ଓଡିଶାର ମାଲିକ ଚାଷୀ ନା ଚାକର ? ମୂଲିଆ ନା ମଂତ୍ରୀ ?
ଚାଷୀପାଇଁ ୧୪୪ କାହିଁକି ?
ଚାଷୀକୁ
Price ଦେବା ଦାୟିତ୍ୱ କେଂଦ୍ର ସରକାରର,
Pension ଦେବା ଦାୟିତ୍ୱ ରାଜ୍ଯ ସରକାରର,
Prestige ଦେବା ଦାୟିତ୍ୱ ନାଗରୀକମାନଂକର ।
ଏଥିରେ ଊଣା ନହେଉ ।
୬୦ ବର୍ଷ ହେଲେ ସବୁ ଚାଷୀଂକୁ ସରକାର ମାସକୁ ୩ ହଜାର ଟଂକା ପେନସନ୍ ଦିଅନ୍ତୁ ।
ମୁଁ ଆଗରୁ କହିଛି, ଆଜି ବି କହୁଛି-
ଚାଷୀ ମୂଲିଆଂକୁ ଏ ଯେଉଁ ପେନସନ୍ ଦିଆଯିବ, ଚାଷୀ ସେ ପଇସାକୁ ଖର୍ଚ କରିଦେବ, ଖର୍ଚ କରିବା ମାତ୍ରେ ଏ ପଇସାର ୧୮% ଜିଏସଟି ଆକାରରେ ସରକାରଂକ ତିଜୋରୀକୁ ଚାଲି ଆସିବ । ଚାଷୀ ଦୋକାନୀକୁ ଦେଲେ ସିଏ ପୁଣି ଆଉ କାହାକୁ ଦେବ, ଏହି ପ୍ରକ୍ରିୟାରେ ଏ ପେନସନ୍ ଟଂକା ୬ ଟା ହାତକୁ ବଦଳ ହୋଇଗଲେ , ସରକାର ଚାଷୀକୁ ଦେଇଥିବା ପେନସନ୍ ଟଂକା ପୁଣି ଆସି ସରକାରୀ ତିଜୋରୀରେ ଜମା ହୋଇଯିବ । ଅବଶ୍ଯ ପେନସନ୍ ଦେବେ ରାଜ୍ଯ ସରକାର, କିନ୍ତୁ ଜିଏସଟିରୁ ଅଧା ନେଇଯିବ କେଂଦ୍ର ସରକାର ।
ଏ ଦୃଷ୍ଟିରୁ ରାଜ୍ଯ ସରକାର ଇଚ୍ଛାକଲେ ଭୋଟ ପାଇଁ ଛୋଟିଆ ରାଜନୀତିଟିଏ କରିବେ ତ କରନ୍ତୁ ।
ରାଜ୍ଯ ସରକାର ଚାଷୀପାଇଁ ମାସକୁ ୩ହଜାର ପେନସନ୍ ଘୋଷଣା କରି ୧୫୦୦ ଦିଅନ୍ତୁ, ବାକି ଅଧକ କେଂଦ୍ର ଦେଉ ବୋଲି ଦାବୀ କରନ୍ତୁ । ଯେହେତୁ କେଂଦ୍ର ଅଧା ଜିଏସଟି ନେବ, କେଂଦ୍ର ଅଧା ଦେବା ମଧ୍ଯ ଫାବୁଛି ।
ଯଦି ଚାଷୀ ସେ ପେନସନ୍ ପଇସା ଖର୍ଚ ନକଲା, ବ୍ଯାଂକରେ ଠୁଳେଇ କରି ରଖିଲା, ତାହେଲେ ବି କିଛି କ୍ଷତି ନାହିଁ । ସେ ଜମା ଟଂକାଗୁଡା ଶିଳ୍ପ ପତିଂକ ପାଇଁ ପୁଂଜି ହିସାବରେ ବ୍ଯବହାର ହେବ, ସେ ଟଂକାରେ ନୂଆ ନୂଆ ଶିଳ୍ପ ହେବ ।
