HAPPY ENGINEER’S DAY
ଭୋଦୁଅ ପାଣି,
ଦୋଉ ଥା ହାଣି
ଅଶିଣା ପାଣି,
ରଖିବୁ ଟାଣି
ଏଇଟା ଓଡିଆ ଢଗ,
ମୋ ମତରେ ଏଇଟା ବର୍ଷା ଜଳ ପରିଚାଳନାର କର୍ଭ ରୁଲ୍ ।
ଆମ ରାଜ୍ୟରେ net shown area ବା ମୋଟ ଚାଷ ଜମି ବୋଧେ 65 ଲକ୍ଷ ହେକ୍ଟର। ଆଗରୁ ପ୍ରତ୍ୟେକ ଜମିରେ ଅତି କମ୍ ରେ ଦୁଇ ଫୁଟ୍ ଉଚ୍ଚା ଓ ଦୁଇ ଫୁଟ୍ ଚଉଡା ହିଡ ଓ କେତେକ ଜମିରେ ବର୍ଷା ଜଳ ପରିଚାଳନା ଆବଶ୍ୟକତା ଅନୁସାରେ ତାଠୁ ବଡ ହିଡ ବା ଭେଡା ଥିଲା।
ଏବେ ନାହିଁ । ତେଣୁ ମରୁଡି ସଙ୍କଟ ଓ ବନ୍ୟା ସଙ୍କଟ।
ଏ ହିଡ ସରକାର ନୁହେଁ ମୋ ଚାଷୀ ଭାଇ ନିଜ ଶ୍ରମରେ ତିଆରି କରୁୃଥିଲେ, ମରାମତି କରୁଥିଲେ। ପ୍ରତ୍ୟେକ ଜମି ଓ ହିଡ ଗୋଟେ ଗୋଟେ ହୀରାକୁଦ ଡ୍ୟାମ ଥିଲା। ଏହି ସବୁ ହୀରାକୁଦ ଡ୍ୟାମର ଜଳ ପରିଚାଳନାର କର୍ଭ ରୁଲ୍ ଟିଏ ଥିଲା, ତାହା ହେଲା –
ଭୋଦୁଅ ପାଣି, ଦୋଉ ଥା ହାଣି ।
ଅଶିଣା ପାଣି, ରଖିବୁ ଟାଣି ।।
ଅର୍ଥାତ୍ ଜୁନ୍ 15 ବା ଆଷାଢମାସରୁ ଭାଦ୍ରବ ମାସ ମଧ୍ୟରେ ଯଦି ବର୍ଷା ପାଣି ହିଡ ସୀମା ଟପିବାକୁ ବସିଲା ତାହେଲେ ସେ ଉଦବୃତ୍ତ ପାଣିକୁ ଜୋର ଜବରଦସ୍ତ ନଅଟକାଇ ନାଳ ନଈକୁ ଛାଡି ଦେବା ବ୍ୟବସ୍ଥା କରିବା। ଅଶିଣ ବା ଆଶ୍ୱୀନ ମାସରେ ଯେତେ ବର୍ଷିବ ସେଥିରୁ ବିନ୍ଦୁଏ ବି ଯେମିତି ମାଟି ଉପର ଦେଇ ନାଳ ନଈକୁ ଗଡି ନଯାଏ ତାର ତଦାରଖ ଓ ବନ୍ଦୋବସ୍ତ କରିବା।
ଏଇ ରୁଲ୍ କର୍ଭ ବି ଆମ ହୀରାକୁଦ, ରେଙ୍ଗାଲି, ଆନିକଟ୍ ଇତ୍ୟାଦି ପାଇଁ ପ୍ରଯୁଜ୍ୟ ଅଟେ।
ରାଜ୍ୟରେ ବର୍ଷକୁ ବର୍ଷିବ ହାରା ହାରି 1500 ମିଲି ମିଟର ପାଣି।
