ଏଗୁଡା ସତ ନା ଗପ ?

Share it

ଏଗୁଡା ସତ ନା ଗପ ?

ଧର୍ମେନ୍ଦ୍ର କହିଲେ କୋଭିଡ୍ ସମୟରେ କେନ୍ଦ୍ର ଓଡିଶାକୁ 22 ହଜାର କୋଟି ଟଙ୍କାର ସହାୟତା ଦେଇଛି।

ମୋର ପ୍ରଶ୍ନ

ଏଗୁଡା କଣ ସତରେ ଓଡିଶା ଲୋକଙ୍କୁ କେନ୍ଦ୍ରର ଦାନ ନା ଦୟା ?
ଏଭଳି ଖର୍ଚ କରିବା କେନ୍ଦ୍ରର ଦାୟିତ୍ୱ ନୁହେଁ କି ?

ଟିକିଏ ଆର ହିସାବଟା ମଧ୍ୟ ୟା ସହିତ ଦେଇଥିଲେ ଭଲ ହେଇଥାଆନ୍ତା

କେନ୍ଦ୍ର ସରକାର ଓଡିଶା ଲୋକଙ୍କଠାରୁ ବର୍ଷକୁ ନିଅନ୍ତି କେତେ ଓ ଦିଅନ୍ତି କେତେ

କେହି ଜଣେ ଗୋଟିଏ ହିସାବ ବାହାର କରିପାରିଲେ କରନ୍ତୁ

ଗତ ପାଞ୍ଚ ବର୍ଷ ଭିତରେ କେନ୍ଦ୍ର ସରକାର

ଓଡିଶା ଲୋକଙ୍କଠାରୁ କେତେ ଜିଏସଟି ନେଇଛନ୍ତି

କେତେ ସେସ୍ , ସରଚାର୍ଜ ନେଇଛନ୍ତି

ପେଟ୍ରୋଲ ଡିଜେଲରେ ଲିଟର ପିଛା ହାରାହାରି 21 ଟଙ୍କା ହିସାବରେ କେତେ ଏକ୍ସାଇଜ୍, ରୋଡ୍ ସେସ୍, ସ୍ୱଚ୍ଛ ଭାରତ ସେସ୍, ଶିକ୍ଷା ସେସ୍ ବା ଆଉ କେଉଁ କେଉଁ ବାବଦରେ କେତେ ଟଙ୍କା ନେଇଛନ୍ତି

କେତେ ବିଜୁଳି ନେଇଛନ୍ତି

କେତେ କୋଇଲା ନେଇଛନ୍ତି

କେତେ ରେଲୱେ ଫ୍ରେଟ୍ ନେଇଛନ୍ତି

କେତେ ମାନବସମ୍ୱଳ ଓ ସେମାନଙ୍କର ଶ୍ରମ ଶକ୍ତି ନେଇଛନ୍ତି

ଲେଖିଲେ ତ ପୁରାଣ ପୁରିଯିବ

ରାଜ୍ୟ ସରକାରଟା ପ୍ରତି ବର୍ଷ ବଜେଟ୍ ରେ ଆଉ ଦି ପୃଷ୍ଠା କାଗଜ ଯୋଡି ଏ ହିସାବଟା ଲୋକଙ୍କୁ ଜଣେଇବା କଥା

ଏତିକି ମାତ୍ର ହିସାବ ଥୋଇଦେଲେ ଏ କେନ୍ଦ୍ରମନ୍ତ୍ରୀ ମାନେ ଓଡିଶା ଆସିଲେ ମୁହଁରେ ରୁମାଲ ବାନ୍ଧିକି ଆସନ୍ତେ,

ନିଜକୁ ଦାତା ନୁହେଁ ମାଗତା ଭୁମିକାରେ ପାଆନ୍ତେ

ସେମାନେ ଦାତା ଭଳିଆ ହାତ ହଲେଇ ମୋ ସରକାରକୁ ପୋଡା ଟ୍ରାନ୍ସଫର୍ମର କିମ୍ୱା ଗରିବୀ ଦେଖିବ ଯଦି ଓଡିଶା ଯା ବୋଲି କହିବାକୁ ସାହସ ବି କରନ୍ତେନି

