ମିଠା ପିଜୁଳି

Share it

2nd August 2024

ଜେଜେମା ଚୁଲି ମୁଣ୍ଡରେ ବସି ସେତେବେଳୁ କଣ ଗୋଟେ କରି ଚାଲିଛି l ଏଇ ଅlଶ୍ୱିନ ରେ ବୋଧେ ତାକୁ ସତୁରି ବର୍ଷ ହେବ କିନ୍ତୁ କାମ କରିବାରେ ଧୁରନ୍ଧର l କେବେ ଯେ ସେ ଅଟକିବା ଶିଖିନି ଯେସନ l ସେ ସବୁବେଳେ କହେ, ” ନିଷ୍ଠା ର ସହ କାମ କଲେ ସବୁ ଜିନିଷ ସଫଳ ହୁଏ l ”

ରୋଷେଇ ଘର ର କାଠ କବାଟ କୁ କିଳିଦେଇ ଜେଜେମା ସେତେବେଳୁ ପଶିଚି ସେଇ ଘରେ l ଭଣ ଭଣ ଧୂଆଁ ବୋଧେ ବାହାରୁଥିଲl ଘରୁ l ଏତେ କଷ୍ଟ ରେ ବୋଉ ବରାଦ କରି ରୋଷେଇ ଘର ତିଆରି କରିଥିଲା ସେ ଜାଣିଲେ ନିଶ୍ଚୟ ଆଜି ମା କୁ ଗାଳିଦେବେ l

ମୁଁ କବାଟ ଫାଙ୍କା ରେ ସାମାନ୍ୟ ଦେଖି ପଚାରିଲି, ” ମା ଆଲୋ ଏ ମା.. କଣ କରୁଛୁ କି? ଆସିକି ସତୁରି ହେବ ଏ ବୟସରେ ଏସବୁ ନ କଲେ କଣ ହେବନି ? ବୋଉ ଅଛି ପରା କରିଦେବ l ପୁଣି ତୁ ଚୁଲି ରେ କରୁଛୁ l ବୋଉ ଆସିଲେ ତୋର ନିସ୍ତାର ନାହିଁ l ଜେଜେମା ମୋ କଥା ମାନେ | ”

ଭିତରୁ ବୋଧେ ଫୁଙ୍କନଳl ପଡ଼ିବାର ଶବ୍ଦ ହେଲା l ମୁଁ ଭାବିଲି ବୁଢ଼ୀ ବୋଧେ ରାଗିଯାଇଛି ଏଇନେ ସେଇ କାଳିଆ ମୋଟା ଫୁଙ୍କନଳା କୁ ମୋ ପିଠିରେ ଭାଙ୍ଗିବ l ସେ କିନ୍ତୁ କବାଟ ଖୋଲି କହିଲା, ” ଆରେ କାଳିଆ..?? “ତୁ ଟି..?? ”

ମୁଁ ବିରକ୍ତି ସୂଚକ ମୁହଁ ଦେଇ କହିଲି, ” ଆରେ ହଁ ମା ମୁଁ l କହ କଣ ଦରକାର ? ”

ତାରି ଭିତରେ ମୁଁ ଭିତରକୁ ଦେଖିବାକୁ ଚେଷ୍ଟା କରୁଥିଲି କିନ୍ତୁ ମା ସମ୍ପୂର୍ଣ୍ଣ ଆଉଜି ହୋଇ କବାଟ କୁ କହିଲା, ” ଆରେ ନାତି ଟିକେ ଶୁଖିଲା ଚାଖୁଣ୍ଡl ଡାଳ ଆଣିଲୁ | ”

ମୁଁ ରାଗ ତମ ତମ ହୋଇ ଚାଲିଗଲି l ଏବେ ଯେ ଶୁଭି କହିଥିଲା କଣ ଶୀଘ୍ର ଗାଧୋଇ ବାକୁ l ତେଣୁ ଶୀଘ୍ର ଶୀଘ୍ର କାମ ସାରିଦେଇଥିଲି l ଏତେ ଦିନ ପରେ ହଷ୍ଟେଲ ରୁ ଆସିଛି କିନ୍ତୁ ମା ମୋତେ ଜାଳ ଆଣିବା କାମ ଦେଇ ସାରିଲାଣି l ପୁଣି ଏବେ ଗାଧୋଇଛି ଦେହ ମଇଳା ହୋଇଯିବ l ଛାଡ଼… ଯେନ ତେନ ପ୍ରକାର ରେ ଜାଳ ଦିଟା ସାଉଁଟି ଦେଇଦେଲି ମା କୁ l କିନ୍ତୁ ଦେଖିବାକୁ ଇଚ୍ଛା ଥାଏ ରୋଷେଇ ଘରେ ବୁଢ଼ୀ କଣ କରୁଛି l କିନ୍ତୁ ଟିକେ ଗଳି ଗାଳି ଦେଖିଲା ବେଳାକୁ ବୁଢ଼ୀ ର ଧିମା ଠେଙ୍ଗୁଣି ମାଡ଼ ଦେଇ ନିଜ ଚାରି ଆଖି ରେ ମୋତେ ତନଖି ଦେଖୁଛି l ଶେଷ ରେ ବୁଢ଼ୀ କଣ କରୁଛି.. ଜାଣିବାର ଆଶା ମୁଁ ଛାଡିଦେଲି l

ଏହି ନୈରାଶ୍ୟ ଭିତରେ ସୁଭି ମୋ ହାତ କୁ ଟାଣି ଚୌକି ରେ ବସାଇ ଦେଲା, ” ଆରେ ଭାଇ ଟିକେ ବସିଲୁ ବସିଲୁ l ”

ମୁଁ ଆଶ୍ଚର୍ଯ୍ୟ ହୋଇ ବସିଗଲି l ସେ ଅକ୍ଷତ ଦୂବ କୁ ଫୋପାଡ଼ି ହସ ହସ ମୁହଁ ରେ ମୋ କପାଳ ରେ ସିନ୍ଦୁର ଚନ୍ଦନ ଦେଇ ମୋତେ ଚାହିଁଲା l ପରେ ଅତି ସରାଗ ରେ ହାତ କୁ ଟାଣି ନେଇକି ରାକ୍ଷୀ ଟିଏ ବାନ୍ଧି ଦେଲା l ପୁରା ଆଶ୍ଚର୍ଯ୍ୟ.. ଯିଏ ସବୁବେଳେ ଫୋନ ରେ ଗଳିକି ରୁହେ.. ଭାଇ କୁ କୁକୁର ମାଙ୍କଡ଼ କହି ଗାଳିଦିଏ.. ତାର ଆଜି ପରିବର୍ତ୍ତନ l ଓହୋ! ଆଜି ରାଖୀ ପୂର୍ଣ୍ଣିମା ପରା l ମୋ ର ମନେ ନ ଥିଲା l ମୋ ଆଖିରେ ଲୁହ ଜକେଇ ଆସିଲା.. ଯାହା ହେଉ ଏତେ ଦିନ ପରେ ସୁଭି ମୋତେ ସମlନ୍ନ ଦେଲା l

ମୁଁ ରାକ୍ଷୀ କୁ ସେହିପରି ଭାବ ବିହ୍ଵଳ ହୋଇ ଚାହିଁ ରହିଥିଲି l ଏହି ସମୟରେ ମୋ ଭାବନା ରାଇଜେ କମ୍ପନ ଖେଳାଇ ସୁଭି ହାତ ଟାକୁ ପ୍ରସାରି ଦେଲା l ମୁଁ ଭାବିଲି ହଁ ପାଉଣା ପାଇଁ ଅଶାର୍ଥୀ l ଶହେ ଟଙ୍କା ହାତ କୁ ବଢ଼ାଇ ଦେଲି l ସେ କିନ୍ତୁ ଏକ ଦୁଃଖଦ ମୁଖ ବିନ୍ୟାସ ଦେଇ କହିଲା, ” ଆରେ ଭାଇ ଏ ରାକ୍ଷୀ କୁ ବା ଶହେ ଟଙ୍କା.. ତୁ.. ଆଉ କିଛି ଦେ ? ”

ମୁଁ 200 ବଢାଇବା ପରେ ମଧ୍ୟ ସେ ଖୁସି ନ ଥିଲା l ପରେ ମୋ ପକେଟ କାଢି ଦୁଇଟା ଦୁଇ ଶହ ନୋଟକୁ ଦେଖୁ ଦେଖୁ ଝଟ କିନା ଝାମ୍ପି ନେଲା ଦୁଇଟା ନୋଟ l ମୁଁ କହିଲି ହଁ ପିଲା ଲୋକ l ପରେ କହିଲି, ” ଆରେ ସୁଭି…… ମା କଣ କରୁଛି କି ? ”

ସେ କହିଲା, ” ମା ପରା ତା ଭାଇ ଙ୍କ ପାଇଁ ଅପେକ୍ଷା କରିଛି l ହଁ ସେଇ ପିଜୁଳି ଆଜି ଉପହାର ଦେବେ.. l ହଉ ମୁଁ ଯାଉଛି  l ”

ମୁଁ କହିଲି, ” କୁଆଡେ ଚାଲିଲୁ ଟିକେ ପାଣି ଦେଲୁ ସେଠୁ l ଆଉ ହଁ ମୁଁ ଥରେ ଦେଖିଥିଲି ତୁ କଲେଜ ଛାଡି ସିନେମା ଯାଇଥିଲୁ  ”

ସେ ମୁହଁ ଛିଞ୍ଚାଡି କହିଲା, ” ମାନେ ତୁ ପଚାରିବାକୁ କିଏ ମୋର ଇଚ୍ଛା ମୁଁ ଯାହା କରିବି l ଆଉ ମୁଁ ଏବେ ରାକ୍ଷୀ ବାନ୍ଧିବାକୁ ଯାଉଛି ଅନ୍ୟ କେତେକ ଭାଇ ଙ୍କୁ l ସେମାନେ ମୋତେ ତୋ ଠୁ ବି ଅଧିକ ଟଙ୍କା ଦେବେ l ”

ତା କଥା ଯେମିତି ଛୁଞ୍ଚି ପରି ଫୋଡି ଗଲା ମୋ ଦେହ ରେ l କିନ୍ତୁ ସବୁ ଦରଜ କୁ ଲୁଚାଇ ମୋର ମନେ ପଡିଲା… ମା ଆଜି ବେସନ ଲଡ଼ୁ କରିବ ତା ଭାଇ ଙ୍କୁ ଖାଇବାକୁ ଦେବ l ତା ଭାଇ ତା ପାଇଁ ପିଜୁଳି ଆଣିବେ l ପିଜୁଳି କାହିଁକି?? ମୁଁ ଟିକେ ତର୍ଜମା କଲି… ଆଗକାଳ ରେ ସେସବୁ ଚଲୁଥିଲା କିନ୍ତୁ ଆଜି କାଲି ଏତେ ଶସ୍ତା ଉପହାର l ସେ ବୋଧେ ଜେଜେମା କୁ ଭଲ ପାନ୍ତିନି l ଏତେ ଶସ୍ତା l କିନ୍ତୁ ଜେଜେମା ତାଙ୍କ ପାଇଁ ନିଜ ହାତ ରେ ମିଠା କରି ରଖେ l ସତରେ ଜେଜେମା ର କେତେ ଚିନ୍ତା l ଏପରି କହିବାକୁ ଗଲେ… ଏବେକାର ଭାଇ ଭଉଣୀ ସମ୍ପର୍କ ବହୁତ ଭଲ l ମୁଁ ସୁଭି କୁ 400 ଦେଲି l କେତେ ଅମୂଲ୍ୟ.. l

