ଫଟ ତ ଛାପୁଚ, ଅନ୍ୟାୟ କାହିଁକି କରୁଚ ?

Share it

ଗରୀବଙ୍କୁ ମାଗଣା ଚାଉଳ ଯୋଜନା

ଚାଉଳ ବସ୍ତାରେ ମେଦୀଙ୍କ ଫଟୋ ଲାଗିଲେ ଅସୁବିଧା କଣ ?

କିଏ ଆରମ୍ଭ କଲେ ?

ଏମିତି ଦେଖିବାକୁ ଗଲେ ଏହି ଯୋଜନା 1960 ମସିହାରୁ ଆରମ୍ଭ କରାଗଲାଣି ।

2013 ମସିହାରେ କେନ୍ଦ୍ରରେ ଥିବା UPA ସରକାର ଏହାକୁ National Food Security Act ଆଇନରେ ପରିଣତ କରି ଲୋକଙ୍କୁ ଯୁଗାନ୍ତକାରୀ ଖାଦ୍ୟ ସୁରକ୍ଷା ଅଧିକାର ପ୍ରଦାନ କରିଛନ୍ତି।

ପଇସା କିଏ ଦିଏ ?

ଏହା ସରକାରଙ୍କ ବଜେଟରୁ ଖର୍ଚ୍ଚ ହୁଏ ।
ସରକାରଙ୍କ ବଜେଟ ପଇସା ବୋଇଲେ ଲୋକଙ୍କ
GST, ପେଟ୍ରୋଲ ଉପରେ ଟିକସ, ଏବଂ ଖଣି ପାଣି ଇତ୍ୟାଦି ସର୍ବ ସାଧାରଣ ସମ୍ପତ୍ତିରୁ ଆୟ ।

ଚାଉଳ ବସ୍ତାରେ ମେଦୀଙ୍କ ଫଟୋ ଲାଗିଲେ ଅସୁବିଧା କଣ ?

କିଛି ଅସୁବିଧା ନାହିଁ, ପ୍ରିଣ୍ଟିଙ୍ଗ ପ୍ରେସ ବାଲା ପଇସା ପାଇବେ ।
କେବଳ ସେଥିରେ ଆଉ ପାଞ୍ଚ ସାତ ଜଣ ନେତାଙ୍କ ଫଟ ଛପା ହେବା କଥା।

କାରଣ ଟଙ୍କା ଲୋକଙ୍କ GST ପଇସା ଅର୍ଥ, ଏହା
ବିଜେପି ଲୋକ
କଂଗ୍ରେସ ଲୋକ
ସମୀଜବାଦୀ ପାର୍ଟି ଲୋକ
ବହୁଜନ ସମାଜ ପାର୍ଟି ଲୋକ
ରାଷ୍ଟ୍ରୀୟ ଜନତା ଦଳ ଲୋକ
ତୃଣମୂଳ କଂଗ୍ରେସ ଲୋକ
କମୁନିଷ୍ଟ ପାର୍ଟି ଲୋକ
ଆମ୍ ଆଦମୀ ପାର୍ଟି ଲୋକ
ବିଜେଡି ଲୋକ
ଓୱେସୀ ପାର୍ଟି ଲୋକ…. ଇତ୍ୟାଦି ଇତ୍ୟାଦିଙ୍କ ଦ୍ୱାରା ଦିଆ ଯାଉଥିବା ଟିକସ ପଇସା ।

ତେଣୁ ସେ ବସ୍ତାରେ ମୋଦୀଙ୍କ ଫଟ ରହିବା ସହ
ସୋନିଆ ଗାନ୍ଧି, ଅଖିଳେଶ ଯାଦବ, ମାୟାବତୀ, ତେଜସ୍ୱୀ ଯାଦବ, ମମତା ବାନାର୍ଜୀ, ଜ୍ୟୋତି ବସୁ (ଏବେକା ଜିଅନ୍ତା କମୁନିଷ୍ଟ ଲିଡରଙ୍କ ନାଁ ସାଧାରଣ ଲୋକ ଜାଣି ପାରୁ ନାହାନ୍ତି, ତେଣୁ ମୋର ବି ପାଟିରେ ପଶୁନି, ତେଣୁ ଜ୍ୟୋତି ବସୁ ), ଅରବିନ୍ଦ କେଜରିୱାଲ୍, ଟିକିଏ ଛୋଟିଆକିରି ସେ ଓୱେସୀ ଫଟ ଏମିତି ଆଉ ଅନ୍ୟାନ୍ୟ ମାନଙ୍କର…. ସମସ୍ତଙ୍କର ଫଟ ରହିବା ଉଚିତ ନ୍ୟାୟ।

ଯୋଉ ଦଳକୁ ଯେତିକି ପରସେଣ୍ଟ ଭୋଟ୍ ମିଳିଚି, ସେଇ ପରସେଣ୍ଟ ଅନୁପାତରେ ଫଟର ସାଇଜ୍ ହବ।

ଫଟ ତ ଛାପୁଚ, ଅନ୍ୟାୟ କାହିଁକି କରୁଚ ?

