( ଆଜିକାଲି ଅଧିକାଂଶ ଘରେ ଦେଖିବାକୁ ମିଳୁଛି।କାହାଣୀ ଘର ର ହେଉ କିମ୍ବା ଅନ୍ୟଘର ର ହେଉ କିନ୍ତୁ ମା ର ଅବସ୍ଥା ଏକ ଚାକରାଣୀ ପରି ହୋଇ ଯାଏ। ଯିଏ ଜୀବନ ସାରା ଆମକୁ ଗଢି ଭଲ ମଣିଷ ଟିଏ କରି ଦେଲା ତା’ର ସୁଖ ଶାନ୍ତି ପାଈଁ ଆମେ ପୁଅ ଝିଅ ହୋଇ କଣ କରୁଛନ୍ତି। ସେ କଣ ଚାହୁଁଛି ଆମେ ତା ମନ ର କଥା ନ ବୁଝି ଆମର କଣ ଦରକାର ଆମେ ଜୀବନ ସାରା ତା ଉପରେ ଫର୍ମାସି କରି ଆସୁଛନ୍ତି। ପୁଅ ଝିଅ ହିସାବରେ ଆମର କର୍ତ୍ତବ୍ୟ କଣ ହେବ ଉଚିତ୍। ଜୀବନ ସାରା ଆମ ଭିତରେ ସୁଖ ସାଉଁଟୁ ସାଉଣ୍ଟୁ କେତେବେଳେ ସେ ବୁଢ଼ୀ ହୋଇ ଯାଏ ସେ ଜାଣିପାରେନି। ଆସନ୍ତୁ ଏହି କଥା ଉପରେ ଏ ହୃଦୟସ୍ପର୍ଶୀ କାହାଣୀ ଟିଏ କହୁଛି ।)
3rd August 2024
ସଂଜୟ ନାୟକ
“ନେହା ! ଆରେ ଭାଇ ଜଲ୍ଦି ଦିଅ ମୋର ଫ୍ଲାଇଟ ମିସ୍ ହୋଇ ଯିବ।”
“ବାସ୍ ହେଇଗଲା ଗୋଟିଏ ମିନିଟରେ ଦେଉଛି। ଆଛା ଶୁଣ ନା ମୁଁ କଣ କହୁଥିଲିକି ବାଟରେ ଗଲାବେଳେ ପିଉସୀଙ୍କ ଘର ପଡିବ ମୁଁ ଟିକେ ତୁମ ସାଙ୍ଗରେ ଚାଲି ଯାଆନ୍ତି ତାଙ୍କ ଘରକୁ। ତାଙ୍କର ଆଜି ପୂଜା ମୋତେ କହିଥିଲେ ଯିବାକୁ। ଏତେ ଶ୍ରଦ୍ଧା ରେ ଡାକିଛନ୍ତି। ହେଇ ଦେଖ ନା ମୁଁ ପୁରା ready ହୋଇକି ଅଛି ଯିବାକୁ।”
ନିହାର :- ତମେ ପାଗଳ ହୋଇ ଗଲଣି। ମୁଁ ତୁମକୁ ନେଇ କେମିତି ସେଠାରେ ଛାଡିବି। କଣ ଖାଲି ଏଠି ସେଠି ବୁଲାବୁଲି କରିବାକୁ କହୁଛ। ଘରେ ରୁହ। ଘରେ ବହୁତ କାମ । ସବୁଦିନ ଗୋଟେ ଫାର୍ସ ଲଗେଇଛ ଏଠିକି ଯିବି ସେଠିକି ଯିବି।
ନେହା ଚୁପ୍ ଚାପ୍ ପତି ଙ୍କ କଥା ଶୁଣୁଥିଲା। ମନ ଖରାପ ହୋଇ ଗଲା ସ୍ତ୍ରୀ ର ଜାଣି ପତି କହିଲେ ଠିକ୍ ଅଛି ମୁଁ ତ ନେଇକି ଛାଡି ପାରିବି ନାହିଁ ପିଲାମାନଙ୍କୁ ନେଇ ଚାଲି ଯାଅ।
ନେହା ପୁଅ ରୁଦ୍ର ପାଖକୁ ଆସେ ଯେ କି କ୍ରିକେଟ ମ୍ୟାଚ୍ ଦେଖୁଛି ଟିଭି ଭିତରେ ହଜି ଯାଇଛି ଓ କୁହେ “ବେଟା ହେଇ ନେ ନାସ୍ତା, ଆଛା ଶୁଣୁ ଆଜି ତ ତୋ କଲେଜ ରେ ଛୁଟି ଅଛି ଚାଲେ ମୋ ସହିତ ପିଉସୀ ଙ୍କ ଘରେ ପୂଜା ଅଛି ଟିକେ ଯାଇ ବୁଲି ଆସିବା।”
