ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ

Share it

ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ

– ବିଜୟ କୁମାର ଜେନା

    ଜାମ୍ମୁ କାଶ୍ମୀର ଏବେ ଏକ ରାଜ୍ଯ ନୁହେଁ, ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ।

    ଦଶ ବର୍ଷ ବ୍ୟବଧାନ ପରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ହେବ।

    ଜାମ୍ମୁ କାଶ୍ମୀର ବିଧାନସଭା ର ମୋଟ ଆସନ ସଂଖ୍ୟା ହେଉଛି ୯୦ ।

    ଏଥି ମଧ୍ୟରୁ ତଫସିଲ ଭୁକ୍ତ ଜନ ଜାତି ପାଇଁ ୯, ତଫସିଲ ଭୁକ୍ତ ଜାତି ପାଇଁ ୭ ଏବଂ ଅବଶିଷ୍ଟ ୭୪ ଆସନ ସାଧାରଣ ବର୍ଗ ପାଇଁ ଉର୍ଦ୍ଧିଷ୍ଟ ଅଟେ।

    ସମ୍ବିଧାନର ୩୭୦ ଧାରାର ପ୍ରତ୍ୟାହାର ପରେ ପ୍ରଥମ କରି ଜାମ୍ମୁ କାଶ୍ମୀର ର ଭୋଟର ମାନେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ମାନଙ୍କୁ ଭୋଟ ଦେବେ।

    ଏହି ନବେ ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ଯଥା ସେପ୍ଟେମ୍ବର ୧୮,୨୫ ଓ ଅକ୍ଟୋବର ୧ତାରିଖରେ ଭୋଟ ଗ୍ରହଣ କରାଯିବ ।

    ଭୋଟ ଗଣତି ହୋଇ କେଉଁ ରାଜନୈତିକ ଦଳ ସରକାର ଗଠନ କରିବ,ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ଅକ୍ଟୋବର ୪ତାରିଖ ଦିନ।

ଭାରତର ନିର୍ବାଚନ କମିଶନ ଦଶ ବର୍ଷ ବ୍ୟବଧାନ ପରେ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଜାମ୍ମୁ କାଶ୍ମୀର ବିଧାନସଭା ର ମୋଟ ଆସନ ସଂଖ୍ୟା ହେଉଛି ୯୦। ଏହି ନବେ ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ଯଥା ସେପ୍ଟେମ୍ବର ୧୮,୨୫ ଓ ଅକ୍ଟୋବର ୧ତାରିଖରେ ଭୋଟ ଗ୍ରହଣ କରାଯିବ। ଅକ୍ଟୋବର ୪ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ଏହି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଏହା ବଡ ଖୁସିର କଥା। କାରଣ ଦୀର୍ଘ ଦଶ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଏଠାରେ ନିର୍ବାଚନ ହେବାକୁ ଯାଉଛି। ୨୦୧୪ରେ ଶେଷ ଥର ପାଇଁ ଏଠାରେ ନିର୍ବାଚନ ଅନୁଷ୍ଠିତ ହୋଇ ଥିଲା।

ସୂଚାଇ ଦେବାକୁ ଚାହେଁ ଯେ ୨୦୧୯ ଅଗଷ୍ଟ ମାସ ୫ତାରିଖ ଦିନ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆରେ ଜାମ୍ମୁ କାଶ୍ମୀର ରୁ ଧାରା ୩୭୦ ପ୍ରତ୍ୟାହାର କରିବା ସହ ଏହାକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ, ଜାମ୍ମକାଶ୍ମୀର ଓ ଲଦାଖ ରେ ବିଭକ୍ତ କରିଥିଲେ। ଫଳରେ ୨୦୧୯ ରେ ସେଠାରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ ହୋଇ ପାରି ନ ଥିଲା। ତେବେ ୨୦୨୪ ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଜାମ୍ମୁ କାଶ୍ମୀର ରେ ବିଧାନ ସଭା ନିର୍ବାଚନ ଅନୁଷ୍ଠିତ କରାଇବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେବା ପରେ ନିର୍ବାଚନ କମିଶନ ଏ ଦିଗରେ ତତ୍ପରତା ପ୍ରକାଶ କରି ଥିଲେ।।

