ତମେ ଦି ଟା ଯାକ ସରକାର ଆମକୁ କୁହ ତମେ ଏତେ ପଇସା ଖର୍ଚ୍ଚ କଲ , ସେଥିରେ ଆଜିଯାଏ କେଇଟା BPL ଙ୍କୁ APL କଲ ? ତମେ ବର୍ଷକୁ ଥରେ ଏଇ ମାତ୍ର ଧାଡିଏ ହିସାବ ଦିଅ

Share it

11.09.2019 ରୁ 11.09.2021 ଭିତରେ କେତେ ଜଣ BPL ଙ୍କୁ ତମେ APL କରି ପାରିଲ, ନାଁ ଗାଁ ଠିକଣା ସହିତ ତାର ଗୋଟେ ଚିଠା ଦେଇ ପାରିବ କି ହୋ ଆମ ସାନ ବଡ ଦୁଇ ଅଷ୍ଟେଇଁ ବନ୍ଧୁୁ??

ଜଣେ ବର୍ଷକୁ ଖର୍ଚ୍ଚ କରୁଚି 1 ଲକ୍ଷ 75 ହଜାର କୋଟି,
ଆରଟି ଖର୍ଚ୍ଚ କରୁଚି ବର୍ଷକୁ 75 ଲକ୍ଷ କୋଟି।

ଖାଲି ସେତିକି ନୁହେଁ ଯାହା ଦେଲୁ ତାକୁ ଖର୍ଚ କରି ଜଣେ ଦୋକାନ ବାକି କରିଚି ଆମ ମୁଣ୍ଡ ପିଛା 23 ହଜାର ( ଚଳିବ )

ଆରଟି ନାନାଦି ଫଳନ୍ତି ଜମିବାଡି ସମ୍ପତ୍ତି ବିକିଲା ପରେ ବି ବାକି କରିଚି ଆମ ମୁଣ୍ଡ ପିଛା 1,27,000 ( ଏଇଟା କଣ ସୀମା ଭିତରର କଥା ? )

ଓଃ ନାନୀ ଘର ନନାଙ୍କ ATM କାର୍ଡ ଆଉ ତା Password ଟା ହାତରେ ପଡି ଯାଇଚି କି ଆଉ !

ଏତେ କଥାରେ କିଛି କଥା ନାହିଁ,
ତମେ ଦି ଟା ଯାକ ଆମକୁ କୁହ ତମେ ଏତେ ପଇସା ଖର୍ଚ୍ଚ କଲ , ସେଥିରେ ଆଜିଯାଏ କେଇଟା BPL ଙ୍କୁ APL କଲ ?

ତମେ ବର୍ଷକୁ ଥରେ ଏଇ ମାତ୍ର ଧାଡିଏ ହିସାବ ଦିଅ,

ତମ ସେ ବଜେଟ୍ ବଇ ଆଉ ତା ଦୁର୍ବୋଧ୍ୟ ଶବ୍ଦ ସମ୍ଭାର ଯଥା ଫିସକାଲ ଡେଫିସିଟି, ରେଭିନିଉ ଡେଫିସିଟି, ଡେବ୍ଟ, ଇକ୍ୱିଟି, ଡିବେନଞ୍ଚର, ଆମାଲଗେମେସନ୍, ଡିମନିଟାଇଜେସନ୍, ମନିଟାଇଜେସନ୍, ସି ଆର୍ ରେସିଓ …. ଆମକୁ ଆଉ ସେଗୁଡା ଘୋଷେଇକି ଭୁଆଁ ବୁଲାଅନି ।

ପ୍ରତି ବର୍ଷ ନୂଆଖାଇରେ ଆମେ ଏ ଧାଡିକ ହିସାବ ମାଗିବୁ, ତମେ ୟାର ଧାଡିକିଆ ଉତ୍ତର ପଦେ ଦବ, ବାସ୍ ।
ସେଇଥିରୁ ତମ ପାରିବାର ପଣିଆ ଜଣା ପଡିଯିବ।

ତମେ ଆମ ଅର୍ଥକୋଷକୁ ଭିଣେଇଙ୍କ ATM କାର୍ଡ, Credit କାର୍ଡ ଭାବିକି ସେ କାର୍ଡ ଦି ଟାକୁ ପକେଟରେ ପୁରେଇ ନାନା ବାୟା ଖର୍ଚ୍ଚ କରିବ, ଆଉ ନୂଆ ଖାଇ ବାସି ଦିନ ମୋ ଭାଇ ରାଇପୁର ଇଟାଭାଟିକୁ ଦାଦନ ଖଟି ଯିବାକୁ ସଜବାଜ ହେବ, ଏ କଥା କେଇ ଦିନ ଚାଲିବ?

ଶାଃ ୟାଙ୍କ ଘରେ ବନ୍ଧୁ ବାନ୍ଧିବା ହିଁ ଗୋଟେ ବଡ ଭୁଲ ଥିଲା, ମୁଁ ଯାହା ଦେଖୁଛି । କହି ହେଉନି କି ସହି ହେଉନି।

ଶଃ ଏଗୁଡା ଏଡେ ଛତରଖିଆ ଭିକମଗା ପରଧନଖିଆ ଘରଭଙ୍ଗା ଘରବୁଡା ଅଲକ୍ଷଣା ଲକ୍ଷ୍ମୀଛଡା ବଅଁଶ ବୋଲି କିଏ ଜାଣିଥିଲା?

ଭୋଟ ନିଅ,
GST ନିଅ,
ସମ୍ପତ୍ତି ନିଅ ,
ଜମି ନିଅ,
ଖଣି ନିଅ,
ପାଣି ନିଅ,
ଟଙ୍କା ନିଅ କଉଡି ନିଅ

ହେ ସରକାର !
ବର୍ଷକୁ ତମେ କେତେ
BPL ଙ୍କୁ APL କଲ,

ଏଇ ଧାଡିଏ ପ୍ରଶ୍ନର ଉତ୍ତର ଦିଅ
ଉତ୍ତର ଦିଅ
ଉତ୍ତର ଦିଅ

ଲକ୍ଷ୍ମୀଧର ନାୟକ
My Facebook Post: 11.09.2021


Share it

Leave a comment

Your email address will not be published. Required fields are marked *

Verified by MonsterInsights