ବରଂ ସେ ଅଲାଜୁକମାନଙ୍କ ଅହଂକାର ଠିକଣା ଘର ଧରି ଯାଆନ୍ତା ଏବଂ ସେମାନଙ୍କର ସଦଜ୍ଞାନ ଉଦୟ ହେଇ ଯାଆନ୍ତା,

ଆଉ ସେମାନେ ଯୋଡ ହସ୍ତରେ କୁହନ୍ତେ
ଭାଇଓ ବେହେନୋ
ଦେଖିବ ଯାଆ, ଭାରତ ମାତାର ଗୋଟିଏ ଦରଦୀ ସନ୍ତାନ ଓଡିଶା କେମିତି ତୁମ ମାନଙ୍କର ଦୁଃଖ ଦୂର କରିବାକୁ ନିଜେ ପେଟରେ ଓଦାକନା ଦେଇ, ନିଜେ ଗରିବୀରେ ସଢି, ଆବଶ୍ୟକ ପଡିଲେ ନିଜ ପିଲା ବିକି କେମିତି ଗତ 75 ବର୍ଷ ହେଲା ତାର ସର୍ବସ୍ୱ ସମ୍ପଦ ଦାନ କରି କରି ଚାଲିଛି, ତା ସତ୍ତ୍ୱେ ଦିନେ ବି କେନ୍ଦ୍ରକୁ ତାର ପ୍ରତିଦାନ ମାଗି ନାହିଁ,

ଓଡିଶା ମାଟିକୁ ଓଡିଶା ଲୋକଙ୍କୁ ତାଙ୍କର ଏ ମହତ ଦାନ ପାଇଁ ପ୍ରଣାମ କର ଭାଇଓ ବେହେନୋ

ହିସାବ କଲେ ସ୍ପଷ୍ଟ ଦେଖାଯିବ ଗତ 75 ବର୍ଷ ହେଲା ଏ କେନ୍ଦ୍ର ସରକାର ଓଡିଶାରୁ ଦାନ ନେଇ କେମିତି ମୋ ଭାରତ ବର୍ଷର ଅନ୍ୟ ରାଜ୍ୟର ମୋ ଭାଇମାନଙ୍କୁ, ଗରୀବ ମାନଙ୍କୁ ଓ ଧନୀକ ବେପାରୀ ଲୋକ ମାନଙ୍କୁ କି କି ସାହାଯ୍ୟ କରିଛନ୍ତି

ଏ ହିସାବ ଟା ପାଇଗଲେ ଆମ ରାଜ୍ୟର ତାଙ୍କ ଦଳୀୟ ମନ୍ତ୍ରୀମାନେ ବି ଷଣ୍ଢା ଟେକି ସେମାନଙ୍କୁ ପ୍ରତି କଥାରେ ଦାବନ୍ ଦେଇ କଥା କହି ପାରିବେ

କିନ୍ତୁ ହିସାବ ଟା ନପାଇ ସେମାନେ ଆଜି ବି ଭାବୁଛନ୍ତି ଯେ,
ଆମେ ଓଡିଶା ଭଳି ଗୋଟେ ଗରୀବ ରାଜ୍ୟର ଲୋକ ବା ଲୋକ ପ୍ରତିନିଧି, ଏ କେନ୍ଦ୍ର କଂଗ୍ରେସ ଓ ବିଜେପିର ମହାନ୍ ଅମିତ ଦାତାମାନେ ଆମକୁ ଦୟାକରି ମନ୍ତ୍ରୀ ପଦ ଦେଉଛନ୍ତି,

ଅନ୍ତତ ସେମାନଙ୍କର ଏ ଭ୍ରମ ଓ ଭୟ ଦୂର ହେଇ ଯାଆନ୍ତା

ହୁଣ୍ଡା ବିଜୁ ଏ ହିସାବ ଜାଣିଥିଲା
ଜନତାଦଳର ଜନତା ନେତାଏ ଏ ହିସାବକୁ ସମ୍ଭ୍ରମ ସ୍ୱୀକାର କରୁଥିଲେ,