ମୁଁ ଠାକୁର ଘର କୁ ଗଲି l ଜେଜେମା ସେଥି ନିଜ ହାତ ରେ ଦୀପ ସଜାଡୁଥିଲା ଥାଳି ସଜାଡୁ ଥିଲା l ସେ ମୋତେ ଥରେ ନିରୀକ୍ଷୀ ଚାହିଁଲା l ମୁଁ ତା ଆଖି ର ଫିକା ଜ୍ୟୋତି କୁ ଦେଖି ଭଗବାନ ଙ୍କୁ ନମଃ କରିବା ମୁଦ୍ରାରେ ବସିଗଲି l କିନ୍ତୁ ଆଖି ବୁଝିଲେ ବି ମୋ ଖୁଯୁ ଖୁଜିଆ ହାତ ଯାଇଁ ଲଡ଼ୁ ଥାଳିଆ ରେ ଲାଗିଲା l ହଟାତ ଏକ ଶକ୍ତ ଚାପୁଡ଼ା ର ଅନୁଭବ ରେ ମୁଁ ହାତ ଆଉଁସି ଆଖି ଖୋଲିଲି l

ଜେଜେମl କହିଲା, ” ଯାହା ପାଇଁ… ଆସିଛି ତାକୁ ଆସିବାକୁ ଦିଅ ତ  l ପରେ ଖାଇବୁ… l ”

ମୁଁ କହିଲି, ” ଜେଜେମା.. ଦେଖେ ତୁମ ଭାଇ.. ଟିକେ ବୁଢା ହେଇଗଲେଣି ଅବଶ୍ୟ କିନ୍ତୁ… କିନ୍ତୁ ଖାଲି ପିଜୁଳି ତା ମଧ୍ୟ ପ୍ରତି ବର୍ଷ l ତୁ ବିରକ୍ତ ହେଇ ଯାଉନା l ଦେଖେ ସେ ପାଠ ସାଠ ତ ପଢ଼ିଛନ୍ତି.. ଆଉ ତାଙ୍କ ଏତେ ବଡ଼ ବ୍ୟବସାୟ ଅଛି l ଯାହାବି ହେଲେ କିଛି ଭଲ ଉପହାର ତ ଆଣିବl କଥା ନାଇଁ l ଆଉ ଏବେ ଆମାଜନ ରେ କେତେ ଶସ୍ତା ରେ ସବୁ ଜିନିଷ ମିଳୁଛି l ସେଇ ହିସାବ ରେ… l ”

ଜେଜେମା କହିଲେ, ” ଆରେ ବୋକା…. ଯୁଗ ଯାଇଁ ଯେଉଁଠି ଉଠୁ l ସେ ସବୁବେଳେ ମୋ ଠୁ ମାତ୍ର ସେଇ ପାଞ୍ଚ ମିନିଟ ବଡ଼ ହିଁ ରହିବ l ଆମେ ଯାଆଁଳା ନା… ତା ହୃଦୟ ସ୍ପନ୍ଦନ ରେ ମୁଁ ବଞ୍ଚୁଛି l ଆଉ ରହିଲା ଉପହାର.. ହଁ ବହୁତ ଉପହାର ଅଛି କିନ୍ତୁ ସେ କାହିଁକି ମିଠା ପିଜୁଳି ଦେଉଛି ଶୁଣୁ l, ”

