କୁଟା ଖାଇଲେ କଣ କଣ ଫାଇଦା…

Share it

30th July 2024

ଜଣେ ବୃଦ୍ଧ ମଉସାଙ୍କୁ ପଚାରାଗଲା ଆଗରୁ ଲୋକେ ଏତେ ବେମାର ପଡୁନଥିଲେ, ଯେତିକି ଆଜି ଲୋକେ ବେମାର ପଡୁଛନ୍ତି..
କାହିଁକି..?

ବୃଦ୍ଧ ବ୍ୟକ୍ତିଜଣକ ନିଜ ଅଭିଜ୍ଞତାରୁ କହିଲେ ..
ଆଗରୁ କୁଟିବାର ପରମ୍ପରା ଥିଲା, ଆଉ ସେ କୁଟା ଖାଇବା ଫଳରେ immunity power ମଜବୁତ ହଉଥିଲା !

ଆଗରୁ ଆମେ ପ୍ରତ୍ୟେକ ଜିନିଷ କୁଟି ଖାଉଥିଲେ । ଯେବେଠୁ ଆମେ ଏଇ କୁଟା ଖିଆ ଛାଡ଼ିଦେଲୁ ସେବେଠୁ ଆମେ ବେମାର ପଡିବାରେ ଲାଗିଲୁ ।

ଆଗରୁ ଧାନ କୁଟିଲେ ଚାଉଳ ହଉଥିଲା.. ଆମେ ତାକୁ ଖାଉଥିଲେ..।

ଘରେ ମରିଚ ଗୁଣ୍ଡ, ମସଲା ଗୁଣ୍ଡ ସବୁ କୁଟି କି ତିଆରି ହଉଥିଲା..!

ଏମିତିକି ଲୁଗା ପଟା ବି କୁଟି କୁଟି କି ସଫା ହଉଥିଲା..!

କେବେ କେବେ ବଡଭାଇ ଛୋଟ ଭାଇକୁ କୁଟି ଦେଉଥିଲା..
ଛୋଟଭାଇ ଯାଇ ମାଙ୍କୁ ଫେରାଦ ଦେଉଥିଲା ..
ଆଉ ମା ବଡଭାଇ କୁ କୁଟି ପକାଉଥିଲେ..
ମାମଲା ଟିକେ ଅଧିକ ବଢ଼ିଗଲେ ବାପା ଆସି ଦୁହିଁଙ୍କୁ ବୁହେ କୁଟି ଦେଇଯାଉଥିଲେ.. ମାନେ କହିବା ବାହୁଲ୍ୟ ସାରା ଦିନ କୁଟା କୁଟି ପ୍ରଥା ଜାରି ରହୁଥିଲା ।

ସ୍କୁଲ କଥା କଣ କହିବି.. ସ୍କୁଲ ତ କୁଟା କୁଟିର କାରଖାନା ଥିଲା.. ମାଷ୍ଟ୍ରେଙ୍କ କୁଟା ତ ସାରା ଜୀବନ ଭୁଲିବା ଭାରି କଷ୍ଟ ।
ଖେଳିଲା ବେଳେ ଯଦି ପଡିଗଲ ଆଉ ଖଣ୍ଡିଆ ଖାଵରା ହେଇଗଲା, ତେବେ ମା ଦି ଚାରିଟା କୁଟି ଦେଇ ଚିକିତ୍ସା ଆରମ୍ଭ କରୁଥିଲେ..
ଯୋଉଠି ଦେଖ ସେଇଠି କୁଟା କୁଟି ଜାରି ରହୁଥିଲା! ତେଣୁ ବେମାରି ପାଖ ମାଡୁନଥିଲା ।

କୁଟା ଖାଇ ଖାଇ ସମସ୍ତଙ୍କର immunity power strong ରହୁଥିଲା ।

ଯେବେ ଶୀତ ଦିନେ ପିଲେ ଗାଧେଇବାକୁ ମନା କରୁଥିଲେ, ମା ଆଗ ପିଠିରେ ଦି ଚାରିଟା କୁଟି ଦେଇ immunity ବଢ଼େଇ ଦେଉଥିଲେ ତା ପରେ ଯାଇ ଥଣ୍ଡା ପାଣିରେ ଗାଧେଇ ଦେଉଥିଲେ ।

ବର୍ତ୍ତମାନ ସମୟରେ ଏଇ immunity power ବଢ଼େଇବା ପାଇଁ କୁଟା କୁଟି ପରମ୍ପରା ପୁଣି ଥରେ ଚାଲୁ ହେବାର ଆବଶ୍ୟକତା ରହିଛି..।

ନା କଣ କହୁଛନ୍ତି ?


ସଂଗ୍ରାହକ : ପ୍ରଦୀପ୍ତ କୁମାର ଦାସ,
ନାଉଗାଁ, ଜଗତସିଂହପୁର


Share it

Leave a comment

Your email address will not be published. Required fields are marked *

Verified by MonsterInsights