ଦେଖିବ ସେଥିରୁ ସତସତିକା
ଧର୍ମ ଗଛ ଉଠିବ,
ସେଥିରେ ଧର୍ମ ଫୁଲ ଫୁଟିବ,
ଧର୍ମ ଫଳ ଫଳିବ
ସରକାରଙ୍କ ତୀର୍ଥଯାତ୍ରା ଯୋଜନା
ଭଲ କଥା । ମୁଁ ଏହାକୁ ଖରାପ କହୁନି । ଭ୍ରମଣ କଲେ ଜ୍ଞାନ ବଢେ ।
ମୁଁ ଦୁଇଟା କଥା କହିବି ।
ସରକାର ତୀର୍ଥର ସଂଜ୍ଞାକୁ ଅଳ୍ପ ଟିକିଏ ବ୍ଯାପକ, ଅଳ୍ପ ଟିକିଏ ବ୍ଯବହାରିକ କରନ୍ତୁ ।
ତୀର୍ଥ ବୋଇଲେ ସରକାର କେବଳ କାଶୀ ମଥୁରା ବୃନ୍ଦାବନ ହରିଦ୍ୱାର ଦ୍ୱାରକା ବୁଝୁଛନ୍ତି ।
ଏଠିକି ନିଶ୍ଚୟ ଯାଆନ୍ତୁ, ଏମାନେ ଧର୍ମ ତୀର୍ଥ ।
ଏଭଳି ପ୍ରତ୍ଯେକ ଧର୍ମ ତୀର୍ଥଯାତ୍ରାରେ ସରକାର ଅତି କମ୍ ରେ ଆଉ ଗୋଟିଏ ମାତ୍ର ତୀର୍ଥ ଯୋଡନ୍ତୁ,
ତାହା ହେଉଛି କର୍ମ ତୀର୍ଥ ।
ଏହି ଯାତ୍ରା ସମୟରେ ସେମାନେ ତୀର୍ଥଯାତ୍ରୀଙ୍କୁ ଧର୍ମ ତୀର୍ଥ ସହ ଅତିକମ୍ ରେ ଗୋଟିଏ କର୍ମ ତୀର୍ଥ ବୁଲାନ୍ତୁ,
ସେ କର୍ମ ତୀର୍ଥ କୃଷି ତୀର୍ଥ ହୋଇପାରେ,
ରାଲେଗାଁ ସିଦ୍ଧି ପରି ଜଳ ପରିଚାଳନା ଗାଁ ପରିଚାଳନା ତୀର୍ଥ ହୋଇପାରେ କୁଟୀରଶିଳ୍ପ ତୀର୍ଥ ମଧ୍ଯ ହୋଇପାରେ ।
ଷାଠିଏ ବର୍ଷର ଲୋକଟା ତୀର୍ଥରୁ ଫେରି ସିଧା ସ୍ୱର୍ଗକୁ ଯିବନି,
ତେଣୁ ଯଦି ପଇସା ଖର୍ଚ ହେଉଛି, ଆଧ୍ଯାତ୍ମିକ ପ୍ରେରଣା ସହ କିଛି କର୍ମ ପ୍ରେରଣା ମଧ୍ଯ ନେଇ ଲୋକଟା ଫେରୁ,
ତୀର୍ଥରୁ ଫେରି ସେ ହୁଏତ ଅଧିକ କର୍ମ ଚଞ୍ଚଳ ରହିବ କିମ୍ୱା ଗପି ଗପି ଅନ୍ଯମାନଙ୍କ ମନରେ କିଛି କର୍ମ ପ୍ରେରଣା ବୁଣିପାରିବ ।
ତାହେଲେ ଏହା unproductive expenditure ନ ହୋଇ productive expenditure ହିସାବରେ ଗଣା ହେବ ।
ସରକାର ଖର୍ଚ କରୁଥିବା ପ୍ରତ୍ଯେକ ନୂଆ ପଇସା productive expenditure ହେବା କଥା ।
ଦ୍ୱିତୀୟ କଥା ତୀର୍ଥରୁ ଫେରିଲେ ଲୋକେ ପଚାରନ୍ତି କଣ ସବୁ ନେଇକି ଯାଇଥିଲୁ କହ, କଣ ସବୁ ଆଣିଲୁ ଦେଖା ।
ମୁଁ କହୁଛି ତୀର୍ଥକୁ ଗଲାବେଳେ ସମସ୍ତେ କିଛି ନହେଲେ ମୁଠାଏ ଲେଖା ନିମ୍ୱ ମଞ୍ଜି କି ହରଗଉରା ମଞ୍ଜି କି ରଙ୍ଗଣି ମଞ୍ଜି କି ବାଘନଖି ମଞ୍ଜି କି ପଳାସ ମଞ୍ଜି କି ପଣସ ମଞ୍ଜି କି ଆମ୍ବ ଟାକୁଆ ଯାହା ପାଉଛ ନେଇକି ଯାଆ,
ଯେଉଁଠିକି ଗଲ ସେଠାରୁ ଫେରିଲା ବେଳକୁ କିଛି କିଛି ଲୋକାଲ ଭେରାଇଟିର ଅନାବନା ମଞ୍ଜି ମଧ୍ଯ ନେଇକି ଆସ ।
ବାଟରେ ଗଲାବେଳେ ନଈ ଦେଖିଲେ ଧର୍ମ କରିବାକୁ ନଈପାଣିକୁ ପଇସା ଫୋପାଡିବା ପରିବର୍ତେ ସେହି ପୁଣ୍ଯ ନଦୀ କୁଳରେ ତୁମେ ନେଇଥିବା ମୁଠାଏ ମଞ୍ଜି ଫୋପାଡ ଓ
ଯେଉଁ ପଇସା ତୁମେ ନଈକୁ ଫୋପାଡି ଥାଆନ୍ତ ,
ସେହି ପଇସାରେ ତୁମ ଭ୍ରମଣ ସ୍ଥଳରୁ ମୁଠାଏ ଇଆଡୁ ସିଆଡୁ ମଞ୍ଜି କିଣି ଆଣି ତୁମ ଘର ପାଖ ପଡିଆ ଗଡିଆ ପତିତ ଗୋଚର ପାହାଡ ପର୍ବତରେ ବୁଣିଦିଅ ।
ଦେଖିବ ସେଥିରୁ ସତସତିକା
ଧର୍ମ ଗଛ ଉଠିବ,
ସେଥିରେ ଧର୍ମ ଫୁଲ ଫୁଟିବ,
ଧର୍ମ ଫଳ ଫଳିବ ।
ଏଭଳି ଧର୍ମ ପାଳିକି ତ ଦେଖ !
– ଲକ୍ଷ୍ମୀଧର ନାୟକ
My Facebook Post:
26.10 . 2021
#visiblethought