ଜାମ୍ମୁ କାଶ୍ମୀରରେ ମୋଟ ଜିଲ୍ଲା ସଂଖ୍ୟା ହେଉଛି ୨୦ । ଏହି ୨୦ଗୋଟି ଜିଲ୍ଲାର ସର୍ବମୋଟ ବିଧାନ ସଭାର ଆସନ ସଂଖ୍ୟା ହେଉଛି ୯୦। ଏଥି ମଧ୍ୟରୁ ତଫସିଲ ଭୁକ୍ତ ଜନ ଜାତି ପାଇଁ ୯, ତଫସିଲ ଭୁକ୍ତ ଜାତି ପାଇଁ ୭ ଏବଂ ଅବଶିଷ୍ଟ ୭୪ ଆସନ ସାଧାରଣ ବର୍ଗ ପାଇଁ ଉର୍ଦ୍ଧିଷ୍ଟ ଅଟେ। ଜାମ୍ମୁ କାଶ୍ମୀରରେ ମୋଟ ପଞ୍ଜୀକୃତ ଭୋଟର ସଂଖ୍ୟା ହେଉଛି ୮୭.୦୯ଲକ୍ଷ। ଏହି ଭୋଟର ମାନଙ୍କ ମଧ୍ୟରୁ ୪୪.୪୬ଲକ୍ଷ ପୁରୁଷ ଭୋଟର ଥିବା ବେଳେ ୪୨.୬୨ଲକ୍ଷ ମହିଳା ଭୋଟର ରହିଛନ୍ତି। ପୁନଶ୍ଚ ୮୨୫୯୦ଜଣ ହେଉଛନ୍ତି ଭିନ୍ନକ୍ଷମ ଭୋଟର, ୨୬୬୦ଜଣ ଶତାୟୁ ଭୋଟର ଏବଂ ୧୬୯ ଜଣ ତୃତୀୟ ଲିଙ୍ଗୀ ଭୋଟର ମଧ୍ୟ ରହିଛନ୍ତି। ୩.୭୨ଲକ୍ଷ ଭୋଟର ପ୍ରଥମ ଥର ନିଜ ନିଜର ମତଦାନ ସାବ୍ୟସ୍ତ କରି ବାକୁ ଯାଉଛନ୍ତି। ସେପ୍ଟେମ୍ବର ମାସ ୧୮ରେ ୨୪ଟି ଆସନ ପାଇଁ ଭୋଟ ଗ୍ରହଣ କରାଯାଉଥିବା ବେଳେ ୨୬ଟି ଆସନ ପାଇଁ ସେପ୍ଟେମ୍ବର ୨୫ରେ ଏବଂ ଅବଶିଷ୍ଟ ୪୦, ଟି ଆସନ ନିମନ୍ତେ ଅକ୍ଟୋବର ୧ତାରିଖ ଦିନ ଭୋଟ ଗ୍ରହଣ କରାଯିବ।

ସମ୍ବିଧାନର ୩୭୦ ଧାରାର ପ୍ରତ୍ୟାହାର ପରେ ପ୍ରଥମ କରି ଜାମ୍ମୁ କାଶ୍ମୀର ର ଭୋଟର ମାନେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀ ମାନଙ୍କୁ ଭୋଟ ଦେବେ। ତାପରେ ଭୋଟ ଗଣତି ହୋଇ କେଉଁ ରାଜନୈତିକ ଦଳ ସରକାର ଗଠନ କରିବ,ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ଅକ୍ଟୋବର ୪ତାରିଖ ଦିନ। ସୁତରାଂ ରାଜ୍ୟ ବାସୀଙ୍କ ମନରେ ବହୁ ଉତ୍କଣ୍ଠା ପରିଲକ୍ଷିତ ହେଉଛି। ଆମ ଦେଶ ଭାରତ ଭାରତ ହେଉଛି ଗଣତନ୍ତ୍ରର ଜନନୀ। ଆମ ଦେଶରେ ଗଣତନ୍ତ୍ରର କଣ୍ଠରୋଧ କେହି କରି ପାରିବେ ନାହିଁ। ଭୋଟର ମାନେ କୌଣସି ପ୍ରସଙ୍ଗରେ ପ୍ରଭାବିତ ନ ହୋଇ ନିଜର ସ୍ଵାଧୀନ ମତକୁ ସାବ୍ୟସ୍ତ କରି ବାରେ ହେଳା କରନ୍ତୁ ନାହିଁ। ଅତୀତରେ ଏହି ରାଜ୍ୟରେ କେତେ ହିଂସା, ଗଣହତ୍ୟା ଓ ସଂହାର ସଂଘଟିତ ହୋଇ ସାରିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ଭାରତ ର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହିଛି ଏବଂ ରହିବ ମଧ୍ୟ।

ଅବସର ପ୍ରାପ୍ତ ପ୍ରାଧ୍ୟାପକ,
ଶାମୁକା ସାହି ରଣପୁର ନୟାଗଡ଼


Share it

Leave a comment

Your email address will not be published. Required fields are marked *

Verified by MonsterInsights