” କଣ ମା କହୁଛ, ଏତେ ଇମ୍ପୋଟେଣ୍ଟ ମ୍ୟାଚ୍ ଛାଡିକି ମୁଁ ତୁମ ସହିତ ପୂଜାକୁ ଯିବି ? ତମେ ଦିଦି କୁ ନେଇ ଚାଲି ଯାଅ ମୁଁ ଓଲା ବୁକ୍ କରିଦେବି”
“ହଉ ବେଟା ଠିକ୍ ଅଛି ତୁ ଖାଇଦେ ଥଣ୍ଡା ହୋଇଯିବ ନାସ୍ତା”। ଝିଅ ମମତା ପାଖକୁ ଯାଏ ।
ଝିଅ ମୋବାଇଲି ରେ ବିଜି “ବେଟା ଶୁଣୁ, ଚାଲେ ପିଉସୀଙ୍କ ଘରକୁ ଯିବା ଆଜି ତାଙ୍କର ପୂଜା। ରୁଦ୍ର ଓଲା ବୁକ୍ କରିଦେବ ଆମେ ଦୁହେଁ ଚାଲିଯିବା ଆଉ ଫେରିଲା ବେଳା ଢେର୍ ସାରା ସପିଙ୍ଗ୍ କରିକି ଆସିବା ବହୁତ ମଜା ଲାଗିବ ନା!!”
ପୂଜା ପାଠକଥା ଶୁଣି ମମତା ଏପରି ରିଆକ୍ଟ କଲା କି ଯେପରିକି ଭେଜିଟେରିଆନ ଆଗରେ ନନ୍ ଭେଜିଟେରିଆନ ଡିସ୍ ରଖିଲେ ଯେମିତି ହୁଅନ୍ତି। “ପୂଜା!!!! ନା ମାମା ଆଜି ମୋର ପୋଗ୍ରାମ୍ ଆଗରୁ ଫିକ୍ସ ହୋଇ ସାରିଛି। ସାଙ୍ଗ ନେନା ସହିତ ଏବେ ସପିଙ୍ଗ୍ କରିବାକୁ ଯିବି ଆଉ ସଂଧ୍ୟାରେ ସାଙ୍ଗ ରୁହି ସାଙ୍ଗରେ ଡିନର ଅଛି। ତମେ ମୋତେ ତୁମର ଏ ଫାଲତୁ ପୋଗ୍ରାମ୍ ରେ ସାମିଲି କର ନା।”
ସବୁ ନିଜ ନିଜ ପାଇଁ ବ୍ୟସ୍ତ ଥିଲେ। ଏକମାତ୍ର ନେହା ଯେ କି ଅନ୍ୟ ମାନଙ୍କ ପାଇଁ ବ୍ୟସ୍ତ ରହୁଥିଲା କିନ୍ତୁ ଶାନ୍ତି ବୋଲି କିଛି ତା ପାଖରେ
ନ ଥିଲା। ସେ ସମସ୍ତଙ୍କୁ ନେଇ ଚାଲିବାକୁ ଚାହୁଁଛି ହେଲେ ସମସ୍ତେ ନିଜ ନିଜ ଦୁନିଆଁ ରେ ବ୍ୟସ୍ତ। ଯେତେବେଳେ ଦରକାର ପଡିବ ଖୋଜା ହେବ ନ ହେଲେ ସେ ଅଲୋଡା ସମସ୍ତଙ୍କ ପାଇଁ।
“ନେହା ପ୍ଲିଜ୍ ଆଜି ଯାଇ ଇଲେକ୍ଟ୍ରି ବିଲ୍ ଜମା କରିଦିଅ ନା କାଲି ମୁଁ ଭୁଲି ଗଲି ଜମା କରିବାକୁ।” ନିହାର ନିଜର ଆଦେଶ ଦେଇ ଚାଲି ଗଲେ ଅଫିସ୍ କୁ।
“ମାମା ପ୍ଲିଜ୍ କିଛି ଭଲ ଖାଇବାକୁ ତିଆରି କର ମୋ ସାଙ୍ଗମାନେ ଆସୁଛନ୍ତି”। ଇଏ ଥିଲା ଝିଅ ମମତା ର ଡିମାଣ୍ଡ।
“ମା ମୋ କପଡା ପ୍ରେସ୍ କରିବାକୁ ଦେଇଥିଲି ତମେ ଯାଇ ନେଇ ଆସିବ ପ୍ଲିଜ୍। ମୁଁ ମୋ ସାଙ୍ଗ ମାନଙ୍କ ସହିତ କ୍ରିକେଟ ଦେଖିବାକୁ ଯାଉଛି।” ଇଏ ଥିଲା ପୁଅ ରୁଦ୍ରର ଡିମାଣ୍ଡ।
