ପ୍ରତି ବର୍ଷ ମାତ୍ର ଦୁଇ ତିନି ହଜାର ଶିକ୍ଷକ ନିଯୁକ୍ତି ଦିଅ , ଏହା ଏକ ନିୟମିତ ପ୍ରକ୍ରିୟା ହେଉ

Share it

ପ୍ରତି ବର୍ଷ ମାତ୍ର ଦୁଇ ତିନି ହଜାର ଶିକ୍ଷକ ନିଯୁକ୍ତି ଦିଅ ,

ଏହା ଏକ ନିୟମିତ ପ୍ରକ୍ରିୟା ହେଉ ,

ଶିକ୍ଷକଙ୍କୁ ଉଚ୍ଚ ବେତନ ଦିଅ ,

ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଠିକା ନିଯୁକ୍ତି ଆଦୌ କର ନାହିଁ।

ଶିକ୍ଷକଙ୍କୁ ଶିକ୍ଷା ଦାନ ବ୍ୟତୀତ ଅନ୍ୟ କିଛି ଦାୟିତ୍ୱ ଦିଅ ନାହିଁ,
ପ୍ରତି ପଞ୍ଚାୟତରେ ଗୋଟେ ସ୍ୱୟଂସମ୍ପୂର୍ଣ୍ଣ ମଡେଲ ସ୍କୁଲ କରି ସେ ସ୍କୁଲରେ ଜଣେ ଜଣେ ପବ୍ଲିକ୍ ରିଲେସନ ଅଫିସର ନିଯୁକ୍ତ କର, ସେମାନେ ଅନ୍ଯାନ୍ୟ କାମ କରିବେ।

ଏକକାଳୀନ କୋଡିଏ ତିରିଶି ହଜାର ଶିକ୍ଷକ ନିଯୁକ୍ତି ଦେଲେ କମ୍ ଧାନ ସହ ବେଶୀ ଅଗାଡି ମିଶିଯିବାର ସମ୍ଭାବନା ରହେ।

ଦ୍ବିତୀୟତଃ କୌଣସି କାରଣରୁ ପ୍ରତିଦ୍ୱନ୍ଦିତାରେ ଭାଗ ନେଇ ପାରି ନଥିବା କିମ୍ୱା ବାଇ ଚାନ୍ସ୍ ଥରେ ଫେଲ୍ ହୋଇଯାଇଥିବା ପିଲାଟି ଆଉ ହୁଏତ ଜୀବନକାଳ ଭିତରେ ସୁଯୋଗ ପାଏନି ଶିକ୍ଷକ ହେବାକୁ, ପ୍ରତି ବର୍ଷ ପରୀକ୍ଷା ହେଲେ ପିଲାଟିଏ ହୁଏତ ଅଧିକ ସୁଯୋଗ ପାଇବ ପ୍ରତିଦ୍ୱନ୍ଦିତା କରିବାକୁ।

ସ୍କୁଲ ଶିକ୍ଷାକୁ ସରକାର ଏବେ ଧିରେ ଧିରେ ସୁଧାରିଲା ପରି ଲାଗୁଛି, ପ୍ରତି ବର୍ଷ ଭଲ ପିଲାମାନେ ଏବେ ଆଗ୍ରହ ପ୍ରକାଶ କରୁଛନ୍ତି ଶିକ୍ଷକ ହେବାକୁ , ସେମାନେ ପ୍ରତିଦ୍ୱନ୍ଦିତା କରିବା ସୁଯୋଗ ପାଆନ୍ତୁ।

ଚୟନରେ ଆଦୌ ଦୁର୍ନୀତି କର ନାହିଁ।

ପୂର୍ବରୁ ନିଯୁକ୍ତ ହୋଇଥିବା ତିନିକ ପଣିକିଆ ଜାଣି ନଥିବା କେତେକ କାଟେଗୋରୀର ଶିକ୍ଷକ ମାନେ ମଧ୍ୟ ଆଉ ଥରେ ପରୀକ୍ଷା ଦିଅନ୍ତୁ, ପାସ୍ କଲେ ତ ଭଲ,

ଫେଲ୍ ହେଲେ ପୂର୍ବ ଭୁଲ୍ ର ପ୍ରାୟଶ୍ଚିତ ଦଣ୍ଡ ସ୍ୱରୂପ ସେମାନଙ୍କୁ ଏକକାଳୀନ କିଛି ପଇସା ଦେଇ ଭିଆର୍ ଏସ୍ ଦେଇ ଦିଅ ,
ଏପରିକି ଯଦି ସେମାନଙ୍କୁ ତାଙ୍କ ଅବଶିଷ୍ଟ ଚାକିରୀ କାଳର ଦରମା ଦେବାକୁ ପଡେ ବି ତାହା ଦେଇ ଶିକ୍ଷା ବ୍ୟବସ୍ଥାରୁ ତୁରନ୍ତ ସେ ଅଳିଆଙ୍କୁ ସଫା କର ,

ଭୋଟ୍ ଲୋଭରେ ସେ ଅଳିଆଙ୍କୁ ଆଦୌ ଥଇଥାନ କରନି, ସେପରି କଲେ ଭବିଷ୍ୟତରେ ଯେତେବେଳେ ସବୁ ଅଭିଭାବକ ସରକାରୀ ସ୍କୁଲ ମୁହାଁ ହେବେ ସେତେବେଳେ ଭୋଟ୍ ବଢିବନି, ବରଂ କମି ପାରେ |

ଏପରି କଲେ ଆମେ ହୁଏତ ଅପେକ୍ଷାକୃତ ଅଧିକ ଭଲ ଶିକ୍ଷକ ପାଇ ପାରିବା ଓ ଆମ ଶିକ୍ଷା ବ୍ୟବସ୍ଥା ଉଚ୍ଚମାନର ଆଦର୍ଶ ସ୍ଥାନୀୟ ହୋଇପାରିବ,

କଥା ମାନ ମହାବାହୁ

Laxmidhar Nayak
My Facebook Post: 15th October 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights