ରେଭେନ୍ସା କଲେଜର ମଞ୍ଜୁରୀ ପାଇଁ କିଏ କେତେ ଅର୍ଥ ପ୍ରଦାନ କରିଥିଲେ

Share it

ଜଣା ଅଜଣା
ରେଭେନ୍ସା କଲେଜ ପାଇଁ ଅର୍ଥ ସଂଗ୍ରହ

ରେଭେନ୍ସା ସାହେବ ୧୮୬୫ରୁ ୧୮୭୮ ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ କାଳ ଓଡ଼ିଶାର କମିଶନର ଥିଲେ। ୧୮୭୬ ଫେବୃୟାରୀ ୨୩ ତାରିଖରୁ କଟକ କଲେଜରେ ପାଠପଢ଼ା ଆରମ୍ଭ ହୋଇଥିଲା। ଆର୍ଥକ ଦୁଃସ୍ଥିତି ମଧ୍ୟରେ ଦୁଇ ବର୍ଷ କଲେଜ ଚାଲିଲା। ୧୮୭୮ ମସିହାରେ କଲେଜର ସ୍ଥାୟୀ ସହବନ୍ଧନ (Permanent Affiliation) ନିମନ୍ତେ ୩୦ ହଜାର ଟଙ୍କାର ସ୍ଥାୟୀ ଜମା (Fixed Deposit) ଦରକାର ପଡିଲା। ଠିକ୍ ଏମିତି ଏକ ସମୟରେ ରେଭେନ୍ସା ସାହେବ ଅବସର ପାଇ ଇଂଲଣ୍ଡ ଚାଲିଗଲେ। ଓଡ଼ିଶାରୁ ବିଦାୟ ନେବା ବେଳେ ରେଭେନ୍ସା ସାହେବ ପ୍ରତିଶ୍ରୁତି ଦେଇଥିଲେ, ସେ କଟକ କଲେଜ ପାଇଁ ନିଜର ବ୍ୟକ୍ତିଗତ ଉଦ୍ୟମ କ୍ରମେ ୩୦ ହଜାର ଟଙ୍କା ନିଶ୍ଚୟ ଯୋଗାଡ କରିଦେବେ।

ରେଭେନ୍ସାଙ୍କ ନିବେଦନ କ୍ରମେ… ତଥା ତାଙ୍କ ବ୍ୟକ୍ତିତ୍ଵକୁ ସମ୍ମାନ ଦେଇ, ନିମ୍ନ ମହାନୁଭବୀ ମାନେ ନିମ୍ନ ମତେ ଆର୍ଥିକ ସାହାଯ୍ୟ ପ୍ରଦାନ କରିଥିଲେ।

୧) ବିଜୟନଗରମ୍ ମହାରାଜା : ଟ. ୬୦୦୦
୨) କୁଜଙ୍ଗ ଜମିଦାର ତଥା
ବଙ୍ଗ ବର୍ଦ୍ଧମାନ ମହାରାଜା : ଟ. ୬୦୦୦
୩) କାଶିମ ବଜାର ରାଣୀ : ଟ. ୨୦୦୦
୪) ଜଗତସିଂପୁର,ପାଣ୍ଡୁଆର ଜମିଦାର
ତଥା ରବିନ୍ଦ୍ରନାଥ ଠାକୁରଙ୍କ
ପିତା ଦେବେନ୍ଦ୍ରନାଥ ଠାକୁର : ଟ. ୨୫୦୦
୫) ବଙ୍ଗ ବଳରାମପୁର ମହାରାଜା : ଟ. ୧୦୦୦
୬) ବାଲେଶ୍ବରର ଜମିଦାର
ଶ୍ଯାମାନନ୍ଦ ଦେ : ଟ. ୫୦୦
୭) ଭିଙ୍ଗାରପୁର ଚୌଧୂରୀ
କୃତିବାସ ଦାସ : ଟ. ୧୦୦୦
୮) ବାଲେଶ୍ବର ସର୍ବ ସାଧାରଣଙ୍କ ଚାନ୍ଦା : ଟ. ୪,୭୨୫
୯) କୈଳାଶ ରାୟ : ଟ. ୧୦୦
୧୦) ଯାଜପୁରର ସହଦେବ ମହାପାତ୍ର : ଟ. ୬୦
୧୧) ବାଲେଶ୍ବର ଜମିଦାର
ସାମନ୍ତ ରାଧାଚରଣ ଦାସ : ଟ. ୪୦୦
୧୨) ଇରମ୍ ଜମିଦାର : ଟ. ୩୦୦
୧୩) ବାଲେଶ୍ବର କିଶୋରୀ
ନାରାୟଣ ପ୍ରହରାଜ : ଟ. ୧୨୫
୧୪) ନୀଳଗିରି ରାଜା : ଟ. ୨୦୦
୧୫) ଢେ଼ଙ୍କାନାଳ ମହାରାଜା
ଶ୍ରୀ ଭଗୀରଥ ମହେନ୍ଦ୍ର : ଟ. ୧୨୫୦
୧୬) ମୟୁରଭଞ୍ଜ ମହାରାଜା
ଶ୍ରୀ କୃଷ୍ଣଚନ୍ଦ୍ର ଭଞ୍ଜ : ଟ. ୨୫,୦୦୦

ରେଭେନ୍ସା ୩୦,୦୦୦ ଟଙ୍କା ଯୋଗାଡ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମିଳିଥିଲା ୫୧,୧୬୦ ଟଙ୍କା। ଏତେ ବଡ ଅଙ୍କର ଅର୍ଥ ରେଭେନ୍ସାଙ୍କ ସହଯୋଗ ବିନା ସମ୍ଭବ ନଥିଲା।

ରେଭେନ୍ସା ସାହେବଙ୍କ ଅବଦାନକୁ ମୂଲ୍ୟାୟନ କରି ୧୮୭୯ ମସିହା ଫେବୃଆରୀ ମାସରେ, ମୟୁରଭଞ୍ଜର ମହାନ ମହାରାଜା କୁଷ୍ଣଚନ୍ଦ୍ରଙ୍କ ପ୍ରସ୍ତାବ କ୍ରମେ, କଟକ କଲେଜର ନାମ ରେଭେନ୍ସା କଲେଜ ହେଲା।

(ତଥ୍ୟ : ଉତ୍କଳ ଦୀପିକା | ୮.୩.୧୮୭୮)


ଉପସ୍ଥାପନା : ଡଃ ଅନନ୍ତରାମ କର କୈାଣ୍ଡିନ୍ଯ
ସହଯୋଗ : ସୁଭଦ୍ରା କର ଏବଂ ଲିପ୍ସା ରଥ


Share it

Leave a comment

Your email address will not be published. Required fields are marked *

Verified by MonsterInsights