ଆଷାଢରୁ ଭାଦ୍ରବ ଅଧା ( ଜୁନ୍ 15 ରୁ ସେପ୍ଟେମ୍ୱର 15 ହେଲେ ହୋଇପାରେ ) ଭିତରେ ପ୍ରାୟ 75% ବା ପାଖାପାଖି 1000 ମିମି ରୁ ବେଳେ ବେଳେ 1200 ମିଲି ମିଟର ପର୍ଯ୍ୟନ୍ତ ବି ବର୍ଷି ଯାଏ ବା ଯିବା କଥା। ଭାଦ୍ରବ ଅଧାରୁ ଆଶ୍ୱୀନ ଶେଷ ଭିତରେ ପ୍ରାୟ 300 ମିଲି ମିଟର ବର୍ଷେ ବା ବର୍ଷିବା କଥା। ଏଇ 300 ମିଲି ମିଟର ବର୍ଷାକୁ ଡ୍ୟାମର ନାକ ବୁଡିବା ପର୍ଯ୍ୟନ୍ତ ସାଇତିକି ରଖିବ।
ତା ପୁର୍ବରୁ ବର୍ଷା ଋତୁରେ ଡ୍ୟାମରେ ପାଣି କେବେ ବି 75% ରୁ ଅଧିକ ଭର୍ତ୍ତି କରିବ ନାହିଁ।
ଆଜି କାଲି ତିନି ଚାରି ଦିନ ଆଗରୁ ପାଣିପାଗ ବାଲା କହି ଦେଉଛନ୍ତି, କେଉଁ ଅଞ୍ଚଳରେ ବର୍ଷିବ, କେତେ ବର୍ଷିବ।
ଏ ଖବର ପାଇଲ ତ ହୀରାକୁଦର 4 ଟା ଗେଟ୍ 4 ଦିନ ଆଗରୁ ଖୋଲି ଦେବ, ପାଣି ନଈ ଭିତରେ ଭିତରେ ଯାଉଥିବ, ବର୍ଷା ଆରମ୍ଭ ହେଲା ବେଳକୁ ରିଜରଭର ଲେଭୁଲ୍ 75 % ରୁ ଖସି 65% ହେଇଗଲେ ବି କିଛି ଅସୁବିଧା ନାହିଁ ।
ବର୍ଷା ଆରମ୍ଭ ହେଲା ତ ଖବର ମିଳିଯାଏ, ଉପର ମୁଣ୍ଡରେ କେତେ ବର୍ଷିଲା, ଛତିଶଗଡ କେତେ ଅଟକେଇ ପାରିବ, କେତେ ଛାଡିବାକୁ ବାଧ୍ୟ ହେବ,
ସେହିପରି ତଳ ମୁଣ୍ଡରେ କେତେ ବର୍ଷିଲା, ସେହି ହିସାବରେ ହିସାବ କରି ତଳମୁଣ୍ଡ ବର୍ଷାକୁ ଛତରା ବଜାର ମେଢ ପରିକା ସମୁଦ୍ରକୁ ଆଗ ବାଟ ଛାଡିଦେବା ପାଇଁ ଆବଶ୍ୟକ ହେଲେ ଢୋ ଢୋ ବରଷା ବେଳେ ବି ଖୋଲା ଥିବା ଚାରିଟା ଗେଟ୍ କୁ ଦିନେ ଦୁଇ ଦିନ ପୁରା ବନ୍ଦ କରି ଦେଇ ପରେ ଖୋଲା ଯାଇ ପାରିବ।
ଏଇଟା ହେଲା ଥମ୍ବ୍ ରୁଲ୍। ହୀରାକୁଦ ଥାଉ ଥାଉ ମହାନଦୀରେ ବନ୍ୟା ହେବ କାହିଁକି ?
ହଁ, ଯଦି ଯନ୍ତ୍ରୀ କାମିକା ଗଧ ନହେଇ କେବଳ ଗୁଜୁରାଟୀ ସଫାରୀ ଗଧଙ୍କ ଭଳିଆ କେବଳ ଚିକ୍କଣିଆ ଦେଖିବା ଗଧ ହେଇ ଥାଆନ୍ତି , ତାହେଲେ ବର୍ଷା କଣ ବେଙ୍ଗ ମୁତି ଦେଲେ ବି ବନ୍ୟା ହେଇଯିବା ସ୍ୱାଭାବିକ୍ କଥାଟାଏ।
ଆପଣ ଜାଣନ୍ତି କି ଏଥର (2022 ମସିହା) ବ୍ରାହ୍ମଣୀରେ କାହିଁକି ବନ୍ୟା ହେଲା ନାହିଁ ?
ମୁଁ ରିଲିଫ୍ ନପାଇବା ରାଗରେ କହିବି ଯେ, କେବଳ ବାମାପଦ ବିଶ୍ୱାଳଙ୍କ ପାଇଁ ଏଥର ବ୍ରାହ୍ମଣୀରେ ବନ୍ୟା ହେଲା ନାହିଁ କି ଆମେ ବ୍ରାହ୍ମଣୀକୁଳିଆ ଲୋକ ରିଲିଫ୍ ପାଇବୁ ନାହିଁ ।
ବାମାପଦ ବ୍ରାହ୍ମଣୀ ଚିଫ୍ ଇଞ୍ଜିନିୟର୍ ( Bamapad Biswal Mob : 94370 15 284 ) ଥିଲେ । ମୁଁ ଗୋଟେ ଖୁସିରେ ପ୍ରେଡିକସନ କରି କହିଥିଲି ଅଗଷ୍ଟ 23 ପରେ ବ୍ରାହ୍ମଣୀରେ ବନ୍ୟା ହେବ। ଖୁବ୍ ଭୟଙ୍କର ବନ୍ୟା ବି ହୋଇଥାଆନ୍ତା ।
ବାମାପଦ ତାକୁ ହେବାକୁ ଦେଲେନି। ସେ ଯେତେବେଳେ ଜାଣିଲେ ପରବର୍ତ୍ତୀ ବର୍ଷା ଆସିବା ଆଗରୁ ରେଙ୍ଗାଲି କର୍ତ୍ତୃପକ୍ଷ ରିଜରଭରକୁ ଅଗଷ୍ଟରେ 94% ପୁର୍ଣ୍ଣ କରି ସାରିଲେଣି, ମୋଟ 1500 ମିମିରୁ ମାତ୍ର 850 ମିମି ବର୍ଷିଛି, କେବଳ ବର୍ଷା ଋୁତୁରେ ବର୍ଷିବାକୁ ଥିବା 1200 ମିମି ରୁ ଆହୁରି ପାଖାପାଖି 300 ମିମି ବାକି ଅଛି ଓ ସେପ୍ଟେମ୍ୱରରେ ଦୁଇ ଦୁଇଟି ଲଘୁଚାପର ପୂର୍ବାନୁମାନ ଅଛି ,
ସେ ସେତେବେଳେ ପରବର୍ତ୍ତୀ ବର୍ଷା ଆସିବା ପୂର୍ବରୁ ଅନ୍ତତଃ ସପ୍ତାହେ ପାଇଁ ରେଙ୍ଗାଲିର ଦୁଇଟି ଗେଟ୍ ଖୋଲା ରଖିବାକୁ ଅଡି ବସିଲେ ,
ନହେଲେ ଜୋର୍ କରି ଅସରାଏ ବର୍ଷା ହେଇଗଲେ ହୁଏତ ରେଙ୍ଗାଲି ଡ୍ୟାମ କର୍ତ୍ତୃପକ୍ଷ ହଠାତ୍ 18 ଗେଟ୍ ଖୋଲି ଦେବାକୁ ବାଧ୍ୟ ହୋଇଯିବେ ଓ ବ୍ରାହ୍ମଣୀରେ ହଠାତ୍ ପ୍ରଳୟଙ୍କରୀ ବନ୍ୟା ହେଇଯାଇପାରେ।
ଡ୍ୟାମ କର୍ତ୍ତୃପକ୍ଷ ତାଙ୍କ କଥାରେ ଆଦୌ ରାଜି ହେଲେନି, ବାମାପଦ ବି ସହଜେ ଛାଡିବା ଜୀବ କି ! ଏ କଥା ବୋଧହୁଏ ପ୍ରଦୀପ ଜେନା ମହାଶୟଙ୍କ ପର୍ଯ୍ୟନ୍ତ ଲମ୍ୱିଲା, ଶେଷରେ ବାମାପଦଙ୍କ ଅନୁରୋଧ ରକ୍ଷା ହେଲା, ଦୁଇଟି ଗେଟ୍ ଖୋଲା ରହିଲା, ବ୍ରାହ୍ମଣୀରେ ଲଗାତର ପାଞ୍ଚ ସାତ ଦିନ ଅଧୁଆଣି ତିନି ପା ପାଣି ଚାଲିଲା କୁଳ ନବୁଡେଇ। ଫଳରେ ଏ ବର୍ଷ ଆଜିଯାଏ ବ୍ରାହ୍ମଣୀରେ ବନ୍ୟା ହେଲାନି କି ଆମକୁ ରିଲିଫ୍ ମିଳିଲାନି।
ମୋ କାନରେ ଟିକେ ଏକଥା ବାଜିଥିଲା। ମୋର ବାମାପଦଙ୍କ ଉପରେ ରାଗ ଚିଡୁଥିଲା ବେଳେ ସେ ବିଚରା ଭୁବନେଶ୍ୱର ଇଆଇସି ଅଫିସରେ ହାବୁଡରେ ପଡିଗଲେ।
ସେ ତାଙ୍କ ଜୀବନସାରା ମୋତେ ଚାରଣିଟିଏ ଦେଇନାହାନ୍ତି କି ଦେଇ ପାରି ନଥାନ୍ତେ ବୋଧେ, ମୋର କିନ୍ତୁ ତାଙ୍କୁ ଚାହା କପେ ଦେବାର ଥିଲା, ସେ ଚିଫ୍ ଇଞ୍ଜିନିୟର ପଦବୀକୁ ପ୍ରମୋଶନ ପାଇଥିବାରୁ। ( ସେ ଯେତେବେଳେ ଆମ ଜାରକା ଡିଭିଜନର ଏକଜିକ୍ୟୁଟିଭ ଇଞ୍ଜିନିୟର ଥିଲେ, ମୁଁ ତାଙ୍କୁ ଥରେ ଆମ ଗାଆଁ କୁ ଆସିବାକୁ ଅନୁରୋଧ କରିଥିଲି, ସାର୍ ତାଙ୍କ ଷ୍ଟାଫ୍ ମାନଙ୍କ ସହ ଆସିଲେ, ଯାହା ଯାହା ସମସ୍ଯା କହିଲି ବୁଲି ବୁଲି ଦେଖିଲେ, ବୁଝିଲେ ଓ ସବୁ କରିଦେବେ ବୋଲି କହିଲେ, ମୋ ମନ ଟା ଖୁସି ହେଇଗଲା,ବ୍ରାହ୍ମଣୀ ବ୍ରିଜ୍ ଉପରେ ଛିଡା ହୋଇ ତାଙ୍କୁ ବିଦାୟ ଦେବାବେଳେ ଗୋଟେ ଖୁସିରେ ମୋ ପାଟିରୁ ବାହାରି ପଡିଲା – ଆପଣ ଚିଫ୍ ଇଞ୍ଜିନିୟର ହେବାପରେ ଅବସର ଗ୍ରହଣ କରନ୍ତୁ। ସେ ହସିଲେ, କହିଲେ – ଏହା ସମ୍ଭବ ନୁ୍ହଁ। ମୁଁ ତ ବିଭାଗୀୟ ପ୍ରମୋଶନ ଆଇନ କାନୁନ ନଜାଣି ଏକଥା କହିଦେଇଥିଲି। ପୁଣି ଆଉ ଥରେ କହିଲି ମୁଁ କହିଦେଲିଣି ମାନେ ଆପଣ ତ ଚିଫ୍ ଇଞ୍ଜିନିୟର ହେବାକୁ ବାଧ୍ଯ । ହା ହା ହା । କିନ୍ତୁ ମୋର ଅଜ୍ଞତା ପାଇଁ ମୋ ମନ ଟା ସେଦିନ ଟିକେ ଊଣା ହୋଇଯାଇଥିଲା ଅବଶ୍ଯ । ମୁଁ କହିଛି ମାନେ ସେ ଚିଫ ଇଞ୍ଜିନିୟର ହେବେ ଏ ପତଳା ଅହଙ୍କାର କିନ୍ତୁ ବଳବତ୍ତର ରହିଲା ।)
ଏଥିପାଇଁ ମୁଁ ଭେନସ ଇନ୍ ରେ ତାଙ୍କୁ ଚାହା କପ୍ ଟେ ଦେଇ ପାର୍ ପାଇଯିବି କଣ,
ସେ ସେଠାରେ ପେଟେ ମିଲ୍ ଖାଇଲେ,
ତାଙ୍କ ଡ୍ରାଇଭର ବାବୁଙ୍କୁ ବି ଖୋଇଲେ,
ମୋ ଡ୍ରାଇଭର ସୁମନକୁ ବି ଡାକିକି ଖୋଇଲେ,
ମୁଁ କେବଳ କ୍ଷୀରସାଗର ଗୋଟାଏ ପ୍ଲେଟ୍ ଖାଇଲି ବୋଧେ, ମନେ ପଡୁନି ଠିକ୍ ଠିକ୍,
ମୁଁ ଭାବିଲି ହଉ ଯାହା ଖାଉଛନ୍ତି ଖାଆନ୍ତୁ, ଇଞ୍ଜିନିୟରମାନେ ତ ଖାଆନ୍ତି ବୋଲି ଆମେ ସମସ୍ତେ ଜାଣିଛେ,
ପକେଟରେ ହାତ ମାରିଲି, ଗାଡିରେ ତେଲ ପକେଇ ସାରିଲା ପରେ ବି ଆହୁରି ହଜାରେ ପାଖାପାଖି ତ ଅଛି, ଖାଆନ୍ତୁ କଣ ଖାଉଛନ୍ତି, ସେ ମୋର ତ ଜଣେ ଅତି ପ୍ରିୟ ସାନଭାଇ ପରି, ମୋର ଗୋଟାଏ ଆନ୍ତରୀକ ଶ୍ରଦ୍ଧା ଓ ସଦିଚ୍ଛା ତ ଥାଏ ତାଙ୍କ ପ୍ରତି,
ସେ କିନ୍ତୁ ବିଲ୍ ଟାକୁ ଚଟ୍ କିନା ଧରି ପକେଇ ଆଗତୁରା କାଉଣ୍ଟରକୁ ଯାଇ ପଇସା ବି ଦେଇ ଦେଲେ – ରିଲିଫ୍ ନମିଳିବା ଗାଳିରୁ ରକ୍ଷା ପାଇବା ପାଇଁ ???? ହା ହା ହା ….
ଛାଡନ୍ତୁ ସେ କଥା, ଟପିକ୍ କୁ ଆସିବା |
ଏବେ ଆଶ୍ୱୀନ ମାସରେ କିନ୍ତୁ ଯାହା ବର୍ଷିବ ତାକୁ ରିଜର୍ଭର ପୁର୍ଣ୍ଣ କରିବାରେ ବିନିଯୋଗ କରିବା ହୁଅନ୍ତୁ ଯନ୍ତ୍ରୀବଳ। କାରଣ ଓଡିଆ ଢଗ ପା କହୁଚି –
ଭୋଦୁଅ ପାଣି, ଦୋଉ ଥା ହାଣି
ଅଶିଣା ପାଣି, ରଖିବୁ ଟାଣି
HAPPY ENGINEER’S DAY
ସର୍ବେଭବନ୍ତୁ ସୁଖୀନଃ
( ଆଉ ଜଣେ ମହାନ ବ୍ଯକ୍ତିଙ୍କ ପାଖରେ ବରୀବାସୀ ଚୀର ଋଣି ଓ କୃତଜ୍ଞ ରହିବା କଥା ଏବଂ ତାଙ୍କ କଥା ଆଜି ଏଠାରେ ଲେଖା ହେବା କଥା, କିନ୍ତୁ କାହିଁକି କେଜାଣି ମୋର ଅତି ପ୍ରିୟ ସେ ହତଭାଗା ବନ୍ଧୁଙ୍କ କଥା କେତେବେଳେ ବି ଲେଖି ହୁଏନି, ସେ ହେଲେ ଆମ ଅଞ୍ଚଳର ଆସିଷ୍ଟାଣ୍ଟ ଇଞ୍ଜିନିୟର ଶ୍ରୀଯୁକ୍ତ ବିଜୟ କୁମାର ପଟ୍ଟନାୟକ। ତାଙ୍କର ଅବଦାନ ଚିଫ୍ ଇଞ୍ଜିନିୟର, ଇଆଇସି ଓ ବିଭାଗୀୟ ସଚିବଙ୍କ ଠାରୁ ମଧ୍ଯ ଅଧିକ ମହତ୍ବପୂର୍ଣ୍ଣ ।
ତାଙ୍କ କଥା ଓ ତତ୍କାଳୀନ ଚିଫ୍ ଇଞ୍ଜିନିୟର ଶ୍ରୀଯୁକ୍ତ ଶ୍ରୀଧର ବେହେରାଙ୍କ କଥା ନଲେଖିଲେ ମୋ ତରଫରୁ ଆମ ବ୍ରାହ୍ମଣୀ କେଲୁଅ ବିରୂପା ଦ୍ବୀପାଞ୍ଚଳବାସୀଙ୍କ ତରଫରୁ ଗୋଟେ ବଡ କୃତଘ୍ନତା ହେବ ନିଶ୍ଚୟ। କେବେ ସେ ଲେଖା ଲେଖିହେବ କେଜାଣେ !! )
– ଲକ୍ଷ୍ମୀଧର ନାୟକ
My Facebook Post: 15th September 2022