ସମସ୍ତଙ୍କର ଫଟ ଛାପ। ସବୁ ଦଳର ସମର୍ଥକ ଚାହାନ୍ତି ତାଙ୍କ ନେତାଙ୍କ ଫଟ ଚାରିଆଡେ ଲାଗୁ ।

ଏମିତିକି ସବୁ ପେଟ୍ରୋଲ ପମ୍ପ ରେ ବି

କାହିଁକି ଲାଗିବନି ?

କଣ ଏକା ବିଜେପି ସମର୍ଥକ 100 ଟଙ୍କାରେ ପେଟ୍ରୋଲ କିଣି ତାଙ୍କ ସରକାର ଚଳିବାକୁ ଟିକସ ଦାନ କରନ୍ତି ,
କଂଗ୍ରେସ କମୁନିଷ୍ଟି ବିଜେଡି ବାଲାଙ୍କ ଠୁ ପେଟ୍ରୋଲ ପମ୍ପ ମାଲିକ ଟିକସ ନିଏନି, ସେମାନଙ୍କୁ 35 ଟଙ୍କାରେ ପେଟ୍ରୋଲ ଦିଏ ନା କଣ ?

ଯଦି ସମସ୍ତେ ଚାନ୍ଦା ଦେବେ, ସେଠି ଏକା ମୋଦୀଙ୍କ ଫଟ ଲାଗିବ କାହିଁକି ? ଲାଗିବ ତ ସମସ୍ତଙ୍କ ଫଟ ଲାଗିବ।

ମୁଁ ଯାହା ଦେଖୁଚି ଏ କଥା ସୁପ୍ରିମ କୋର୍ଟକୁ ନଗଲା ପର୍ଯ୍ୟନ୍ତ ଏମିତି ପାଲା ଚାଲିଥିବ କି କଣ ।

ଖାଲି ଚାଉଳ ବସ୍ତା କି ପେଟ୍ରୋଲ ପମ୍ପ ନୁହଁ,
ପୋଲ ରାସ୍ତା ଘାଟ ମୁତ୍ରାଳୟ ଇତ୍ୟାଦିର ନାମ କରଣ, ଉଦଘାଟନ ଫଳକରେ ନାଁ ଲେଖା କଥା ବି ଏଇ ଏକା ନ୍ୟାୟରେ ହେବା କଥା।

ଏକା ରାଜୀବ ଗାନ୍ଧି, ବିଜୁ ପଟ୍ଟ ନାୟକଙ୍କ ନାଁ ରେ କାହିଁକି 300 ଯୋଜନା ହେବ ?

ଆମ ନବୀନ, ନିରଞ୍ଜନ, ରବି ବେହେରା, ଭଜମନ ବେହେରା, ଜନାର୍ଦନ ପତି, ହରିଶ ମହାପାତ୍ର, ଲେଖାଶ୍ରୀଙ୍କ ନାଁ ରେ କାହିଁକି ଦି ପାଞ୍ଚଟା ନହେବ ?

କାଇଁକି, ଏମାନଙ୍କର କେହି ସମର୍ଥକ ନାହାନ୍ତି କି ?
ସେମାନେ ଟିକସ ଦିଅନ୍ତି ନି କି ???

ବୋଇଲା କଣ ନା କେନ୍ଦ୍ର ଦୋଉଚି 29 ଟଙ୍କା ।

ହଉ ହେଲା, କେନ୍ଦ୍ର ଦଉଚି,
ସିଧା ତାଙ୍କ ଆକାଉଣ୍ଟ କୁ ଦେଇ ଦେଉନ ??
ଡରୁଚ କାହାକୁ ??
ଚାଉଳ ମିଲ୍ ବାଲାଙ୍କୁ ???

Laxmidhar Nayak
My Facebook Post:10th September 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights