ମୋ ରାଜ୍ଯର କେତେ କୋଇଲା ପୋଡିଲେ କେତେ ବିଦ୍ଯୁତ୍ ଉତ୍ପାଦନ ହୁଏ, କେତେ ପାଉଁଶ ଉତ୍ପାଦନ ହୁଏ, କେତେ ଅଂଗାରକାମ୍ଳ ଉତ୍ପାଦନ ହୁଏ ?
ପାଉଁଶ ଓ ଅଂଗାରକାମ୍ଳକୁ କିଏସେ ପିଏ ? ବିଜୁଳି ଶକ୍ତିକୁ କିଏସେ ନିଏ ? ମୋ ଚାଷୀକୁ କେତେ ସେ ଦିଏ ?
କୋଇଲା ମୋର, ବିଷ ପିଇବ ଓଡିଆ, ତମ ରାଜ୍ଯର ଶିଳ୍ପ ଚାଲିବ ବଢିଆ, ରକ୍ତକୁ ପାଣି କରି ତମ ଶିଳ୍ପକୁ ଚଳେଇ ତମ ରାଜ୍ଯ ଅର୍ଥନୀତିକୁ ସମୃଦ୍ଧ କରୁଥିବା ମୋ ରାଜ୍ଯର ମନବ ସମ୍ୱଳକୁ ତମେ କହିବ ଦାଦନ ମୂଲିଆ?
ବାଃ ରେ ବାଃହା ଦିଆଳିଆ !
କହିବ କି ହେ କେଂଦ୍ର ନେତା,
ତମ ଗାଁର କାହା ଘରେ ମୋ କେଉଁଝର ଖଣିର ପୋତାଧନ ଲୁହା ଛଡ ହେଇ ଲାଗିନି ? ତମ କୋଉ କଂପାନୀ ଟ୍ରାକ୍ଟରର ଲଂଗଳ ଲୁହା ହେଇନି ?
କହିବ କି ହେ କେଂଦ୍ର ନେତା,
ମୋ ରାଜ୍ଯର ବକ୍ସାଇଟ୍ କୁ ତମ ନବରତ୍ନ କଂପାନୀ ନାଲ୍ କୋ ମୋ ଓଡିଶାର କୋଉ କାରଖାନାରେ ତରଳେଇ କଢେଇ ତିଆରି କରେ ? ମୋ ବକ୍ସାଇଟ୍ ମୋ ଓଡିଶାର କୋଉ ଲୋକର କି କାମରେ ଲାଗେ ? ଯେଉଁ ମାନେ ମୋ ଓଡିଶାର ପୋତା ଧନକୁ ଖୋଳି ବିଦେଶୀ ହାତରେ ମପେଇ ଦିଅନ୍ତି, ତମ ଡଲାର ଭଣ୍ଡାରକୁ ପୁର୍ଣ କରିବାକୁ, ସେଗୁଡା ଅସୁର ନୁହନ୍ତି, ତମର ଗେହ୍ଲା ପୁଅ, ନବ ରତ୍ନ !
ବାଃ ବାଃହାରେ ତମ ଓଡିଶା ଯତ୍ନ !
ଓଡିଶା ମା’ର ଗର୍ଭ ବିଦାରି ତମେ ଡଲାର ଗଣ, ସେଥିରେ ଡିଜେଲ୍ ପେଟ୍ରୋଲ୍ ଅଏଲ୍ କିଣ, ତା ଉପରେ ଟିକସ ଭିଡି, ଓଡିଶା ଲୋକଂକ ବେକକୁ ମୋଡି, ଲିଟରକୁ ନିଅ ୭୮ ଟଂକା କରି ଜୁଲମ ।
ବାଃ ବାଃହାରେ ତମ ଓଡିଶା ପ୍ରେମ !
ଓଡିଆକୁ ତମେ ଗରିବ କୁହ, କହିବ କି ହେ କେନ୍ଦର ନେତା,
ଗରିବଠୁ ଶୋଷି କେତେ ଟଂକା ତମେ ଜିଏସଟି ନିଅ, ଓଡିଶା ଭୁଇଁ ରୁ ବରଷକୁ କେତେ ରାଜସ୍ୱ ନିଅ, ଫେରାଅ କେତେ ? ଫେରାଇଲେ ଯଦି ଜୀବନ ଛାଡୁଛି, ନେଉଛ କିଆଁ ? ସେଥିରେ କହୁଛ ସରବ ଦିଆ !
ବାଃ ବାଃହାରେ ତମ ୫୬” ହିଆ !
ଶଃ କୁକୁଡା କଲିଜା, ତୁଚ୍ଛା ବାହାପିଆ !
କେଂଦ୍ର ବା କିଏ ?
ଆମେତ ଜାଣିଛୁ ସବୁ ରାଇଜର ନେତାଏ ମିଶିଲେ କେଂଦ୍ର ଟେ ହୁଏ ।
କିନ୍ତୁ ଶୁଣି ଶୁଣି ଆମ କାନ ଫାଟିଯାଏ, ମୋରି ଷ୍ଟେଜ୍, ମୋଅରି ମାଇକି, ମୋଅରି ଲୋକଂକୁ, ଯିଏ ବି ଆସୁଛି, ସିଏ ତ କହୁଚି, କେନ୍ଦର ଦିଏ, କେନ୍ଦର ଦିଏ ।
ଓଡିଶା କି ତମ ଭାରତ ନୁହେଁ ?
କେଂଦ୍ର ବା କିଏ !!
ଖବରଦାର୍, ଆଉ ସେପରି କହିବନି ।
ବରଂ ଏମିତି କୁହ –
ହେ ମୋର ମାଲିକ, ମୁଁ ଛାର ସେବକ
ମୋତେ ଦେଇଥିଲ ଏତିକି ଟଂକା,
ରାସ୍ତା କରିଲି, ଘାଟ କରିଲି
ଇସ୍କୁଲ କଲି, କଲେଜ କଲି
ମୋ କ୍ଷୁଦ୍ର ବୁଦ୍ଧିରେ, ଯା ଭଲ ଭାବିଲି, ତାହା ମୁଁ କଲି
ହେ ମାଲିକ ! ହିସାବ ନିଅ
ମନକୁ ପାଇଲେ, ଆଉଥରେ ମତେ ସେବା କରିବାର ଦାୟିତ୍ୱ ଦିଅ ।
– ଲକ୍ଷ୍ମୀଧର ନାୟକ
My Facebook Post: 23rd September 2018