ବଇଟେ ନେଖୁନୁ
କାର୍ତିକ ମାସ
ଗାଁ ଦାଣ୍ଡେ ନିତି କୀର୍ତନ ରାସ
ରୁନି ଆଇଚି
ଦିନେ ରହିବ
ପୁଅପାଇଁ ତାର
ଠାକୁ ମା ଠାରୁ ଆଶୀଷ ନେବ
ରୁନି ଭାବୁଚି
ଆମ ଠାକୁ ମା
ଓଷଦ ଦେଲାରୁ
ଦୋଷ କଟିଲା
ପିଲା ଟେ ହେଲା
ଯଦି ନଥାନ୍ତା ଏ ଠାକୁମା
ସାଇ ପଡିଶାଏ
ଆଜିବି ମୋତେ
ଡାକୁ ଥାନ୍ତେ ଖାଲି,
ଖାଲି ମା, ଖାଲି ମା
ଧନ୍ଯରେ ବୁଢୀ
କେତେ ରୋଗର ସେ ଜାଣିଛି ଜଡି
ଆଲୋ ରୁନି ନାତୁଣି
ଗୋଟେ କଥା ମାନିବୁ ?
କ’ଣ ଠାକୁ ମା କହୁନ
ତୁ ପରା ଇଂରାଜୀ ପଢିଛୁ
ହଁ ଠାକୁ ମା
ଆଲୋ ଗୋଟେ ବଇ ନେଖୁନୁ
କି ଓଷଦ ନାଇଁ ଗଛ ନଟାରେ
କି ଓଷଦ ନାଇଁ ଗାଁ ମାଟିରେ
ଚିହ୍ନିଲେ ହେଲା
ମୁଁ କହୁଚି
ବଇଟେ ନେଖ୍
ପଢିବେ ତାହାକୁ ବିଜ୍ଞାନୀ ପିଲା
ଆଦର କରିବେ ଗଛଲତାକୁ
ପୁରିବ ପୃଥୀବି ଫୁଲ ଫଳରେ
ସୁନ୍ଦର ହୋଇବ ସଂସାର
ଆନନ୍ଦ ଖେଳିବ ସବୁରି ମନେ
ସବୁ ତ ଲାଗିବ ସୁନ୍ଦର
ହଉ ଠାକୁ ମା
ମିଠେଇ ଖା
ଫେସ୍ ବୁକ୍ ଲେଖା
ଏଇଠି ଥାଉ
କମେଣ୍ଟ ଲାଇକ୍ କମିଯାଉଛି
ବାକି ଲେଖା ହେବ ବହିରେ
ମୁଁ କାଲି ଚାଳିଯିବି ସହର
ଟିକେ ଯାଉଛି ବୁଲିବି ସାହିରେ
– ଲକ୍ଷ୍ମୀଧର ନାୟକ
My Facebook Post: 7th August 2021