଖଣି ପଇସା
ଇନ୍ଦିରା ଆବାସ ଲାଞ୍ଚ ପଇସା
ଠିକାଦାରୀର ପିସି ପଇସା
ସବୁ ପଇସା ଫେରେଇ ଦିଅ
ଫେରେଇ ଦିଅ
ଫେରେଇ ଦିଅ

ରାଲିରେ ଗଲେ 2 ହଜାର
ଭୋଟ୍ ଖଣ୍ଡକୁ 5 ହଜାର
ବଢେଇ ଦେଇ ଲୁଟେରା ଦଳ
କାଙ୍ଗାଳ ହୁଅ ରେ କାଙ୍ଗାଳ ହୁଅ
କାଙ୍ଗାଳ ହୁଅ
କାଙ୍ଗାଳ ହୁଅ

ତମ ପାପ ଗଣ୍ଠୁଲିକି ଖାଲି କରିବା
ଆମ ଦାୟିତ୍ୱ ରେ ଆମ ଦାୟିତ୍ୱ
ପାପ ଧନେ ଭାଗି ହେବେନି ତୁମର
ପିଲା ମାଇପ ରେ ପିଲା ମାଇପ
ପିଲା ମାଇପ
ପିଲା ମାଇପ

ପାପ ଗଣ୍ଠୁଲି କି ଖାଲି କରିବ
ଖାଲି ହେଲେ ସିନା ବୈକୁଣ୍ଠ ଯିବ ରେ ବୈକୁଣ୍ଠ ଯିବ
ତମ ପାପ ଗଣ୍ଠୁଲି କି ଜନତା ନେବ
ତେବେ ଯାଇ ତୁମେ ସ୍ୱର୍ଗତ ହେବ ରେ ସ୍ୱର୍ଗତ ହେବ
ସରଗ ଯିବ
ସରଗ ଯିବ

ଜନତା ଅଟନ୍ତି ଜନାର୍ଦ୍ଦନ
ସେଇ ତ ଜିଅନ୍ତା ନାରାୟଣ
ତମ ପାପ ଗଣ୍ଠୁଲିକି ନୈବେଦ୍ୟ ନଦେଲେ
ତମ ବେକକୁ ମୋଡିବେ ଯୋଗିନୀ ଗଣ ରେ ଯୋଗିନୀ ଗଣ
ସାବଧାନ୍
ସାବଧାନ୍

ତେଣୁ କହୁଛୁ କଥା ମାନ ଖୁସିରେ ରୁହ
ଆମର ଦାବୀ ନାଯ୍ୟ ଦାବୀ
ନେତାମାନେ ତୁମେ ମାନି ନିଅ
ମାନି ନିଅ
ମାନି ନିଅ

ରାଲି ସଲାମି 2 ହଜାରକୁ ବଢେଇ ଦିଅ
ବଢେଇ ଦିଅ
ବଢେଇ ଦିଅ

ପାଞ୍ଚ ବରଷ ଖଣି ଖାଅ ପଣି ଖାଅ
ପାପ ଗଣ୍ଠୁଲି ବଢୋଉ ଥାଅ
ପାଞ୍ଚ ବର୍ଷ ପରେ ପୁଉଣି ଦବ
ଯେବେ ଆସିବ ନୀର୍ବାଚନ
ନୀର୍ବାଚନ
ନୀର୍ବାଚନ

ଚାଷୀ ମୁଲିଆ ଖଟିଖିଆ
ନିର୍ଦେଶ ଦେଉଛି
ନେତାମାନେ ଏବେ ଖାଲି କର ତମ
ପାପ ଧନ ରେ ପାପ ଧନ
ପାପ ଧନ
ପାପ ଧନ

ରାଲି MSP ଦି ହଜାର କର
ଭୋଟ୍ MSP ପାଞ୍ଚ ହଜାର କର
ଆଗକୁ ଆସୁଛି ନୀର୍ବାଚନ
ଖାଲି କର ସବୁ ପାପ ଧନ
ପାପ ଧନ
ପାପ ଧନ

ପାପ ଧନ ଦେଇ ପୁଣ୍ୟ କର
ଅଫର୍ ଦେଇଛି ଚାଷୀ ମୁଲିଆ ନିତି ଖଟିଖିଆ
ଲୁଟି ଖିଆ ତୁମେ ମାନି ନିଅ
ମାନି ନିଅ
ମାନି ନିଅ

Laxmidhar Nayak
07.03.2023


Share it

Leave a comment

Your email address will not be published. Required fields are marked *

Verified by MonsterInsights