ଦେଖୁ ନାହାନ୍ତି, ଜନଧନ ଆକାଉଣ୍ଟରେ ଗରିବ ଲୋକଟାଏ କେଇଟା ଟଂକା ବା ରଖେ, ଶହେ କି ପଚାଶ, ତାକୁ ମୋଟରେ ଗଣିଲା ବେଳକୁ ହେଲା ୯୦ ହଜାର କୋଟି, ଅର୍ଥାତ୍ ଦୁଇଟା ପୋସ୍କୋ ।
ଚାଷୀ ଚିହ୍ନଟ କରିବ କେମିତି – ଯେକୌଣସି ୬୦ ବର୍ଷିଆ ଲୋକ ଫର୍ମଟେ ପୁରଣ କରି ପେନସନ୍ ଦାବି କରିବ, ସରକାର ସେ ଫର୍ମଟାକୁ ତହସିଲଦାରକୁ ଦେଇ ଦେବେ, ତହସିଲଦାର ସେ ଫରମରେ ଦୁଇଟା କଥା ଲେଖିବ –
୧. ଲୋକଟାର ଘର ଓଡିଶା
୨. ତା ନାଁରେ ଅନ୍ଯ ସୂତ୍ରରୁ ମାସକୁ ଦଶ ହଜାର ପେନସନ୍ ପାଉଥିବାର କୌଣସି ଅଭିଯୋଗ ଉପଲବ୍ଧ ନୁହେଁ ।
ତହସିଲଦାର ଏତେକ ଲେଖିଦେବା ପରେ ସରକାର ଚାଷୀର ବ୍ଯାଂକ ଆକାଉଣ୍ଟକୁ ପଇସା ପଠାଇ ଦେବେ ।
ସବୁ ବୟସ୍କ ଲୋକଂକୁ ପେନସନ୍ ଦେଲାପରେ ସେ ପରିବାରରକୁ ଟଂକାକିଆ ଚାଉଳ ଦେଇ, ସେ ପରିବାରର ଭେଣ୍ଡିଆମାନଂକୁ ଅକର୍ମା କରିବାର କୌଣସି କାରଣ ନାହିଁ । ସେମାନଂକ ପାଇଁ କି କି କାମ ବରାଦ କରାଯିବ, କେମିତି ସେମାନେ ନିଜ ଇଚ୍ଛାରେ ସେ କାମ କରି ଦେଶ ଗଠନରେ ସାମିଲ ହେବେ, ସେ ସମ୍ପର୍କରେ ପରେ କହିବି ।
ମିଲ୍ ମାଲିକଠୁ ଧାନ କିଣି ଗରିବଂକୁ ବାଣ୍ଟିବା ଗୋଟାଏ ବଡ ଦୁର୍ନୀତି ଚକ୍ର, ସେ ସେ କଥା ଆଉ କେବେ ଅଲଗା ଆଲୋଚନା କରିବା, ତାହା ଅତି ମାତ୍ରାରେ ଚାଷୀ ବିରୋଧୀ ଓ ଗରିବ ବିରୋଧୀ ମଧ୍ଯ । ଏ କୁ ଚକ୍ର ଚାଷୀ ଆତ୍ମ ହତ୍ଯାର ମୂଳ ପ୍ରମୁଖ କାରଣ ମଧ୍ଯ ।ସେ କଥା ପରେ ଲେଖିବା ।
ସରକାର ଆଗ ପେନସନ୍ ଦିଅନ୍ତୁ ।
ଚାଷୀ ଆଗରୁ ଭାବୁଥିଲା, ମୋର ରାଜଧାନୀରେ କିଛି କାମ ନାହିଁ, ଅଥବା ମୁଁ ରାଜଧାନୀ ଗଲେ ମୋ କଥା କେହି ଶୁଣିବେ ନାହିଁ,
ଏବେ ଚାଷୀ ଯେଉଁ ମୁଡ୍ ରେ ଭୁବନେଶ୍ୱର ମୁହାଁ ହେଉଛନ୍ତି, ତାଂକ ପାଦ ଶବ୍ଦରେ ପୃଥୀ ଓଲଟିବ, ଗୋଟାଏ ସରକାର ତ ଛାର ମାତ୍ର ।
– ଲକ୍ଷ୍ମୀଧର ନାୟକ
୦୫.୧୧.୨୦୧୮
My Facebook Post: 5th November 2018