ମୁଁ କାହିଁକି ଖୁସି ହେଲି …

Share it

୧୯୮୩ ର ଜଣେ ଜେ ଏନ ୟୁ ର ଅର୍ଥନୀତି ଛାତ୍ର , କଲିକତା ଜନ୍ମିତ ମୂୃଳ ଭାରତୀୟ , ଅଭିଜିତ୍ ବିନାୟକ ବାନାର୍ଜୀ ନୋବେଲ ପ୍ରାଇଜ୍ ପାଇଲେ । ଏବେ ଅବଶ୍ୟ ସିଏ ଆମେରିକା ନାଗରିକ |
ଫେସବୁକ ତାଂକ ପ୍ରଶଂସାରେ ଭର୍ତ୍ତି, ଭାରତ ସାରା ଲୋକ ଖୁସି , ତେଣୁ ମୁଁ ବି ଖୁସି ହେଲି ।

କେହି କେହି ଲେଖିଛନ୍ତି ସେ ଆମ ଜେ ଏନ ୟୁ ଛାତ୍ର , ତେଣୁ ଆମେ ବିଶେଷ ଖୁସି,
କେହି ଲେଖିଛନ୍ତି ସେ ଆମ କଲିକତା ପ୍ରେସିଡେନ୍ସି କଲେଜ ଛାତ୍ର, ତେଣୁ ଆମେ ବିଶେଷ ଖୁସି,
କେହି ଲେଖିଛନ୍ତି ସେ ଆମ କଲିକତା ପିଲା, ତେଣୁ ଆମେ ବିଶେଷ ଖୁସି,

ସତରେ ମୋର ବି ଟିକେ ବିଶେଷ ଖୁସି ହେବାକୁ ଇଚ୍ଛା ହେଲା,

ହେଲେ କେଉଁ କାରଣରୁ ମୁଁ ବିଶେଷ ଖୁସି ହେବି ଯେ !
କିଛି ତ କାରଣ ଦର୍ଶେଇବାକୁ ପଡିବ ନା !

ସିଏ ତ ଆମ ଗାଁ ପିଲା ନୁହନ୍ତି, ଆମ ରେଭେନ୍ସା ପିଲା ବି ନୁହନ୍ତି କିମ୍ୱା ଆମ ଉତ୍କଳ ବିଶ୍ୱ ବିଦ୍ଯାଳୟ ପିଲା ବି ନୁହନ୍ତି, ତେଣୁ କେଉଁ କାରଣରୁ ମୁଁ ବିଶେଷ ଖୁସି ହେବି ଯେ ?

କାହିଁକି କେଜାଣି ତଥାପି ଇଚ୍ଛା ହେଲା ବିଶେଷ ଖୁସି ହେବାକୁ,

ମୁଁ କାରଣ ଖୋଜିଲି, ପାଇବି ଗଲିରେ ବାବା,
ତେଣୁ ମୁଁ ବିଶେଷ ଖୁସି ।

କାରଣ ଗୁଡା କହିବି ?
ଆପଣମାନେ ନ ହସିବାର ପ୍ରତିଶ୍ରୁତି ଦେଲେ ଯାଇ କହିବି ।

ହଉ
ଆରମ୍ଭ କରୁଛି ।

ପ୍ରଥମେ ତାଂକ ମୁହଁ ଶୁଖା ଚିନ୍ତା ମଗ୍ନ ଫଟୋ ଟା ଦେଖିଲି,
ମୁଁ ଭାବିଲି ଏ ଲୋକଟା ମୋରି ଭଳିଆ ବହୁତ ଭାବୁଚି, ସତେ ଯେମିତି ସଂସାର ସାରା ଲୋକଂକ ମଂଗଳ ଚିନ୍ତା କରୁଚି,
ସେଇଟା ଗୋଟାଏ କାରଣ ହେଲା ,

ଦ୍ୱିତୀୟରେ ଦେଖିଲି ସେ ଭଦ୍ର ଲୋକ ତାଂକ ଜୀବନସାରା ଯାହା ଲେଖିଛନ୍ତି, ସେଥିରେ ବୁଲେଇ ବଂକେଇ ସିଏ ଗୋଟାଏ କଥା ଚିନ୍ତା କରିଛନ୍ତି – ଦାରିଦ୍ର ହଟିବ କେମିତି, ବିପିଏଲ ଗୁଡା କେମିତି ଏପିଏଲ ହେବେ,

ଏ କଥା ଜାଣିଲା ପରେ ମୁଁ ଭାବିଲି ଲୋକଟା କଣ ମୋରି ଭଳିଆ ଭାବୁଚି ତ,

ମୋ ବିଶେଷ ଖୁସିର ସେଇଟା ଦ୍ୱିତୀୟ କାରଣ ହେଲା ,

ତୃତୀୟ କାରଣ କହୁଚି,

ସେ ଯେଉଁ ଥେସିସ୍ ପାଇଁ ନୋବେଲ ପାଇଛନ୍ତି, ତାର ନାଁ ହେଲା Essays In Information Economics,

ତା ସହିତ ବିଭିନ୍ନ ସମୟରେ ସେ ଯେଉଁ ସବୁ ପେପର ସବୁ ଲେଖିଛନ୍ତି, ସେଥିରୁ ଗୋଟାଏ ହେଲା
Using Gossips to spread information, ମାନେ ମଜା ଗପ ମାଧ୍ଯମରେ ଅର୍ଥନୀତିର ଗହିରିଆ ଜ୍ଞାନକୁ ସୂଚନା କରି ବାଣ୍ଟି ଦେବା,

ତାଂକର ଆଉ ଗୋଟାଏ ପେପର ହେଲା
Universal Basic Income in a Developing World,

ଆଉ ଗୋଟାଏ ପେପର ହେଲା
Multifaceted program to build sustainable income for the very poor

ଇତ୍ଯାଦି ଇତ୍ଯାଦି ।

ମୁଁ ଭାବିଲି ଆରେ ଭଲା କଥା, ମୁଁ ଯେମିତିକା ଭାବୁଚି, ଏ ଭଦ୍ରଲୋକ ତ କଣ ସେଇମିତିକା ଭାବୁଚି,
କାରଣ କଣ ?
ଇଏ କଣ ମୋ ସାଂଗ ନା କଣ , ମତେ ଖେନ୍ତେଇ ହୋଉଚି ।
ସେ ଯାହା ବି କରନ୍ତୁ ଏଇଟା ମୋ ବିଶେଷ ଖୁସିର ଥିଲା ତୃତୀୟ କାରଣ ।

ତଥାପି ଖୋଜିଲି,
କାଳେ ଆଉ କିଛି କାରଣ ଥିବ,
ଏବେ ମୂଳ କାରଣ ଟା ମିଳି ଗଅଅଅଲା ।

କହିବି ?

ଦେଖିଲା ବେଳକୁ ତାଂକ ଜନ୍ମ ତାରିଖ ୨୧ ଫେବୃୟାରୀ ୧୯୬୧,
ମୋର ଜନ୍ମ ତାରିଖ ବି ୨୧ ଫେବୃୟାରୀ ୧୯୬୧ ।

ମୁଁ କହିଲି

ହାଁ, ଶଃ ଏକା ଘଡିମୁଳ ଜନମା,
ଇହାଳିପ ରାଶି ନକ୍ଷେତ୍ର ପୁରା ଏକା,

ମୁଁ କହୁଚି ଏତେ ଲୋକ ଅର୍ଥନୀତିରେ ନୋବେଲ ପାଇଲେଣି, କାହା ନାଁ ମନେ ନାହିଁ, ଖୁସି ଅବଶ୍ଯ ଲାଗେ,
କିନ୍ତୁ ଏ ଭଦ୍ର ଲୋକଂକ ପାଇଁ ବିଶେଷ ଖୁସି ହେବାକୁ ଏତେ କାହିଁକି ଇଚ୍ଛା ହେଲା !

ଦେଖିଲା ବେଳକୁ ଇଣ୍ଡିଆନ୍ ଆଷ୍ଟ୍ରୋଲୋଜି ଟା ପୁରା କାମ କରୁଚି,
ଆମେ ଶୁଖିଲା ଟାରେ ଅବଧାନମାନଂକୁ ବିଗୁଡୁଚନ୍ତି ।

ହା ହା ହା

ହା ହା ହା

ଜଣେ ଭାରତୀୟ, ବିଶ୍ୱର ଗରିବଂକ ଉନ୍ନତି କଥା ଚିନ୍ତା କରି କରି ନୋବେଲ ସମ୍ମାନ ପାଇଥିବାରୁ
ମୁଁ ସତରେ ଖୁସି,
ବହୁତ ଖୁସି,
ବିଶେଷ ଖୁସି ।

ଲକ୍ଷ୍ମୀଧର ନାୟକ
My Facebook Post: ୧୪. ୧୦ . ୨୦୧୯

“We must arm ourselves with patience and wisdom and listen to the poor what they want. This is the best way to avoid the trap of ignorance, ideology and inertia on our side.”

– Shri Abhijit Banerjee.


Share it

Leave a comment

Your email address will not be published. Required fields are marked *

Verified by MonsterInsights