ହେ କାର୍ତ୍ତିକେୟନ୍ ପାଣ୍ଡିଆନ୍
ଏ ଫଟୋକୁ ଦେଖିଲେ ଦୟା ଲାଗୁଛି
ଈଶ୍ୱର ତୁମକୁ ତୀକ୍ଷ୍ ଣ ବୁଦ୍ଧି ଦେଇଛନ୍ତି,
ପର୍ଯ୍ଯାପ୍ତ ସୁଯୋଗ ଦେଇଛନ୍ତି,
ରାଜ୍ଯର ସର୍ବୋଚ୍ଚ କ୍ଷମତାଧାରୀ ତୁମ ଉପରେ ଅଖଣ୍ଡ ବିଶ୍ୱାସ ଅଜାଡି ଦେଇଛନ୍ତି,
ଏ ସବୁର ସଦୁପଯୋଗ କର
ଏ ସବୁର ସତ୍ ଉପଯୋଗ କରି ଲୋକଂକର ଶ୍ରଦ୍ଧା ଭାଜନ ହୁଅ
ଲୋକଂକର ଶ୍ରଦ୍ଧା ଓ ଆଶୀର୍ବାଦକୁ ତୁମର ସୁରକ୍ଷା କବଚ କର
ଆରକ୍ଷୀ ସୁରକ୍ଷା ଅରକ୍ଷିତର ସୁରକ୍ଷା ହୋଇଥାଏ,
ଏହା ଏକ ଦୁର୍ବଳ ବ୍ଯକ୍ତିତ୍ୱର ସୁରକ୍ଷା ହେଲେ ହୋଇପାରେ,
କିନ୍ତୁ ଲୋକଶ୍ରଦ୍ଧାର ସୁରକ୍ଷା ବଳୟ ଅଭେଦ୍ଯ ଓ ସର୍ବୋତ୍କୃଷ୍ଟ ହୋଇଥାଏ
ପ୍ରତ୍ଯେକ ବ୍ଯକ୍ତିର ଅତୀତ ଥାଏ, ଭବିଷ୍ଯତ ବି
ଭବିଷ୍ୟତ ଟିଏ ପ୍ରାପ୍ତ କରିବାକୁ ହେଲେ ଏ ଅଯାଚିତ ଭାବେ ପ୍ରାପ୍ତ ଶକ୍ତିର ଉପଯୋଗ କର, ଦୁରୂପଯୋଗ ନୁହେଁ
ଲୋକଂକର ଶ୍ରଦ୍ଧାଶକ୍ତି ପ୍ରାପ୍ତ କରିବାରେ ବ୍ରତୀ ହୁଅ,
ଯଦି ତୁମେ ଲୋକ ଶ୍ରଦ୍ଧା ଅର୍ଜନ କରିବାକୁ ସକ୍ଷମ ନୁହଁ,
ତାହେଲେ ତୁମେ ଦୁର୍ବଳ,
ଆଉ ଦୁର୍ବଳକୁ କୌଣସି ସୁରକ୍ଷାବଳୟ ସୁରକ୍ଷା ଦେବାକୁ ସକ୍ଷମ ନୁହେଁ,
ଏକଥା ବେଳଥାଉ ବୁଝିଯିବା ଭଲ
ଈଶ୍ୱର ତୁମକୁ ସଦ୍ ବୁଦ୍ଧି ପ୍ରଦାନ କରନ୍ତୁ
ସତ୍ ପଥର ପଥିକ କରାନ୍ତୁ
ସତ୍ ପଥ ହିଁ ଏକମାତ୍ର ଶକ୍ତି ପଥ
କଲ୍ଯାଣ ପଥ
ସତ୍ ପଥି ମାନଂକୁ ହିଁ ଈଶ୍ୱର ସର୍ବଦା କଲ୍ଯାଣ କରନ୍ତି
ଈଶ୍ୱରଂକ ଠିକଣା ସ୍ୱର୍ଗରେ ମଧ୍ଯ ମିଳେନି
ସାଧାରଣ ଲୋକ ହିଁ ଈଶ୍ୱର
ସାଧାରଣ ଲୋକଂକ ବାକ୍ଯ ହିଁ ଈଶ୍ୱର ବାକ୍ଯ
ସାଧାରଣ ଲୋକଂକ କଲ୍ଯାଣ ହିଁ ଈଶ୍ୱରଂକ କଲ୍ଯାଣ
ତୁମେ କେବଳ ସେହି କଲ୍ଯାଣ ପ୍ରାପ୍ତି ପାଇଁ ହିଁ ଯତ୍ନବାନ ହୁଅ
ତତ୍ ଭିନ୍ନ ଅନ୍ଯ କୌଣସି ସୁରକ୍ଷା କବଚ ତୁମର ସୁରକ୍ଷା କବଚ ହୋଇପାରିବ,
ଏ ବିଶ୍ୱାସ କରାଯାଇ ପାରିବ ନାହିଁ
Laxmidhar Nayak
My Facebook Post:2nd November 2019