ବାଣ୍ଠୁ ବେଙ୍ଗ ଓ ଞ ରାଜା
– ଲକ୍ଷ୍ମୀଧର ନାୟକ
କୁଅରେ କୁଏ ବେଙ୍ଗ ।
ବୁଢା ରଜା ବେଂଗ ସ୍ୱର୍ଗ ଗଲା ।
କିଏ ରାଜା ହେବ ?
ସବୁ ସିଆଣା ଡାଗର ରକ୍ତାକ୍ତ ସଂଘର୍ଷ ପାଇଁ ପ୍ରସ୍ତୁତ ହେଇଗଲେ।
ସବୁଠୁ ବଡ ଦାବୀଦାର ବାଣ୍ଠୁବେଂଗ,
ସେଇଟା ବେଶି ଉଚ୍ଚକୁ ଡେଇଁପାରେ,
କୁଅ ବାହାର ପର୍ଯ୍ଯନ୍ତ,
ଅନ୍ଯମାନେ ଯାହା କରନ୍ତି ସେଇ କୁଅ ଭିତରେ,
ସେଇ ବାଣ୍ଠୁ ଟା ବେଶି ରାଗିଗଲା,
କାରଣ ତା ଗୋଡକୁ ସମସ୍ତେ ଭିଡୁଥିଲେ ।
ସେ କେଳାପୁଅକୁ ବୁଦ୍ଧି ମାଗିଲା ।
କେଳାର ବା ବୁଦ୍ଧି କେତେ ବାଟ !
ସବୁଦିନ ବିଭିନ୍ନ ଭେରାଇଟିର ବିଷଧର ସାପଂକୁ ଖେଳେଇବା ତାର ତ ନିତି ଦିନିଆ ସଉକ ,
ଦେଖଣାହାରୀ ପାରିଶ୍ରମିକ ବି ଦିଅନ୍ତି,
ମୋ ଜାଣିବାରେ ପାରିଶ୍ରମିକ ଅତିବେଶି ହେଲେ ସେରେ ମୁଢି, ଦି ଚାରି ପୁଂଜା ପକୁଡି । ସେତିକିରେ କେଳା ଖୁସି,ଦେଖଣାହାରି ତ ସବୁଠୁ ଖୁସି ।
କେଳା ବୋଇଲା ବାଣ୍ଠୁକୁ,
ତୁ ଏ ପେଡିରୁ ଗୋଟେ ନେଇ ଯା,
ତାକୁ ଛ ମାସେ ବର୍ଷେ ରଜା କରି ଦେ,
ଯିଏ ବେଶୀ ବଦମାସୀ କରିବ ତାକୁ ଇଏ ଗିଳି ଦେବ,
ଅନ୍ଯମାନେ ଡରିକି ସାଇଜ୍ ହେଇଯିବେ । ଛ ମାସେ ବର୍ଷେ ଗଲେ ମୁଁ ଏଟାକୁ ଆଣି ମୋ ପେଡିରେ ପୁରେଇ ଦେବି, ତୁ ରଜା ହେବୁ ।
ବାଣ୍ଠୁ କହିଲା
କେଳାପୁଅ
ତମ ପେଡି ସାପଗୁଡାଂକର ବଳ ନାହିଁ କି ଦାନ୍ତ ନାହିଁ,
ମତେ ଗୋଟାଏ ଫ୍ରେସ୍ ଚଂଗ୍ ଚଂଗ୍ ଦରକାର ।
କେଳା କହିଲା ହଉ ।
ଗୋଟାଏ ସାଢେ ଛ ସାତ ଫୁଟିଆ ଠାବ କଲା,
ଦାନ୍ତ ଭାଂଗିବା ଆବଶ୍ଯକ ନଥିଲା, କାରଣ ସେ ସାତ ଫୁଟିଆ ଅତି ଭଦ୍ର ଥିଲା, କାହାର କ୍ଷତି କରିବା ଜାଣି ନ ଥିଲା, କାରଣ ସେ ବିଷଧର ନଥିଲା, କିନ୍ତୁ ଭାରି ଖାଇଲା ବାଲା ।
ବାଣ୍ଠୁ ବେଂଗ ଭାରି ଖୁସି ହେଲା ,
କହୀଲା ଚଳିବ,
କେଳାକୁ କହିଲା ଭାଇ, ୟାକୁ ଏ କୁଅ ଭିତରେ ପକେଇ ଦେ ।
କେଳା ସେଇଆ କଲା ।
ସାତ ଫୁଟିଆ ବଂଚିବାକୁ ତ ଖାଇବ ନା !!
