ସତ କୁହ ସରକାର -୪
୨୦୦୧ ରୁ ୨୦୧୮ ଭିତରେ ତୁମ ଇକୋ କ୍ଲବ ଗ୍ରିନ୍ ବ୍ରିଗେଡ୍ ପିଲାଏ କେତେ ଗଛ ଲଗାଇ ଥିଲେ ? କେତୋଟି ବଂଚିଛି ? ସେଥିରୁ ଆଜି କଣ ସବୁ ଫଳୁଛି ?
Introduce a
LEARN & EARN Programme
for school students
ବାତ୍ଯାରେ କୋଟିଏ ଗଛ ଭାଂଗିଛି ବୋଲି କହୁଛ ।
ଭାଂଗିଲା ତ ଭାଂଗୁ ! କାଠଗୁଡା ଅଣ ଉଜ୍ୱଳା ଲୋକଂକର ଜାଳ ହେବ । ହରିଶ୍ଚଂଦ୍ର ମାନଂକର ବି କାମରେ ଲାଗିବ ।
୨୦୦୧ ମସିହାରୁ ଗୋଟାଏ Eco Club scheme ହୋଇଛି । ଏହା ଏକ କେଂଦ୍ରୀୟ ଯୋଜନା । ଆଜି ପ୍ରାୟ ଓଡିଶାର ପ୍ରତ୍ଯେକ ହାଇସ୍କୁଲରେ ଏ ଇକୋ କ୍ଲବ ଚାଲିଛି ।
ପ୍ରତ୍ଯେକ ହାଇସ୍କୁଲ ପିଲା ଏ ଇକୋ କ୍ଲବର ଗ୍ରୀନ ବିଗ୍ରେଡ୍ ।
କେଂଦ୍ର ସରକାର ପ୍ରତି ବର୍ଷ ପ୍ରତ୍ଯେକ ଇକୋ କ୍ଲବକୁ ପ୍ରାୟ ୩ ହଜାର ଟଂକା ଦିଅନ୍ତି, ପିଲାମାନଂକ ମାଧ୍ଯମରେ ପରିବେଶ ସୁରକ୍ଷା ପାଇଁ ।
ଅବଶ୍ଯ ଅଧିକାଂଶ ସାର୍ଂକ ଭୋଜି ଭାତ ସେବାରେ ସରେ । କେହି କେହି ଫଟୋ ଉଠାଇବାପାଇଁ ଅବଶ୍ଯ ବେଳେ ବେଳେ କିଛି ଗଛ ଲଗାନ୍ତି ମଧ୍ଯ ।
ଓଡିଶାରେ ୯,୫୦୦ ଇକୋ କ୍ଲବ ଅଛି ।
ପ୍ରତ୍ଯେକ ବର୍ଷ ପାଖା ପାଖି ୭ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେବା କଥା ଆମେ ଶୁଣୁଛେ । ଏମାନେ ସମସ୍ତେ ଇକୋ କ୍ଲବର ଗ୍ରୀନ୍ ବ୍ରୀଗେଡ୍ । ଏଇ ହିସାବରେ ଦଶମ ନବମ ଅଷ୍ଟମ ପିଲାଂକୁ ମିଶେଇ ଗଣିଲେ ଆମ ରାଜ୍ଯର କିଶୋର ସବୁଜ ସୈନିକଂକ ସଂଖ୍ଯା ୨୦ ଲକ୍ଷ ଧରାଯାଉ ।
ବାତ୍ଯାରେ ଗଛ ଭାଂଗିଛି କୋଟିଏ ।
ଜଣେ ସବୁଜ ସୈନିକକୁ ୫ଟି ଗଛ ଲଗାଇବାର ସୁଯୋଗ ଦିଆଯାଉ ।
ଏ ସୁଯୋଗ ସହଜରେ ଦିଆ ଯାଇ ପାରିବ, କାରଣ ପ୍ରତ୍ଯେକ ଜିଲ୍ଲାର ଇକୋ କ୍ଲବର ସେକ୍ରେଟାରୀ ପ୍ରାୟତ ଜଣେ ଜଣେ ଡିଏଫ୍ଓ ହୋଇ ଥାଆନ୍ତି, ସେମାନେ ପ୍ରତ୍ଯେକ ଇକୋ କ୍ଲବ ବା ହାଇସ୍କୁଲ ପିଲାଂକପାଇଁ ଗଛ ଲଗାଇବାକୁ ଦି ପାଂଚ ଏକର ଜଂଗଲ ଜମି ସହଜରେ ଚିହ୍ନଟ କରିଦେଇ ପାରିବେ ।
ଏହା ବାଦ୍ ପ୍ରତ୍ଯେକ ଇକୋ କ୍ଲବ ସହ ସ୍ଥାନୀୟ ଆର.ଆଇ.ଙ୍କୁ ଯୋଡି ଦିଆ ଯାଉ ।
ଆର୍ ଆଇ କ୍ରମାଗତ ଭାବେ ହଡପ ହୋଇ ଚାଲିଥିବା ଗୋଚର ଜମି କିଛି କିଛି ଚିହ୍ନଟ କରିଦେବେ ।
ସେ ଜମିରେ ସବୁଜ ସୈନିକ ଗଛ ଲଗାନ୍ତୁ,
ଏମିତି ଗଛ ଯାହାର ଫଳ ମଣିଷ ପାଇଁ ଖାଦ୍ଯ ଉପଯୋଗୀ ହେଉଥିବ ଏବଂ ପତ୍ର ଫଳ ଫୁଲ ପଶୁ ସମ୍ପଦପାଇଁ ଖାଦ୍ଯ ଉପଯୋଗୀ ହୋଇଥିବ।
ମୁଁ ଆଉ ଗୋଟିଏ ନ ହେଉଥିବା କଥା ଆଶା କରୁଛି, ଉଭୟ କେଂଦ୍ର ଓ ରାଜ୍ଯ ସରକାରଂକଠାରୁ । ସେ କଥାଟି ହେଲା –
ସରକାର ଏ ସବୁଜ ସୈନିକମାନଂକୁ ମନରେଗା ସ୍କିମ୍ ଅନ୍ତର୍ଭୁକ୍ତ କରନ୍ତୁ।
ଏ କ୍ଷେତ୍ରରେ ବୟସକୁ ଗୋଟାଏ ବାଧକ ହିସାବରେ ନିଆ ନଯାଉ ।
ବୟସ ଗୋଟାଏ କଣ ? ଶ୍ରୀକୃଷ୍ଣ ତ ପୁଣି ବାଳ ବାହିନୀ ଗଢି ମାତ୍ର ୧୧ ବର୍ଷ ବୟସରେ ମଥୁରା ଯାଇ କଂସ ସହ ଲଢେଇ କରିଥିଲେ, ନା ନାହିଁ ?
ତା ହେଲେ ଆମ ସବୁଜ ସୈନିକ କାହିଁକି କରିବେନି ?
ଶିକ୍ଷାର୍ଥୀଂକୁ କେବଳ ଅଣ ଉତ୍ପାଦକ କିରାଣୀ ହାକିମ ବନିବା ଶିକ୍ଷା ଦିଆ ନଯାଇ ଉତ୍ପାଦକ ବନିବାର ସୁଯୋଗ ସୃଷ୍ଟି କରାଯାଉ । ଏହା ଉଚିତ ଏବଂ ଆବଶ୍ଯକ ମଧ୍ଯ ।
ପଢିଲା ବେଳେ ସେ ପରିବେଶ ରକ୍ଷା କରିବା ସାଂଗେ ସାଂଗେ ବର୍ଷକୁ ଅନ୍ତତ ଦଶ ବାର ଦିନ କାମ କରି ମନରେଗାରୁ ହେଉପଛେ ଚାରି ପାଂଚ ହଜାର ରୋଜଗାର କରୁ ।
ଏହି ଶ୍ରମ ଫଳ ତାର ଶିକ୍ଷା ପାଇଁ, ତାର ବିଦ୍ଯାଳୟ ପାଇଁ, ଏପରିକି ତାର ପରିବାରପାଇଁ ବହୁ କାମରେ ଆସିବ । ତାର ବର୍ଷେ ଛ ମାସର ସ୍କୁଲ ଫିସ୍ ତ ହୋଇଯିବ ।
ଏହା ତାକୁ ଗଭୀର ଆତ୍ମ ବିଶ୍ୱାସ ପ୍ରଦାନ କରିବ, ତାର ସୃଜନି ଶକ୍ତିକୁ ତା ସହ ପରିଚିତ କରାଇବ, ବହୁ ଆତ୍ମ ସନ୍ତୋଷ ପ୍ରଦାନ କରିବ ।
ହଁ ଏଥି ସହ ଗୋଟାଏ survival audit କୁ ଯୋଡାଯାଉ ।
୧୦୦ ରୁ ୭୫ ଗଛ ବଂଚିବା ଚାହି ।
ଏହା ପିଲାଂକର ଉତ୍ତର ଦାୟିତ୍ୱ ମାନସିକତାକୁ ବହୁ ଭାବେ ପରିପୁଷ୍ଟ କରିବ ।
କାମଟି ଛୋଟ ମନେ ହୋଇପାରେ, କିନ୍ତୁ ଗୋଟିଏ ସୁ ନାଗରୀକ ଗଢିବାରେ ଏହାର ଭୂମିକା ସୁଦୂର ପ୍ରସାରୀ ।
ପରୀକ୍ଷା ପ୍ରାର୍ଥନୀୟ ।
ଆମ ଗାଁର ମୋ ବାବାଜୀ ବଡବାପା ( ସ୍ୱର୍ଗତ ବାବାଜୀ ଚରଣ ଜେନା ) କହନ୍ତି –
ଅନ୍ଧ ଅନ୍ଧ ନୁହେଁ,
ପାଣି ଅନ୍ଧ
ଆଇନ ଅନ୍ଧ
ସରକାର ଅନ୍ଧ
ଦେଖାଯାଉ ଏ ଅକ୍ଷର ଧ୍ୱନୀ ଅନ୍ଧ ସରକାରଂକୁ ଶୁଭୁଛି କି ନା !
ଲକ୍ଷ୍ମୀଧର ନାୟକ
My Facebook Post:
୧୫.୦୫.୨୦୧୯