ଶିରରେ ତୁମ୍ଭର ମୟୁର ପୁଚ୍ଛ
=================
ତ୍ରେତୟା ଯୁଗର କଥା । ଭଗବାନ ଶ୍ରୀରାମ ପିତୃ ସତ୍ୟ ପାଳନ କରି, ପତ୍ନୀ ଜାନକୀ ଏବଂ ଅନୁଜ ଲକ୍ଷ୍ମଣଙ୍କ ସହ ଦଣ୍ଡକାରଣ୍ୟରେ ବାସ କରୁଥାନ୍ତି । ଦିନେ ଶ୍ରୀରାମ ବନ ପ୍ରଦେଶର ଶୋଭା ସନ୍ଦର୍ଶନ ପୂର୍ବକ ଜାନକୀ ଓ ଲକ୍ଷ୍ମଣଙ୍କୁ ଧରି ବିଚରଣ କରୁ ଥିବା ଅବସରରେ ମାଆ ସୀତାଙ୍କୁ ପ୍ରବଳ ଶୋଷ ଲାଗିଲା । ମାତାଙ୍କ ତୃଷ୍ଣା ନିବାରଣ ନିମନ୍ତେ ଜଳ ଖୋଜିବାରୁ କେଉଁ ଠାରେ ମିଳିଲା ନାହିଁ । ଲକ୍ଷ୍ମଣ ମଧ୍ୟ ବହୁ ଖୋଜି ଖୋଜି ନିଷ୍ଫଳ ହେଲେ କାତର ହୋଇ ପ୍ରଭୁ ବନ ଦେବତାଙ୍କୁ ପ୍ରାର୍ଥନାକଲେ, ହେ ବନ ଦେବତା ଦୟା କରି ମୋତେ ବତାଇ ଦିଅନ୍ତୁ କେଉଁଠାରେ ଜଳ ମିଳିବ ?
ଏହି ସମୟରେ ଗୋଟିଏ ମୟୂର ଆସି ସେଠାରେ ପହଞ୍ଚି ପ୍ରଭୁଙ୍କୁ କହିଲା, ପ୍ରଭୁ ! ଆପଣଙ୍କୁ ଜଳ ପାଇଁ ମୁଁ ବାଟ ଦେଖାଇ ଦେବି। କିଛି ଦୂରରେ ଗୋଟିଏ ସରୋବର ରହିଛି l ମୁଁ ଆଗେ ଆଗେ ଉଡ଼ିଯାଉଛି ଆପଣ ମୋ ପଛେପଛେ ଆସନ୍ତୁ l କିନ୍ତୁ ସାବଧାନ ଥିବେ ବାଟବଣା ହେବେନାହିଁ l ଉଡ଼ି ଯିବା ବେଳେ ମୁଁ ଗୋଟିଏ ଗୋଟିଏ ପର ଝାଡ଼ି ଦେଇଯିବି l ମୋ ପରକୁ ଅନୁସରଣ କରି ଗଲେ,ଆପଣ ପୁଷ୍କରିଣୀ ନିକଟରେ ପହଞ୍ଚି ଯିବେ l
ମୟୁରମାନେ ସବୁ ସମୟରେ ପର ଝାଡ଼ନ୍ତିନାହିଁ l ତାଙ୍କ ପର ଝଡ଼ାର ଗୋଟିଏ ବିଶେଷ ୠତୁ ଥାଏ l
ଅନ୍ୟ କୌଣସି ସମୟରେ ମୟୂର ପର ଝାଡ଼ିଲେ ତା’ର ମୃତ୍ୟୁ ହୋଇଥାଏ l ଏହା ଜାଣି ମଧ୍ୟ ସେହି ମୟୂରଟି ପର ଝାଡ଼ି ଉଡ଼ିଯିବା ପାଇଁ କହିଲା l
ତାହାହିଁ ହେଲା ମୟୁର ପର ଝାଡ଼ି ଝାଡ଼ି ଆଗରେ ଉଡ଼ିଗଲା ଓ ପ୍ରଭୁ ମୟୂର ପୁଚ୍ଛକୁ ଅନୁସରଣ କରି କରି ଯାଇ ଜଳାଶୟ ପାଖରେ ପହଞ୍ଚିଲେ l