ନେହା ସମସ୍ତଙ୍କ କଥା ଶୁଣିବ ହେଲେ ତା କଥା କେହି ଶୁଣିବେନି। ଭାବିଲା ଗୋଟେ ଫେମିଲି ଟ୍ରିପ୍ କଲେ ଭଲ ହୁଅନ୍ତା। ସମସ୍ତେ ଏକା ସାଙ୍ଗରେ ବୁଲିବାକୁ ଯାଆନ୍ତେ, ସମସ୍ତଂକ ମାଇଣ୍ଡି ଫ୍ରି ହୋଇ ଯାଆନ୍ତା।
ସେ ଦିନେ ସେ ସ୍ବାସ୍ବାମୀଙ୍କୁ କହିଲା ଏ ପୋଗ୍ରାମ କଥା । ସ୍ୱାମୀ କହିଲେ “ଆରେ ତମେ ବି ନା ଘରେ ବସି ବସି ଏହି ସବୁ ଫାଲତୁ କଥା ତୁମ ମୁଣ୍ଡରେ ପସୁଛି। ତୁମକୁ ଜଣା ନାହିଁ ଅଫିସ୍ ରେ ମୋର କେତେ କାମ। ତମେ ଆସନ୍ତା ବର୍ଷ ଏ ପ୍ଲାନ କର।”
“ହଁ ହଁ ପ୍ରତିବର୍ଷ ତ ଏପରି କହୁଛ”। ଟିକେ ନେହା ରାଗିଗଲା ହେଲେ ତା’ପରେ ବୁଝେଇକି କହିଲା ନିହାର କୁ “ଶୁଣ ନା ସିମିଳା କେତେ ସୁନ୍ଦର ଜାଗା ଟିଏ। ଚାଲ୍ ଆମେ ସମସ୍ତେ ସେଠିକି ବୁଲି ଯିବା ମୁଁ ତ ମୋବାଇଲିରେ ସେ ଜାଗା ବିଷୟରେ ସବୁ ଜାଣି ନେଇଛି,, ହୋଟେଲ୍ ବି ଏହି ଠାରୁ ବୁକ୍ କରି ହେବ।”
ନିହାର ରାଗିକି କହିଲା “ଯାଅ ଚା ବନେଇକି ଆଣ”।
“ହଉ ଯାଉଛି”। ନେହା ଚାଲିଗଲା କିଚେନ୍ କୁ।
ତା ପରଦିନ ନେହା ନିଜର ଲଗେଜ୍ ପ୍ୟାକ୍ କରିକି ବାହାରିଲା ତ ସବୁ ଆଶ୍ଚର୍ଯ୍ୟ ଚକିତ ହୋଇ ଗଲେ। ପିଲାମାନେ ପଚାରିଲେ – “ଆରେ ମାମା ଏମିତି ଅଚାନକ୍ କୁଆଡେ ବାହାରିଲ?”
ନେହା କହିଲା “ବେଟା ମୁଁ ସିମିଳା ଯାଉଛି”।
ସମସ୍ତଙ୍କ ମୁହଁ ମଉଳି ଗଲା।
ନିହାର —- ଅରେ ଇଏ କି ପ୍ରକାର ର କଥା !! ଅଚାନକ୍ ଏଭଳି ପୋଗ୍ରାମ?
ନେହା —:କାଲି ତ କହିଥିଲି ତୁମକୁ!! ତୁମେ ମାନେ ସବୁ କେହି ଫ୍ରି ନାହଁ ହେଲେ ମୁଁ ତ ଫ୍ରି ଅଛି ନା।
ପୁଅ ରୁଦ୍ର :– ଆରେ ମାମା ତମେ ଏକଲା କେମିତି ଯିବ? ତମେ ନା ।
ନେହା :– ବେଟା ଯେବେ ତୁମ ଦୁଇଜଣଙ୍କୁ ପାଳିପୋଷି ବଡ଼ କରି ପାରିଛି ଏକା ଏକା ତ ମୁଁ ମୋ ନିଜ କଥା ନିଜେ ବି ବୁଝିପାରିବି।
ଝିଅ ମମତା କହିଲା :—ଆରେ ମାମା ତମେ ଗଲାପରେ ଆମ ଅବସ୍ଥା କଣ ହେବ??? ଆମକୁ କିଏ ଖାଇବାକୁ କରିକି ଦେବ? ଆମର ଜାମା ପ୍ୟାଂଟ କିଏ ଧୋଇ ଦେବ ? ଏ ସାରା ଘର ର କାମ କେମିତି ହେବ?
