ଝଣ୍ଡା କଞ୍ଚା ରହେ ହମାରା

Share it

“ସବୁଠାରୁ ଗରୀବ ଲୋକଟିର ନାମ ‘କୁବେର” ।

ସ୍ବାଧୀନତା ଦିବସରେ ଯେତେବେଳେ ତ୍ରିରଙ୍ଗା ଉଡୁଥିଲା, ସେହି ତ୍ରିରଙ୍ଗାର ଉପର କେଶରିଆ ରଙ୍ଗ ଦେଖି କୁବେରଙ୍କ ବାରବର୍ଷର ପୁଅଟିର ମନେ ପଡ଼ିଥିଲା, ତାର ଶହୀଦ ବୁଢ଼ାବାପାଙ୍କର ବ୍ରିଟିଶଙ୍କ ଗୁଳିରେ ବୋହି ଯାଇଥିବା ରକ୍ତର ରଙ୍ଗ ମାଟିରେ ମିଶି ସେଭଳି ଦିଶୁଥିଲା।

ତ୍ରିରଙ୍ଗାରେ ସତ୍ୟ ଓ ଅହିଂସାର ଧଳାଚିହ୍ନକୁ ଦେଖି, ତୁଛା ଅସତ୍ୟ ଓ ଅଶାନ୍ତ ପରିବେଶରେ ସେ ହେଉଥିଲା ଦୁଃଖି।

ତ୍ରିରଙ୍ଗା ଉପରେ ସବୁଜ ରଙ୍ଗଟି ଉପରେ ତା ଆଖି ପଡ଼ି, ସେହି ସବୁଜ ରଙ୍ଗର ଫସଲ ଫଳେଇଵାରେ ନିମଗ୍ନ ତା ବାପାଙ୍କର ଆତ୍ମହତ୍ୟା କଥା ଦେଇଥିଲା ତାର ଛାତି ଫାଡ଼ି।

ତ୍ରିରଙ୍ଗା ମଝିର ଶାନ୍ତିର ଚିହ୍ନ ‘ଅଶୋକଚକ୍ର’ର ଇଷତ୍ ନୀଳବର୍ଣ୍ଣ ,
ତା ମନରେ ଭାବାନ୍ତର ସୃଷ୍ଟି କରେଇଥିଲା ।

“ଝଣ୍ଡା କଞ୍ଚା ରହେ ହମାରା”

ତୁଷାରକାନ୍ତ ଶତପଥି
ଭୁବନେଶ୍ବର ,
ମୋ : 88958 57318


Share it

Leave a comment

Your email address will not be published. Required fields are marked *

Verified by MonsterInsights