ନୁଆଁଖାଇ ହାଟ୍

Share it

ନୁଆଁଖାଇ ହାଟ୍

ନୁଆଁଖାଇ ହାଟ୍ ଘିନ ଝଟ୍’ଝାଟ୍
ତୁର୍’ତି ଯିବା ସରି ,
ପାସୁର୍ ଉସୁର୍ ଦରବ୍ ଧରି ଗା
ଘର୍ କେ ଆସ ଫିରି ॥

ସରିଆଁ ଧାନ୍ ବିଡା ବିଡା କେ
ବିଡା ତ କୁରେ ପତର୍ ,
ମାଟିର୍ ହାଁଡି ପାତ୍’ଲି ରନ୍ଧା
ଧର୍’ସି ବଢା ବତର୍ ॥

ଟୁପ୍’ଲି ଚାଙ୍ଘ୍’ରି କୁଲାର୍ ସାଙ୍ଗେ
ବାଢୁନ୍ ଗଛେ ଧର୍ ,
ଲିପାପୁଛା ହେଲା ଘର୍ ଦୁଆର୍ କେ
ବହ୍ନେଇ ଦେ ଚର୍ ଚର୍ ॥

ନାଇଁ ଭୁଲ୍’ବୁ ହଏବୋ ଦଦା
ଘିନ୍’ବୁ ଖୁଡ୍’ଡେ କଡ୍’ଡି ,
ନୁଆଁଖାଇ ଦିନର୍ ଲେଥା ହପ୍’ରା ଥିଁ
ମେଟ୍’ବା ଉପାସର୍ ମଡ୍’ଡି ॥

କର୍’ନି ମୁଗ୍’ଧି ବୁତ୍’ରାଲା ଚଉଲ୍
କୁକୁରା ଡକାନୁ କୁଟି ,
ଅର୍’ସା ସୁଆଁଲି ମଡା ପିଠାର୍ ଲାଗି
ଛେଟ୍’ନେ ଥିବ ରଖି ॥

କେଁଣା କେଁଣାଟା ସରିଆଁ ଧାନ୍
ବତ୍’ରି ଥିବା ଆଁଟେ ,
ଖୁଟି ଖୁଟି କରି ବିଡେ ହେଇଗଲେ
ଘର୍ କେ ପଲାବୁ ଛାଟେ ॥

ସିଘା ଡୁଲିର୍ ଘାଇର୍ ତରେ
ଗୁରସ୍ ଚଉଲ୍ ରୁକି ,
ଭଲ୍ କରି ଫସଲ୍ ହଉ ବଲି
ଆଏଟ୍ ମାଁକେ ଥିବୁ ଡାକି ॥

ମଲା ହଜ୍’ଲା ଲୋକ୍ କୁ ଦେବ
କାହାଲି ଆରୁ ବେଁଟୁଆ ,
ପୋଡ୍ ବଲଦ୍ ଦିନେ ନାଇଁ ଫାନ୍ଦ୍’ବ
ବାଧା ନାଇଁ ହଉ ଚଟୁଆ ॥

ହରିଜନ୍ ପଡାର୍ ଚକିଦାର୍ ବବା
ଡାକିଛେ ରଡି ରଡି ,
ସମିଆ ତିଥି ବତାଲୁ ଦିନୁ ସେ
ଉସ୍’ନାକି ଯାଇଛେ ବଢି ॥

ବେଲ୍’ବୁଡିଆ ଦେବ୍’ତା କୁଠି ନ
ପାଏନ୍ ଟିକେ ଦେଇ ଝିଟି ,
ଦିପ୍ ଜାଲି କରି ହଲ୍’ଦି ଗୁଁଡା ପକେଇ
ପୁରୁବ୍ ପୁର୍’ଖା ଥିବ ଡାକି ॥

ଆସ ଆସ ହୋ ପୁରୁବ୍ ପୁର୍’ଖା
ବରନ୍ କରୁଛୁଁ ତମ୍’କେ ,
ସାଙ୍ଗେ ଖାଏମା ନୁଆଁଖାଇ ଆସ
ଭୁଲି ନାଇଁ ଯିବ ଆମ୍’କେ ॥

ଯେନ୍ ରିତି ନିତି ଶିଖେଇ ଯାଇଛ
ଜବର୍ ଧରିଛୁଁ ସେଟା ,
ଗୁଡୁମୁଡ୍ ତକ୍ ରଚି ତ ଯାଇଛେ
ଭୁଲି ହେବା କାଏଁ ହେଟା ॥

ମିତ୍ ମାର୍’ସାଦ୍ ବନ୍ଧୁ ଘର୍ କେ
ପଠାବ ନୁଆଁଖାଇ ଅଢିଆ ,
ଇ ଦିଆନିଆ ଲାଗି ରହିଥିଲେ
ଭାବ୍ ବଢୁଥିସି ବଢିଆ ॥

ଡାକି ଡାକି କରି ଆଏଲେ ନ ଦେଖ
ନରିହା ସାଙ୍ଗେ ଝାଁକର୍ ,
ଗଁନ୍ଧେ ପୁସ୍’ପେ ଦେବ ତାହାକୁ
ହକ୍ ଆଏ ସେଟା ତାକର୍ ॥

ଟିକେ ଉଛୁରେ ଆଏଲେ ବି ଭଁଡାରି
ଖାଲି ହାତେ ନାଇଁ ଫିରୁ ,
ହକ୍ ହକ୍ ମନେ ଦେମା ବି ତାହାକେ
ଯେତ୍’କି ଆମ୍’କୁ ଜୁରୁ ॥

ଭାବ୍ ସର୍ ସର୍ ଭାବର୍ ତିହାର୍
ଆଇଛେ ନୁଆଁଖାଇ ,
ଭେଦ୍’ଭାବ୍ ଭୁଲି ମିଶିଗୁଲି କରି
ନୁଆଁ ଖାଏମା ଭାଇ ॥

କୁରେ ପତରର୍ ଖଲି ଚଖ୍’ନି ଥିଁ
ଚୁରାକୁଁଡା ଖିରି ପିଠା ,
ସମ୍’ଲେଇ ମାଁକେ ଚଢେଇ ସାଏଲେ
ଖାଇ ଖାଇ ହେବ ଅଥା ॥


ଯୁବରାଜ କୁଦେଇ
ଇଛାପୁର,ଡୁଙ୍ଗୁରିପାଲି,ସୋନପୁର


Share it

Leave a comment

Your email address will not be published. Required fields are marked *

Verified by MonsterInsights