ନେହା :— ଅରେ ବେଟା ତୁ ଏତେ ବଡ଼ ହୋଇ ଗଲୁଣି ନିଜେ ତ କିଛି କିଛି କରି ପାରିବୁ। ତୁମ୍ଭମାନଙ୍କ ପାଈଁ ଏକ କାମବାଲିକୁ କହି ଦେଇଛି ସେ ଆସି ରୋଷେଇ କରିବା ସଙ୍ଗେ ସଙ୍ଗେ କିଛି କାମ ବି କରିଦେବ।
ଠିକ୍ ଅଛି ମୁଁ ଚାଲିଲି। ଟ୍ରେନ୍ ହୋଟେଲ୍ ସବୁ ମୁଁ online ରେ ବୁକ୍ କରି ଦେଇଛି। ଓଲା ବି ବାଟରେ ଆସୁଥିବ।
ଏପରି କଥା ନେହା ଠାରୁ ଶୁଣି ସମସ୍ତଙ୍କୁ tension ହୋଇ ଗଲା।ଏହା ପୂର୍ବରୁ ନେହା ସାଥିରେ କେହି ଯିବାକୁ କେଉଁଠାକୁ ରାଜି ହେଉ ନଥିଲେ କିନ୍ତୁ ଏବେ ସବୁ ରାଜି ହୋଇ ଗଲେ। କିନ୍ତୁ ନେହା ରାଜି ନୁହେ କାହାକୁ ସାଥିରେ ନେଇ ଯିବାକୁ।
ନେହା:— ଆରେ ତୁମେମାନେ କାହିଁକି tension ହୋଇ ଯାଇଛ। ମୁଁ ଏକଲା ଯାଇ ପାରିବି।
ତୁମକୁ ତ ଅଫିସ୍ ରୁ ଫୁରୁସତ ନାହିଁ, ତମେ କେମିତି ଯାଇ ପରିବ।
ମମତା ବେଟା ତୋ’ର ତ ବହୁତ ସାରା ପ୍ଲାନ ତୋ ସାଙ୍ଗ ମାନଙ୍କ ସହିତ, ତୁ କେମିତି ମୋ ସହିତ ଯାଇ ପାରିବୁ।
ଆଉ ରୁଦ୍ର ବେଟା ତୋର ତ ପ୍ରତିଦିନ କେଉଁଠି ନା କେଉଁଠି ମ୍ୟାଚ୍ ରହୁଛି ତୁ କେମିତି ଯାଇ ପାରିବୁ।
ମୁଁ ନିଜେ ଯାଇ ପାରିବି। ତମେ ବାପ ଝିଅ ପୁଅ କେବେ ଚିନ୍ତା କରିଛ ମୋର ବି କିଛି ଇଚ୍ଛା ଅଛି, ମୋର କିଛି ଖୁସି ଅଛି। ଖାଲି ତୁମ ମାନଙ୍କ ଖୁସିକୁ ସାଉଁଟି ସାଉଁଟି ମୁଁ ଏଠି ଅଣନିଶ୍ୱାସୀ ହୋଇ ଗଲିଣି। ମୋତେ ତମେ ମାନେ ତୁମ ଘର ର ଚାକରାଣୀ ବୋଲି ଭାବି ନେଇଛ। ଆଜି ପର୍ଯ୍ୟନ୍ତ ତୁମ ସମସ୍ତଙ୍କ ପାଇଁ ବଞ୍ଚୁ ଥିଲି। ଆଜି ଯାଉଛି ନିଜେ ନିଜ ପାଇଁ ବଞ୍ଚିବାକୁ।
ମୁଁ ତ ମୋ ପିଲାମାନଙ୍କଠାରେ ନିଜ ଖୁସି ଖୋଜୁଥିଲି କିନ୍ତୁ ତମ ଦୁଇଜଣଙ୍କ ପାଇଁ ମୋ ଖୁସି ହେବାରେ ତୁମର କୌଣସି ମତଲବ ନଥିଲା। ମୁଁ ତୁମର ମାଆ ଅଟେ, ଚାକରାଣୀ ନୁହେଁ। ମୋତେ ବି ମୋ ଇଚ୍ଛାମୁତାବକ ବଞ୍ଚିବାର ଅଧିକାର ଅଛି। ଏହା କହି ନେହା ନିଜର ଲଗେଜ୍ ନେଇ ଚାଲି ଗଲା। ସମସ୍ତେ ଅନୁତାପ କରୁଥିଲେ ହେଲେ ସବୁ କିଛି ଡେରି ହୋଇ ଯାଇଥିଲା।
– ସଞ୍ଜୟ ନାୟକ
ୟମନ୍ ରୁ