ଯାହାଂକର ବୁଦ୍ଧି ଅଛି ସେ ବୁଦ୍ଧିମାନ
ଯାହାଂକର ବିଶେଷ ବୁଦ୍ଧି ଅଛି ସେ ବିବୁଦ୍ଧ
ବୁଦ୍ଧି ଯାହାଂକର ଜୀବିକା ସେ ବୁଦ୍ଧିଜୀବି
ବୁଦ୍ଧି କେତେ ପ୍ରକାର ବି ହୋଇପାରେ, ଯେମିତିକି
ସୁବୁଦ୍ଧି, କୁବୁଦ୍ଧି, ଦୁର୍ବୁଦ୍ଧି, ଏହିପରି ଆଉକିଛି ବି ହୋଇପାରେ
ମନ ବୋଧହୁଏ ବୁଦ୍ଧି ଉତ୍ପତ୍ତିର ଅତି ଆବଶ୍ଯକୀୟ ସରଂଜାମ ବା machinery
ଚିତ୍ତ ବା ଚେତନା ବୋଧହୁଏ ବୁଦ୍ଧିର ମୂଳ ଉପାଦାନ ବା raw material
ମନ ବି ବହୁ ପ୍ରକାର ହୋଇପାରେ, ଯଥା
ଅମନ, ସୁମନ, କୁମନ, ବିମନ ଇତ୍ଯାଦି
ଅମନ ଆଧାରିତ ବୁଦ୍ଧିର ଅନ୍ଯନାମ ବୋଧେ ସଂକଳ୍ପ
ସେଥିପାଇଁ ବୋଧେ କୁହାଯାଏ
ସଂକଳ୍ପଟେ ଦୃଢ ହେଲେ
ପାଣିରେ ବି ଗାର ପଡେ
ବାଟ ଛାଡିଦେଇପାରେ ଉଛୁଳା ଯମୁନା
ସମାଜ ଭିତରେ ଏପରି ଦୃଢ ସଂକଳ୍ପା ବିବୁଦ୍ଧମାନଂକର ଉଦ୍ଭବ ହେଲେ ଯାଇ
ସମାଜରେ ଇପ୍ସିତ ପରିବର୍ତ୍ତନର ଅପେକ୍ଷା ରଖିହୁଏ
ଆପଣମାନେ ଜାଣି ଆଶ୍ୱସ୍ତ ହୁଅନ୍ତୁ ଯେ ଅଗଣିତ ସଂଖ୍ଯାରେ ଏପରି
ସୁସଂକଳ୍ପା ବିବୁଦ୍ଧମାନେ ସଂସାର ମଧ୍ଯରେ ସଦାକାଳେ ଉପସ୍ଥିତ ଥାଆନ୍ତି,
ସେମାନଂକର ସୁସଂକଳ୍ପ ପ୍ରକାଶ୍ଯ ଅପ୍ରକାଶ୍ଯ ରୁପରେ ସର୍ବଦା କ୍ରିୟାଶୀଳ ଥାଏ,
ନ ହେଲେ ସଂସାର ରୁହନ୍ତା ନାହିଁ,
ବିବୁଦ୍ଧମାନଂକର ଏ ସୁସଂକଳ୍ପର ହୋମାଗ୍ନି
ସଂସାରର ଯାବତୀୟ ଅଳିଆ ଆବର୍ଜନା ବା କଳ୍ମୁଷକୁ ଅହରହ ଅନବରତ ଭସ୍ମିଭୂତ କରିଚାଲିଥାଏ ବୋଲି ତ ମଣିଷକୁ ବାସଯୋଗ୍ୟ ଭୂମି ନଠାଏ ଉପଲବ୍ଧ ହେଉଥାଏ,
ନହେଲେ ହୁଅନ୍ତା କିପରି ?
ସଂସାର ମଂଗଳକାମୀ କଲ୍ଯାଣଅଗ୍ନିସ୍ୱରୁପା ସେହି ସମସ୍ତ ବିବୁଦ୍ଧମାନଂକୁ ଶତ ପ୍ରଣାମ ।
Laxmidhar Nayak
My Facebook Post: 27th October 2019