ଲେଖୁ ଲେଖୁ ଯାହା ଲେଖି ହେଇଗଲା

Laxmidhar Nayak
Share it

ଲକ୍ଷ୍ମୀଧର ନାୟକ

ଜେଜେ ଯା ଚୈତନ୍ୟ
ପିତା ପରମାନନ୍ଦ
ଶୋଭାରାଣୀ ଯାର ମାତା

ତାକୁ କିଆଁ ପଚାରିବା
ଆପଣ ଲେଖନ୍ତି କି ଭଲ କବିତା ?

ହା ହା ହା

ସତକଥା ହେଲା
ଲେଖକ ନୁହେଁ ମୁଁ
ଲେଖୁ ଲେଖୁ ଯାହା ଲେଖି ହେଇଗଲା
ମିଠା ହେଉ ଅବା ପିତା

କିନ୍ତୁ
ମାତା ଗୁଣେ
ତାହା ହେବ ତ ସୁନ୍ଦର
ପିତା ଗୁଣେ ତାହା
ଦେବ ତ ଆନନ୍ଦ
ଜେଜେ ଗୁଣ କହେ
ଚେତନା ଛୁଇଁବ କଥା

ଆଜ୍ଞା ମୋତେ ଜମା ପଚାରନ୍ତୁ ନି
ଆପଣ ଲେଖନ୍ତି କି ଭଲ କବିତା

କି ଉତ୍ତର ଦେବି
ଲେଖି ତ ଜାଣେନି
କହି ତ ଆସେନି କଥା

ଏଇଟା ହିଁ ସତ କଥା

ଲେଖୁ ଲେଖୁ ଯାହା ଲେଖି ହେଇଗଲା
ମିଠା ହେଉ ଅବା ଖଟା

Laxmidhar Nayak
ଲକ୍ଷ୍ମୀଧର ନାୟକ

My Facebook Post: 25th July 2020


Share it

Join the Conversation

2 Comments

  1. ଲେଖୁ ଲେଖୁ ଲେଖି ହୋଇଗଲା କବିତା ବହୁତ୍ ଭଲ ହେଇଛି ।

Leave a comment

Your email address will not be published. Required fields are marked *

Verified by MonsterInsights