କାଣ୍ଡଗୋଦା ମନେଇ ସାହୁ, ତଣ୍ଟିରୁ କଣ୍ଟା ଖସିଯାଉ

Share it

କାଣ୍ଡଗୋଦା ମନେଇ ସାହୁ,
ତଣ୍ଟିରୁ କଣ୍ଟା ଖସିଯାଉ

“କାଣ୍ଡଗୋଦା” ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକରେ ଏକ ଗ୍ରାମ । ବହୁତ ବର୍ଷ ତଳେ ସେହି ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଭକ୍ତ ମନେଇ ସାହୁ। ସେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ଥିଲେ। ସେ ପ୍ରାୟ ୨୫ କିଲୋମିଟର ରାସ୍ତା ଚାଲି ଚାଲି ପୁରୀ ଯାଉଥିଲେ ବଡ଼ଠାକୁର ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ।

ଥରେ ସେ ପୁରୀ ଯିବା ବେଳେ ବାଟରେ ଦେଖିଲେ ଗୋଟେ ବଗ କଷ୍ଟରେ ଛାଟିପିଟି ହଉଛି। ସେ ତାର କଷ୍ଟ ସହି ନପାରି ତା ପାଖକୁ ଯାଇ ଦେଖିଲେ ବଗଟି ମାଛ ଖାଇବା ସମୟରେ ତା ତଣ୍ଟିରେ କଣ୍ଟା ଲାଗି ଯାଇଛି। ସେ ବଗ ଟିକୁ ନିଜ କୋଳକୁ ନେଇଯାଇ ତାର ତଣ୍ଟିକୁ ଆଉଁସିବାରେ ଲାଗିଲେ ଓ ଶ୍ରୀଜଗନ୍ନାଥଙ୍କୁ ସ୍ମରଣ କଲେ।ତତକ୍ଷଣତା ବଗର ତଣ୍ଟିରୁ କଣ୍ଟାଟି ପେଟ ଭିତରକୁ ଚାଲିଗଲା ଓ ବଗଟି ଖୁସିରେ ଉଡ଼ିଗଲା। ଚାଁହୁ ଚାଁହୁ ଏହି କଥା ସବୁ ଆଡେ ପ୍ରଚାର ହୋଇଗଲା। ସେବେଠୁ କେହି ଯଦି ଖାଇବା ବେଳେ ତଣ୍ଟିରେ କଣ୍ଟା ଲାଗିଯାଏ ସେ ଏହି ମନ୍ତ୍ର “କାଣ୍ଡଗୋଦା ମନେଇ ସାହୁ, ତଣ୍ଟିରୁ କଣ୍ଟା ଖସିଯାଉ ” କହିଲେ ତଣ୍ଟିରୁ କଣ୍ଟା ଖସିଯାଏ ।

ଜୟ ଜଗନ୍ନାଥ
ଜୟ ଭକ୍ତ ମନେଇ
🙏🙏🙏🙏

Jattadhari Pradhan


Share it

Leave a comment

Your email address will not be published. Required fields are marked *

Verified by MonsterInsights