ମୁଁ ଧ୍ୟାନ ଦେଇ ତାକୁ ଅନାଇଲି l

ସେ କହିଲା, ” ଶୁଣୁ ଗ୍ରୀଷ୍ମଅବକାଶ ଛୁଟି ହେବା ପୂର୍ବ କିଛି ଦିନ ର କଥା l ଆମ ଚାଟ ଶାଳୀ ଆରମ୍ଭ ହେଉଥିଲା ପୁରା ସକାଳୁ l ସେରେବେଳେ ଏତେ ପାଠ ଚିନ୍ତା ଆଉ ନାହିଁ l ଏଗାର ବାର ବେଳାକୁ ଧୁ ଧୁ ଖରା ହେଉଥିଲା l ଆମ ଗୁରୁଜୀ ସେଦିନ ଚାଟ ଶାଳୀ ଘଣ୍ଟି ଶୀଘ୍ର ବଜେଇ ଦେଲେ l ଆମେ ଘଣ୍ଟି ବାଜିଲା ମାନେ ଯେ ଯୁଆଡେ ଚମ୍ପଟ l ଭାଇ ପଛେ ପଛେ ମୁଁ ଯାଉଥିଲି l ଭାଇ ଆଗେ ଆଗେ ପାଠ କଥା ଗପି ଗପି ଯାଉଥିଲା.. ବୁଝିଲୁ… କୁନି… ଆଜି ପଣକିଆ ଘୋଷିକି ଦେବl…. ଆଉ ବର୍ଣ୍ଣବୋଧ ବି ପଢିବା l ମୋର କିନ୍ତୁ ସେ ସବୁ ପ୍ରତି ନିଘା ନ ଥିଲା ମୋର ଇଚ୍ଛା ଥିଲା ସାହୁ ଘର ଆମ୍ବ ତୋଟା ପାଖରେ l ସେ ଆଗେ ଆଗେ ଚାଲିଥିଲା ମୁଁ ତାକୁ ଚକମା ଦେଇ ମୋ ବଉଳ ସହ ପଳେଇ ଆସିଲି l ସେ ମୋତେ ଏଣେତେଣେ ଖୋଜୁଥିବ କିନ୍ତୁ ମୁଁ ଇଆଡ଼େ ଧୁମ ଖରା ବେଳେ ବଉଳ ସହ ମିଶି କଷି ତୋଳିବାରେ ବ୍ୟସ୍ତ l ଏହି ସମୟରେ ଆମ ନଜର ପଡିଲା ଭରା ଆମ୍ବ ତୋଟା ରେ ଗୋଟିଏ ବୋଲି ପିଜୁଳି ଗଛ ଉପରେ l ମୋର ଲୋଭ ହେଲା…. ଏହି ସମୟ ରେ ବଉଳ ମୋତେ କୁବୁଦ୍ଧି ଦେଲା ଯେ ମୁଁ ଗଛ କୁ ଚଢି ପିଜୁଳି ଫୋପାଡ଼ିଲି l ସିଆଡୁ ବଗିଚା ର ମାଳୀ ଆସି ମୋତେ ଧରିନେଲା l ବଉଳ ସେତେବେଳକୁ ଛୁ l ଏହି ସମୟରେ ମାଳୀ ମୋତେ ମାଇଲl ମାଇଲା ଯେ ହିସାବ ବାହାରେ l ମୋ ଭାଇ ଆସି ପିଠି ଦେଖେଇଦେଲା ଯେ ତା ପିଠି ରୁ ବି ଛlଲ ଉତୁରି ଗଲା l ମାଳି ଏତେ ମାଇଲା ପରେ ବି ମନ ଶାନ୍ତ ହେଲାଣି…. ମୋ ଭାଇ କୁ କହିଲା ଗଛ ଚଢି ଆମ୍ଭ ସଂଗ୍ରହ ପାଇଁ l ମୁଁ ଡରିଗଲି ଭାଇ କୁ ଉଚ୍ଚତା ରୁ ଡର ଲାଗୁଥିଲା l କିନ୍ତୁ ସେଦିନ କେମିତି କଣ… ସେ ଗଛ ଚଢି ଆମ୍ଭ ଦିନ ରାତି ତୋଳି ମାଳୀ କୁ ଦେଲା l ଦୁଇ ଦୁଇ ଥର ସେ ପଡି ବି ଯାଇଥିଲା ଏମିତି ଗଛରୁ l କିନ୍ତୁ ସେ କଲା… ମାସେ ପରେ କାମ ନିକାସ ହେଲା l ପୁଣି ଆମେ ପାଠ ପଢ଼ିଲୁ…. ସବୁ ଠିକ ଠାକ ଚାଲିଲା l ଦିନେ ରାକ୍ଷୀ ପର୍ବ ହେଇଥିଲା… ଭାଇ ମୋତେ ପାହାଡ଼ ଉପରକୁ ନେଇକି ଗୋଟେ ପିଜୁଳି ଗଛ ଦେଖାଇଲା l ସେଇଟା ତାକୁ ମାଳୀ ଖୁସି ହେଇ ଦେଇଥିଲା l ମୁଁ ଖୁସି ହେଇ ବେସନ ଲଡ଼ୁ ଶିଖି ତାକୁ କରିକି ଦେଇଥିଲି… ସେହିଦିନ ଠୁ ସେ ପ୍ରତି ବର୍ଷ ନିଜେ ପିଜୁଳି ଆଣେ l ଏବେ ସେ ଲଗେଇ ଥିବା ପିଜୁଳି ଗଛ ବହୁତ ବଡ଼ ହେବନି l ”