ପ୍ରଭୁଙ୍କୁ ଜଳ ମିଳିଗଲା ଓ ମାଆ ଜାନକୀଙ୍କ ତୃଷ୍ଣା ନିବାରଣ ହେଲା l କିନ୍ତୁ ମୟୁରଟି ସେତେବେଳକୁ ମୁମୂର୍ଷୁ ଅବସ୍ଥାରେ ପହଞ୍ଚି ସାରି ଥାଏ l ମୟୁରଟି ମୃତ୍ୟୁ ସମୟରେ ଭାବୁଥାଏ ସେ ସତରେ କେଡ଼େ ଭାଗ୍ୟବାନ ନୁହେଁ l ଯିଏ ସଚରାଚର ବିଶ୍ୱର ତୃଷ୍ଣା ଦୂର କରି ପାରନ୍ତି,ତାଙ୍କ ତୃଷ୍ଣା ଦୂର ପାଇଁ ମୋତେ ପ୍ରଭୁ ସୁଯୋଗ ଦେଲେ l
ମୟୁରର ଶେଷସମୟ ଆସିଗଲା l ପ୍ରଭୁ ଶ୍ରୀରାମ ମୟୁରକୁ କହିଲେ,ହେ ଖଗରାଜ ! ମୋ ଉପକାର କରି ତୁମେ ଜୀବନ ଦେଲ l ତୁମର ଏ ଋଣ ମୁଁ ଏ ଜନ୍ମରେ ଆଉ ସୁଝି ପାରିବି ନାହିଁ l କଥା ଦେଉଛି, ତୁମର ଏ ଋଣ ମୁଁ ପର ଜନ୍ମରେ ସୁଝିବି l ଦ୍ୱାପର ଯୁଗରେ ମୁଁ କୃଷ୍ଣ ଅବତାର ଗ୍ରହଣ କରିବି l ତୁମେ ଯେଉଁ ପୁଚ୍ଛ ଝାଡ଼ି ମୋର ଉପକାର କଲ ଓ ନିଜେ ମୃତ୍ୟୁ ବରଣ କରୁଛ, ସେହି ପୁଚ୍ଛକୁ ମୁଁ ମସ୍ତକରେ ଧାରଣ କରିବି l ଭକ୍ତ ମୋତେ ଶ୍ରଦ୍ଧାରେ କହିବେ, ମୟୁର ଚୂଳିଆ l
ଭଗବାନ ଦ୍ୱାପର ଯୁଗରେ ଧରାଭାର ହରଣପାଇଁ ଦେବକୀ ବସୁଦେବଙ୍କ ଗର୍ଭରେ କଂସ ବନ୍ଦୀଘରେ କୃଷ୍ଣ ରୂପରେ ଜନ୍ମ ହୋଇ ଗୋକୁଳରେ ବଢ଼ିଲେ l
ମାଆ ଯଶୋଦା ତାଙ୍କୁ ଅପୂର୍ଵ ବାତ୍ସଲ୍ୟ ଡୋରରେ ବାନ୍ଧି ଲାଳନପାଳନ କଲେ l ମା’ ଯଶୋଦା ତାଙ୍କୁ ବେଶ କଲା ବେଳେ ମୟୁରପୁଚ୍ଛ ଗୋଟିଏ ତାଙ୍କର ବାଙ୍କ ଚୂଳରେ ବାନ୍ଧି ଦିଅନ୍ତି l ଆଃ କି ସୁନ୍ଦର ସେ ରୂପ ! ପ୍ରଭୁ ଏହି ମୟୁର ପୁଚ୍ଛ ଧାରଣ କରି ତାଙ୍କ କୃଷ୍ଣାବତାର ଲୀଳା ଶେଷ କରି ଥିଲେ l ଭଗବାନ ଶ୍ରୀକୃଷ୍ଣଙ୍କ ଶିରରେ ସେହି ମୟୁର ପୁଚ୍ଛର ଶୋଭା ଅବର୍ଣ୍ଣନୀୟ l
ସେହି ଶୋଭାକୁ ବର୍ଣ୍ଣନା କରି ଭକ୍ତ ସାଲବେଗ ଗାଇଥିଲେ :-
ଶିରରେ ତୁମ୍ଭର ମୟୁର ପୁଚ୍ଛ
ବାମେ ଆଉଯାଇ ବାନ୍ଧିବ ନାହିଁ
ବାମେ ଆଉଯାଇ ବାନ୍ଧିବ ଯେମନ୍ତେ
ପୁଞ୍ଜା ପୁଞ୍ଜା ମଲ୍ଲି ଖୋସିବ ନାହିଁ
ଯାଅ ତୁମ୍ଭେ ନନ୍ଦ କହ୍ନାଇ,
ମୋ ନାମେ ମୁରଲୀ ବାଇବ ନାହିଁ
!!! ଓଁ ନମଃ ଭଗବତେ ଵାସୁଦେବାୟ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971