ମୃତ୍ୟୁର କାରଣମାନେ ମରିଗଲେ
ମୁଁ କଣ ତୁମକୁ ଦେଖି ପାରନ୍ତି କି ?
କିଏ ଜାଣିଛି ୟାର ଉତ୍ତର ??
ଏଠି ତ ଦଳେ ନାସ୍ତିକ
ଆର ଦଳକ ଆସ୍ତିକ
ଅନୁଭବି ତ କେହି ଦିଶୁ ନାହାନ୍ତି ପାଖ ଆଖରେ
ସମସ୍ତେ ଲାଗୁଛନ୍ତି ନଲେଜିଏବଲ୍ ;
ଉଇଜଡମ୍ ???
ତାହେଲେ ତୁଚ୍ଛାଟାରେ
କାରଣ ମାନଙ୍କୁ ମାରିବାର ପ୍ରୟାସ କରି
ଲାଭ ବା କଣ ହେବ
ବରଂ କାରଣମାନେ ବଞ୍ଚି ଥାଆନ୍ତୁ
ସେମିତି ସେତେ କାଳ
ଯେତେ କାଳ ନାହିଁ ଅନୁଭବ
କିଛି ତ ସାନ୍ତ୍ୱନା ମିଳିଲେ ମିଳୁଥିବ !
– ଲକ୍ଷ୍ମୀଧର ନାୟକ
My Facebook Post: 8th September 2021