ବ୍ରହ୍ମ ମନୁଷ୍ଯଠାରୁ ମଧ୍ଯ ଭିନ୍ନ ନୁହେଁ

Share it

ବ୍ରହ୍ମ ସବୁର ଆଧାର ।

ବ୍ରହ୍ମ କିଏ ?

ପ୍ରସାରଣ ହିଁ ବ୍ରହ୍ମ ,
ବ୍ରହ୍ମ ବାୟୁ ଜଳ ପୃଥିବୀ ଓ ଆକାଶରେ ପରିବ୍ଯାପ୍ତ ।

ପଂଚଭୂତ ବ୍ରହ୍ମର ପରି ପ୍ରକାଶ ।
ସେଥିପାଇଁ ଲୋକମାନେ ପୃଥିବୀକୁ ଭୂଦେବୀ, ଜଳକୁ ଗଂଗାଦେବୀ ଆଦି ଭାବରେ ପୂଜା କରନ୍ତି ।
କିନ୍ତୁ ଏକ ବ୍ରହ୍ମ ପଂଚ ଭୂତରେ ପରିବ୍ଯାପ୍ତ ବୋଲି ସେମାନେ ଅନୁଭବ କରନ୍ତି ନାହିଁ ।

ପଂଚଭୂତରେ ମନୂଷ୍ଯ ଶରୀର ମଧ୍ଯ ଗଠିତ ।

ତେଣୁ ବ୍ରହ୍ମ ମନୁଷ୍ଯଠାରୁ ମଧ୍ଯ ଭିନ୍ନ ନୁହେଁ ।

ମନୁଷ୍ଯ ବ୍ରହ୍ମ ସ୍ୱରୂପ, ସେ ସତ୍ଯ ସ୍ୱରୂପ ।

ସେ ତାର ଅନ୍ତର୍ନିହିତ ଦିବ୍ଯତ୍ୱର ପରିପ୍ରକାଶ କରିବା ଉଚିତ । ତାହାହିଁ ପ୍ରକୃତ କର୍ମ ବା ସାଧନା ।

ବ୍ରହ୍ମ ଅର୍ଥ ଚତୁର୍ମୁଖ ଦେବତା ନୁହନ୍ତି, ଯାହା ତୁମେ ଛବିରେ ଦେଖୁଛ ।

ବ୍ରହ୍ମ ସମଗ୍ର ବିଶ୍ୱରେ ପରିବ୍ଯାପ୍ତ ।
ତେଣୁ ପ୍ରତ୍ଯେକ ଜୀବ ବ୍ରହ୍ମ ସ୍ୱରୂପ ।

କିନ୍ତୁ ମଣିଷଠାରେ ଏପରି ମହତ ଭାବନାର ଅଭାବ ରହିଲେ ମଣିଷ ଅନ୍ତରାର୍ଥ ନବୁଝି ଶବ୍ଦ ପ୍ରୟୋଗ କରିଥାଏ । ଏହାର କାରଣ ହେଉଛି ତାର ଅଜ୍ଞାନତା ।

ତାର ଦୁଃଖ ଦୁର୍ଦଶାର କାରଣ ହେଉଛି ଯେ ତାର ମନ ଏପରି ଦିବ୍ଯ ଭାବନା ଓ ଦିବ୍ଯ ପ୍ରେମ ଆଡକୁ ଅଗ୍ରସର ନୁହେଁ ।

– ସତ୍ଯସାଇବାବା


Share it

Leave a comment

Your email address will not be published. Required fields are marked *

Verified by MonsterInsights