Share it

ଜଣେ ମାନ୍ୟଗଣ୍ୟ ବହୁ ପୁରାତନ ବନ୍ଧୁ, ଏବେ ଫେସ ବୁକ ବନ୍ଧୁ ଶ୍ରୀଯୁକ୍ତ ରଂଗଲାଲ ସାର୍ ମୋତେ ପଚାରିଲେ –

Laxmidhar Nayak
Why our people do not react ???
Impact of “PAKHALA” or something else ??? – R L Jamuda

ମୋର ଉତ୍ତର :

ସାର୍
ଆମ ଲୋକ ଗୁଡା ଭାବନ୍ତି
ମୋର ଗୋଟେ ସରକାର କଣ ଦରକାର ?
ମୋର କଣ ନାହିଁ କି ??

ଏଇ଼ଟା ଓଡିଶା ଲୋକଂକର ହଜାର ହଜାର ବର୍ଷର ମାନସିକତା

ସାର୍
ନ ଅଂକ ଦୁର୍ଭିକ୍ଷ ବେଳେ ହଜାର ହଜାର ଲୋକ ଅନାହାରରେ ମରି ଗଲେ ପଛେ ସରକାରର ହାତ ଟେକା ଭାତ ଖାଉ ନଥିଲେ

ସେମାନେ ଭାବୁଥିଲେ ସରକାର ଦେଉଥିବା ଛତର ଆମେ ଖାଇବୁ ?

ସେଇଠୁ ଛତରଖିଆ ଶବ୍ଦର ସୃଷ୍ଟି

ମାଗି ଖାଇବା, ମାଗଣା ଖାଇବା ବା କାହାର ହାତ ଟେକା ଦାନ ଖାଇ ବଂଚିବା ଓଡିଆର ଚିନ୍ତା ବାହାରର କଥା ଥିଲା

ଅତ୍ୟନ୍ତ ଅପମାନ ଜନକ କଥା ଥିଲା

ଲୋକ ଟା ନ ଅଂକ ଦୁର୍ଭିକ୍ଷରେ ମରି ଯାଉଥିଲା ଅଥଚ ଛତର ଖାଉ ନଥିଲା

ଆମେ ଯେଉଁ ଗୁଡା ନ ଅଂକ ଦୁର୍ଭିକ୍ଷରୁ ବଂଚି ଆଜି ଓଡିଶା ନାଗରିକ ହୋଇଛେ , ସେଗୁଡା ଛତରଖିଆଂକ ପଣ ନାତି କି କଣ ଗବେଷଣା କଲେ ଜଣା ପଡିବ

ଦ୍ୱିତୀୟରେ
ଏଇ ପଚାଶ ବର୍ଷ ହେଲା ସରକାର ଲୋକଂକ ପାଖରେ
ମାତ୍ରାଧିକ ମାତ୍ରାରେ ବଳେ ପଶି ମଂଗଳବାର କରୁଚି,
ଦାନି କର୍ଣ୍ଣ ବୋଲୋଉଛି।

ଆଗରୁ ଟଂକାର ବିଶେଷ ପ୍ରୟୋଜନ ନଥିଲା,
ଲୋକଟାର ସର୍ବ ନିମ୍ନ ଆବଶ୍ୟକତା ତା ହାତ ପାହାନ୍ତାର ତା ସାମର୍ଥ୍ୟ ଭିତରର କଥା ଥିଲା ।

ବିଶ୍ୱ ବେପାରୀଂକ ଜାଲରେ ଭାରତ ଫସିଲା ପରେ ଏବେ ବିନା ଟଂକାରେ ପାଣି ବି ମିଳୁନି ।

ସବୁ କଥାରେ ଟଂକା ମଧ୍ୟସ୍ତି ନହେଲେ ନ ଚଳେ।

ଟଂକା ତ ସରକାର ଛାପୁଚି, ଲୋକଂକୁ ଦଉଚି, ଲୋକ ଭାବୁଚି ସରକାର ଦୟାକରି ଟଂକା ନ ଛାପିଲେ ଲୋକଟାର ସଂସାର ଭସି ଯିବ, ତେଣୁ ଭୟ ରେ ସରକାରକୁ କିଛି କହୁନି ।

ତୃତୀୟତ
ଲୋକଂକର ଅନ୍ୟମାନଂକୁ ସେଇ ପୁରୁଣା ଦେବା ଅଭ୍ୟାସ ଟା ତା ଜିନ୍ ଭିତରେ କେଉଁଠି ନା କେଉଁଠି ରହି ଯାଇଛି,

ଏବେ ସରକାର ସେମାନଂକୁ ପାଂଚ କିଲେ ଚାଉଳ କି ସାଇକଲ କି ଜୋତା ଛତା ଖଣ୍ଡେ ଦେଲେ
ସେମାନେ ଭାବୁଛନ୍ତି

ଶାଲା ଏ ସରକାର ଟା ବହୁତ ଭଦର ନୋକ,
ଶାଲା ଦାନୀ କର୍ଣ ଠୁ ବି ଆହୁରି ଦାନି,

ଶଶୁର କଣ କଣ ନ ଦୋଉଚି !!

ତେଣୁ ସରକାର ଉପରେ ତାର ଭାରି ଦୟା ହଉଚି

ଯଦିଓ ବିଶ୍ୱ ବେପାରୀ ଗୋଷ୍ଠି ମୋ ସରକାରକୁ ସାମନାରେ ରଖି ଆମ ଜମି ଉପରେ ଅଧିକାର, ଜଂଗଲ ଅଧିକାର, ଜନ୍ତୁ ଉପରେ ଅଧିକାର, ପାଣି ଉପରେ ଅଧିକାର, ଖଣି ଉପରେ ଅଧିକାର ଏମିତି ଆମର କଛା ପର୍ଯ୍ୟନ୍ତ କାଟି ନେଇ ସାରିଲାଣି,
ତଥାପି ଲୋକଟା ଭାବୁଛି ଏଟା
ମୋ ସରକାର

କାଳେ ଭୁଲିଯିବ
ସରକାର ମାଇକ ଲଗେଇ ଘୋଷୋଉଚି
ମୋ ସରକାର
ମୋ ସରକାର

ସାର୍ ଓଡ଼ିଆ ରିଆକ୍ଟ ନ କରିବାର ଏଇ ଗୁଡା କାରଣ ହେଇ ପାରେ

ସାର୍
ଆପଣ କାରଣ ଉପରେ ଗବେଷଣା ନକରି
ମୋ ଓଡିଆର ପଖାଳ କଂସାକୁ ଝୁଣ୍ଟୁଚନ୍ତି କାହିଁକି ?

ହା ହା ହା
ନମସ୍କାର

ଲକ୍ଷ୍ମୀଧର ନାୟକ
My Facebook Post:17th October 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights