ସରୋଜିନୀ ନାଇଡୁଙ୍କ କବିତା “The Song of Radha” – ଭାବାନୁବାଦ

Share it

ସରୋଜିନୀ ନାଇଡୁଙ୍କ କବିତା
The Song of Radha
ଭାବାନୁବାଦ

===========
ଶ୍ରୀରାଧା ରାଗିଣୀ
===========

ସକାଳୁ ସକାଳୁ ଦୁହିଁଲି ଗାଇ
ଦଧି ମନ୍ଥିଲି ମୁଁ ଖୁଆ ବୁଲାଇ ।।
ଗୋଟିକା ଅଧାମ ସର ନବାତ
ଦଧି ବିକିଗଲି ମଥୁରା ହାଟ ।।

ଖଣ୍ଡ ବସା ଦହି ନୀରଦ ଘଟା
ଶ୍ରାବଣ ଅମ୍ବରେ ବରଷା ଛଟା ।।
ଦହି କିଏ ନେବ ଛାଡ଼ିଲି ଡାକ
ବାଦଲେ ଦେଖିଲି କହ୍ନାଇ ମୁଖ ।।

ନୀଳ ଘନ କାନ୍ତି ନୀଳ ଚନ୍ଦ୍ରମା
ଗୋବିନ୍ଦ ମୁଁ ବୃଷଭାନୁଙ୍କ ଜେମା ।।
ଯମୁନାରେ ବହେ ଧୀର ସମୀର
ନଈ ସେପାରିରେ ମଥୁରା ପୁର ।।

ଘାଟ ପାରି କରେ ନାଉରୀ ଭାଇ
ନାଆରେ ବସିଛୁ ବରଜ ଗୋଈ ।।
ସର୍ବ ଗୋଈ ମିଳି ଗାଇଲୁ ଗୀତ
ସ୍ଵାଗତୀକା ୠତୁ ରାଜ ବସନ୍ତ ।।

ସଙ୍ଗୀତରେ ଶୁଣି କାହ୍ନା ରାଗିଣୀ
ଗୋବିନ୍ଦ ଗୋବିନ୍ଦ ଡାକିଲି ପୁଣି ।।
ମଥୁରା ହାଟରେ ମେଲି ବିପଣି
ବିକି ବସିଲି ମୁଁ ସର ଲବଣୀ ।।

ମଥୁରା ହାଟରେ ଦିହୁଡ଼ି ଜଳି
କିଏ ନେବ ଦହି ଡାକ ଛାଡ଼ିଲି ।।
ସନ୍ଧ୍ୟା ଉପଗତ ଯୋଡ଼ିଲି ହାତ
ଦୁରୁ ଶୁଭେ ଶଙ୍ଖ ମଙ୍ଗଳ ଗୀତ ।।

ମୋ ପୂଜାରେ ଧ୍ୟାନ ନନ୍ଦନନ୍ଦନ
ଗୋବିନ୍ଦ ଗୋବିନ୍ଦ ମଧୁସୂଦନ ।।
କୃଷ୍ଣ ପ୍ରାଣ ମୋର କୃଷ୍ଣ ଜୀବନ
କୃଷ୍ଣବିନେ କାହିଁ ନଦେଖେ ଆନ ।।

କୃଷ୍ଣ ପ୍ରେମେ ପଡ଼ି ହେଲି କୁଳଟା
ନିନ୍ଦା, ଅପବାଦ, ଖାଇଲି ପିଟା ।।
ବରଜ ରାଜ ହେ ରାଧା ଜୀବନ
ଜନ୍ମ ଜନ୍ମାନ୍ତରେ ତୁହି ମୋ ଧ୍ୟାନ ।।

🙏🙏🙏
ଅର୍ଜୁନୀ
————

ଅର୍ଜୁନୀ ଚରଣ ବେହେରା
ମୋ -7693091971
******************************

Song of Radha the Milkmaid
By Sarojini Naidu

====================
I carried my curds to the Mathura fair. . . .
How softly the heifers were lowing. . . .
I wanted to cry “Who will buy, who will buy
These curds that are white as the clouds in the sky
When the breezes of Shrawan are blowing?”
But my heart was so full of your beauty, Beloved,
They laughed as I cried without knowing:
Govinda! Govinda!
Govinda! Govinda! . . .
How softly the river was flowing!
I carried my pots to the Mathura tide. . . .
How gaily the rowers were rowing! . . .
My comrades called “Ho! let us dance, let us sing
And wear saffron garments to welcome the spring,
And pluck the new buds that are blowing.”
But my heart was so full of your music, Beloved,
They mocked when I cried without knowing:
Govinda! Govinda!
Govinda! Govinda! . . .
How gaily the river was flowing!
I carried my gifts to the Mathura shrine. . . .
How brightly the torches were glowing! . . .
I folded my hands at the altars to pray
“O shining Ones guard us by night and by day”—
And loudly the conch shells were blowing.
But my heart was so lost in your worship, Beloved,
They were wroth when I cried without knowing:
Govinda! Govinda!
Govinda! Govinda! . . .
How brightly the river was flowing!
***************


Share it

Leave a comment

Your email address will not be published. Required fields are marked *

Verified by MonsterInsights