ମୁଁ ଟିକେ ପୁରା ଆଶ୍ଚର୍ଯ୍ୟ ହୋଇଗଲି ଭାଇ ଭଉଣୀ ର ଏଇ ବନ୍ଧନ ଶୁଣି l ଏହି ସମୟରେ କବାଟ ବାଜିଲା… ମୁଁ ଯାଇଁ କବାଟ ଖୋଲିଲି l ଜଣେ ଭଦ୍ର ବ୍ୟକ୍ତି ଗୁଡ଼ାଏ ପିଜୁଳି ମୋ ହାତ କୁ ବଢ଼େଇ ଦେଲେ l

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି.-. ଆପଣ?

ସେ କହିଲେ, ” ମୁଁ ତୁମ ଜେଜେମା ଙ୍କ ବାପ ଘର ଗାଁ ଲୋକ l

ମୁଁ କହିଲି, ” କଣ ହୋଇଛି କି ? ”

ସେ ନୈରାଶ୍ୟ ମନ ରେ କହିଲେ, ” ଦି ଦିନ ହେଲା ବର୍ଷା ଲାଗିରହିଥିଲା ଆଜ୍ଞା l ଗାଁ ଟା ସାରା କାଦୁଅ.. ତୁମ ଜେଜେମା ଙ୍କ ଭାଇ… ସେଇ ପାହାଡ଼ ଉପର ପିଜୁଳି ଗଛକୁ ପିଜୁଳି ତୋଳିବାକୁ ଯାଇଥିଲେ… କିନ୍ତୁ?? ”

ମୁଁ କହିଲି, ” କିନ୍ତୁ କଣ  ?? ”

ସେ କହିଲେ, ” ସେ ଓଦା ଡାଳ ରେ ଗୋଡ଼ ଦେବାରୁ ସେଇଟା ଭାଙ୍ଗି ଗଲା.. ଓ ସେ ଏବେ ଆଉ ଦୁନିଆ ରେ ନାହାନ୍ତି l”

ମୁଁ ଯେତିକି ଆଶ୍ଚର୍ଯ୍ୟ ଥିଲି ପଛରୁ ମୋ ଜେଜେମା ଆସି ହଟାତ କାନ୍ଦିବାକୁ ଲାଗିଲା l ମୁଁ ତାକୁ ଉଠାଇ ବୁଝିବାକୁ ଚେଷ୍ଟା କରୁଥିଲି କି… ସେ ଆଉ କଥା କହିଲା ନାହିଁ କି ହଲଚଲ ହେଲାଣି l ମୁଁ କାନ୍ଦି କାନ୍ଦି ଉଛର ହେଇଗଲି l

ଜେଜେମା ର କୋକେଇ ଯାଉଥିବା ବେଳେ ମୁଁ ଶୁଣିବାକୁ ପାଇଲି ସୁଭି କହୁଥିଲା,’ ହେ ପ୍ରଭୁ.. ଏଇ ବୁଢ଼ୀ ଏଇ ଦିନ ରେ ମଲା l ମୁଁ କେତେ ରାକ୍ଷୀ ବାନ୍ଧି ପଇସା ପାଇଥାନ୍ତି l ହୁଁ

ମୁଁ ମୋ ସାଙ୍ଗମାନଙ୍କୁ କଣ କହିବି.. ସମସ୍ତେ ସବୁ କେତେ ପଇସା ଦେଖେଇବେ… ମୁଁ କେବଳ କଣ ଏଇ ପିଜୁଳି ଦେଖେଇବି ? ଭାଇ ବି ମାତ୍ର 400 ଦେଲା l ”

ଲଷ୍ମୀଧର ସାହୁ
କେନ୍ଦ୍ରାପଡ଼ା


Share it

Leave a comment

Your email address will not be published. Required fields are marked *

Verified by MonsterInsights