କୁଅ ଭିତରେ ଯେଉଁ ବେଂଗ ବେଶି ଡାଗର ହେଇ ଡେଇଁଲା,
ତାକୁ ଗୋଟାଏ ପରେ ଗୋଟାଏ ଖାଇଲା,
କାରଣ ତା ପାଖରେ ଆଉ ଅନ୍ଯ ଉପାୟ ନଥିଲା
ନା ସେ କୁଅରୁ ପଦାକୁ ବାହାରିବା ସମ୍ଭବ ଥିଲା,
ନା ଖାଦ୍ଯ ବିନା ବଂଚିବା ସମ୍ଭବ ।
ବାଣ୍ଠୁ ବେଂଗ ଉପରେ ତାର ସେଇଥିପାଇଁ ବହୁତ ରାଗ,
ତାକୁ କୁଅରେ ପକେଇ ଦେଇଥିବାରୁ,
ସେଥିପାଇଁ ସେ ବାଣ୍ଠୁକୁ ସେଇ ଦିନରୁ ଖାଇବାକୁ ଟାକିଛି,
ହେଲେ ବାଣ୍ଠୁ କୁଅ ଭିତରେ ପଶୁନି,
ଇଆଡେ ସିଆଡେ ବୁଲୁଚି ।
ବାଣ୍ଠୁ କେଳା ଉପରେ ବି ମନେମନେ ରାଗି କି ଖୁଣ୍,
କାରଣ ସେ ସାତଫୁଟିଆକୁ କୁଅରୁ ବାହାର କରି କେଳା ତା ପେଡିରେ ପୁରେଇ ଦେଲେ ବାଣ୍ଠୁ କୁଅ ଭିତରକୁ ଡେଇଁ ପଡନ୍ତା, ସେଠି ରଜା ହୁଅନ୍ତା।
ହେଲେ କେଳା ବାଣ୍ଠୁ କଥା ଶୁଣୁନି ।
ନୂଆ ନୂଆ ବିଷଧର ମଣିନାଗ ଧରି ଖେଳୋଉଛି ପଛେ
ସେଟାକୁ ଧରୁନି ।
କାହିଁକି ଶୁଣୁନି ?
କାହିଁକି ଧରୁନି ?
ଏଇଠି ଛାଡିଦେଲେ ବି
ଆପଣମାନେ ଏ ଛୋଟିଆ ପ୍ରଶ୍ନ ଟିର ଉତ୍ତର ଖୋଜି ଖୋଜି ନୟାନ୍ତ ହେବେ ସିନା ଉତ୍ତର ପାଇବେ ନାହିଁ ।
ତେଣୁ ମୁଁ ଆପଣମାନଂକୁ ହଇରାଣ ନ କରି ଏହାର ଭିତିରି ରହସ୍ଯ ଟା କହି ଦେଉଛି ।
ଏହାର ଭିତିରି କଥାଟି ହେଲା
ମୁଁ ସେ କେଳାକୁ
ସାପ ଧରିବା ମଂତ୍ର କହିଛି,
ସାପର ବିଷ ଦାନ୍ତ ଝାଡିବା ମଂତ୍ର କହିଛି,
ଖେଳେଇବା ମଂତ୍ର କହିଛି,
ହେଲେ କେଳାପୁଅକୁ କୁଅ ପଶିବା ମଂତ୍ର ଶିଖେଇନି ।
କେଳା ଲାଜରେ ଏ କଥା କାହାକୁ କହି ପାରୁନି ।
ହା ହା ହା ହା ହା ହା
– ଲକ୍ଷ୍ମୀଧର ନାୟକ
My Facebook Post:25th July 2019