ସେଥିପାଇଁ ବୋଧହୁଏ କେନ୍ଦ୍ରର ଜନତା ଦଳ ସରକାର ସେତେବେଳେ ଓଡିଶାରୁ ଛ ଛଅ ଜଣଙ୍କୁ କେନ୍ଦ୍ରର ଏଣୁ ତେଣୁ ମନ୍ତ୍ରୀ ନୁହେଁ, ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ ( ଠିକ୍ ସଂଖ୍ୟା ଏବେ ଲେଖିଲାବେଳେ ମନେ ପଡୁନି, କାହାର ମନେଥିଲେ କହିବେ )

କୁଆଡେ ଗଲା ସେ ଜନତା ଦଳ ?
ମୋର ଅତି ପ୍ରିୟ ସେ ଚକ୍ର ଚିହ୍ନ ??

ମୁଁ ସେହି ଚିହ୍ନଟାରେ ଭୋଟ୍ ଦେବାକୁ ଚାହୁଁଚି ଯେ,
ହେଲେ ବାଲାଟରେ ସେ ଚିହ୍ନଟାକୁ ପାଉନି

ହଉ ସେ ଯାହା ହେଉ
ଓଡିଶା ସରକାର ଲୋକଙ୍କୁ ପ୍ରତି ବର୍ଷ ଏ ହିସାବଟା ଜଣାଉ,
ଓଡିଶାରୁ କେଉଁ ବର୍ଷ କେନ୍ଦ୍ର ସରକାର ନେଲା କେତେ,
ଦେଲା କେତେ ଓ
ବାକି ଋଣ ଶୁଝିବ କେବେ ?

ଏ ହିସାବ କେବଳ ବାଲେଶ୍ୱର ତିର୍ତ୍ତୋଲ ଉପନିର୍ବାନ ପାଇଁ ନୁହେଁ କି ନନା ଆଉ ଧର୍ମେନ୍ଦ୍ରଙ୍କୁ ଗାଳି ଦେବା ପାଇଁ ନୁହେଁ,

ବହୁତ ବଡ ବଡ ଫୁଟାଣି ଗପୁଥିବା କେନ୍ଦ୍ରିୟ ଜୋକଙ୍କ ମୁହଁରେ ଲୁଣ ଉପଚାର ପାଇଁ ଏ ହିସାବ ଅତି ଜରୁରୀ

ଆମ ନନା ଓ ଧରମୁ ମଧ୍ୟ ସାହସ ପାଇଲେ ଏ ହିସାବକୁ ତାଙ୍କ ମନ୍ତ୍ରୀପଦ ସୁରକ୍ଷିତ ରଖିବାକୁ ତଥା ଓଡିଶାପାଇଁ ବଡ ବଡ ପ୍ରୋଜେକ୍ଟ ଆଣିବାକୁ ଅସ୍ତ୍ର ରୂପେ ବ୍ୟବହାର କରିପାରିବେ

ଶ ବଳଦ କହୁଚି ମୁଁ ଧର୍ମ ଅଧିକାରୀ,
ମୋ କୃପାରୁ ଗୋବଂଶ ବୃଦ୍ଧି
ଆମେ ସବୁ ଗୋଟାପଣେ ଓଡିଶା ବିକାଶ ବିହନ ଦାତା
ଆମ ପାଇଁ ସିନା ଓଡିଶା ସମୃଦ୍ଧି
ଧନ୍ୟ ହେ ଓଡିଶା ବିଧାତା
ଧନ୍ୟ ତୁମ ଭୁଆଁବୁଲା କଥାକୁହା କପିଳା କଳାକାରିଆ ବୁଦ୍ଧି

ଏତେ କଥାରୁ ଆମକୁ କଣ ମିଳିବ
ହେ ସ୍ୱଘୋଷିତ ଓଡିଶା ଭାଗ୍ୟ ବିଧାତା
ଆମକୁ ଗୋଟେ ସାଦା ହିସାବ ଦିଅ

ତମେ ନେଲ କେତେ
ଦେଲ କେତେ
ବାକିତକ ଦବ କେବେ ?

– ଲକ୍ଷ୍ମୀଧର ନାୟକ
My Facebook Post: 17th October 2020


Share it

Leave a comment

Your email address will not be published. Required fields are marked *