ମୁଁ ଦେଖୁଛି ଆଜିକାଲି ଅନେକ ଲୋକ ବେଦ ଗୀତା ଭାଗବତ କିଣି ଜ୍ଞାନୀ ହେବାପାଇଁ ସେସବୁ ଘୋଷିବା ଆରମ୍ଭ କରିଦେଇଛନ୍ତି,
ଶୁଆ ଶବ୍ଦ ଘୋଷେ
ମଣିଷ ଜ୍ଞାନକୁ ହୃଦୟଂଗମ କରେ
ସେ ଜ୍ଞାନଦ୍ରଷ୍ଟା ହେଲେଯାଇ ଜ୍ଞାନ ତାର କର୍ମନିଷ୍ଠାରେ ପରିଣତ ହୁଏ
ଅନ୍ଯପକ୍ଷରେ ମୁଁ ବାରମ୍ୱାର କହିଛି
ଶବ୍ଦ ବ୍ରହ୍ମ
ଏହା କ୍ରିୟା କରେ
ତେଣୁ ଶବ୍ଦଟିଏ କହିବା ପୂର୍ବରୁ , ଲେଖିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ୱନ କରାଯିବା ନିହାତି ଆବଶ୍ଯକ,
ନିଜର ବୃଥା ଅହଂକାର ଓ ଔଦ୍ଧତ୍ୱ ପ୍ରକାଶ କରିବାପାଇଁ
ଯେତେ ଯେତେ ଶବ୍ଦ ବ୍ଯବହୃତ ହୋଇଛି ବା ହୁଏ
ତାହା ମଧ୍ୟ ନିଷ୍ଫଳ ଯାଏ ନି,
ଯଦି ଏ ଅହଂକାରକୁ କେହି ପ୍ରତିହତ କରିଦେଲେ ତ ରକ୍ଷା, ଏହା ନିଷ୍ପ୍ରଭ ହୋଇଯାଏ,
ନହେଲେ ଯେହେତୁ କେହି ଏହାକୁ ଗ୍ରହଣ କରିବାକୁ ରାଜି ହୁଅନ୍ତି ନାହିଁ, ସେଗୁଡା ସିଧା ସିଧା ଫେରି ଅହଂକାରୀର ନିଜ ଅଗଣାରେ ଫଳେ
ଏକଥା ସ୍ମରଣ ରହୁ
ସଂସାରର ଅଶେଷ କଲ୍ଯାଣ ସାଧିତ ହେବ ।
ଏ କଥାରୁ ମୋର ଗୋଟାଏ କଥା ମନେପଡିଲା,
କହି ଦେଉଛି,
ଶବ୍ଦ କେମିତି କ୍ରିୟା କରେ, ତାର ଏହା ଏକ ଛୋଟିଆ ଉଦାହରଣ ହୁଏତ ହୋଇ ପାରିବ ।
ବହୁଦିନ ପୂର୍ବେ ମୁଁ ଥରେ ରାୟଗଡା ଜିଲ୍ଲାର କାଶୀପୁର ଅଂଚଳରେ କେତେକ ସହଜ ଅପହଂଚ ଗାଁ ଗଣ୍ଡାରେ ବୁଲୁଥିଲି,
ଦେଖିଲି ଗୁଡାଏ ଲୋକ ଏକତ୍ରିତ ହୋଇଛନ୍ତି,
କଣ ଗୋଟାଏ ପର୍ବ ପର୍ବାଣୀ ପାଳିତ ହେଉଥିବା ଜଣା ପଡିଲା,
ମୁଁ ସେ ପର୍ବ ସମ୍ପର୍କରେ ସବିଶେଷ ପଚାରି ବୁଝିଲି
କଥାଟା ମୋ ମନ ହୃଦୟକୁ ଛୁଇଁଗଲା
ମୁଁ ଭୁବନେଶ୍ୱର ଫେରିବା ପରେ ସେ ପର୍ବ ସମ୍ପର୍କରେ ଲେଖାଟିଏ ଲେଖି ହୋଇଗଲା,
” କାଶୀପୁରର ଟୋକୀମରା ପର୍ବ “
ଲେଖାଟି କୌଣସି କୌଣସି ଖବର କାଗଜମାନଂକରେ ବାହାରି ଗଲା ମଧ୍ଯ,
ମୁଁ ଲେଖିଦେଲି ଓ ସେକଥା ଭୁଲିଗଲି ।
ପରବର୍ତ୍ତୀ ସମୟରେ ସେ ଲେଖାଟା କେମିତି କେଜାଣି ରାୟଗଡା କଲେକ୍ଟରଂକ ସହଧର୍ମିଣୀଂକ ନଜରରେ ପଡିଲା ।
ଏହା ତାଂକୁ ପ୍ରଭାବିତ କଲା କି କ’ଣ, ସେ ଏକଥା ତାଂକ କଲେକ୍ଟର ସ୍ୱାମୀଂକୁ ପଢାଇଲେ,
କଲେକ୍ଟର କହିଲେ ମୋ ଜିଲ୍ଲାରେ ଏମିତି ଏକ ଲୋକ ପର୍ବ ପାଳିତ ହୁଏ, ଅଥଚ ମୁଁ ଜାଣିନି !
ଏମିତି ତ ଏ ଜିଲ୍ଲାର ବହୁ ସାଂସ୍କୃତିକ ଐତିହାସିକ ବିଭବଭରା ବହୁ କଥା ବି ଥିବ,
ସେ ସବୁ କାଳକ୍ରମେ ବିସ୍ମୃତ ହୋଇଯିବା ପୂର୍ବରୁ ଲିପିବଦ୍ଧ ହୋଇଯିବା ଉଚିତ ।
କଲେକ୍ଟର ଥରେ ଜିଲ୍ଲାର କିଛି ସାହିତ୍ଯିକ ଲେଖକ ମାନଂକୁ ଠୁଳ କଲେ,
ରାୟଗଡା ଜିଲ୍ଲାର ଏଭଳି ସାଂସ୍କୃତିକ ବିଭବ ଉପରେ ଜାଣିବା ଶୁଣିବା ଲୋକମାନେ ଲେଖିଲେ ତାକୁ ଏକ ପୁସ୍ତକ ଆକାରରେ ପ୍ରକାଶିତ କରିଦେବାର ବନ୍ଦୋବସ୍ତ କରିଦେଲେ,
ବର୍ଷେ ଦୁଇବର୍ଷ ପରେ ସେପରି ବି ହେଲା
” ରାୟଗଡ “ ନାମରେ ସୁନ୍ଦର ବହିଟିଏ ବି ବାହାରିଲା,
ମୋ ପାଖକୁ ସେମାନେ ବହି ଖଣ୍ଡିଏ ମଧ୍ଯ ପଠାଇଥିଲେ,
ମୁଁ ଦେଖିଲି ସେଥିରେ ମୋର ଅନାମଧେୟ ଲେଖାଟି ମଧ୍ଯ ବାହାରିଛି ।
ମୁଁ ବୁଝିଗଲି
ସତରେ ଶବ୍ଦ କ୍ରିୟା କରେ
ତେଣୁ ବନ୍ଧୁମାନେ ଲେଖିଲାବେଳେ
ଅପଶବ୍ଦଠୁ ଦୁରେଇ ରହିବା ନିହାତି ଆବଶ୍ଯକ ମନେହୁଏ
Laxmidhar Nayak
My Facebook Post: 2nd November 2019